Home ଆନ୍ତର୍ଜାତୀୟ ଭାରତ-ମଙ୍ଗୋଲିଆ ବ୍ୟବସାୟିକ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଭାରତ-ମଙ୍ଗୋଲିଆ ଦ୍ୱିପାକ୍ଷିକ ସହଯୋଗ ଦୁଇ ଦେଶର ଅର୍ଥନୀତିକୁ ମଜବୁତ୍...

ଭାରତ-ମଙ୍ଗୋଲିଆ ବ୍ୟବସାୟିକ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଭାରତ-ମଙ୍ଗୋଲିଆ ଦ୍ୱିପାକ୍ଷିକ ସହଯୋଗ ଦୁଇ ଦେଶର ଅର୍ଥନୀତିକୁ ମଜବୁତ୍ କରିବ – ଧର୍ମେନ୍ଦ୍ର ପ୍ରଧାନ

126

– ଯୁଗ୍ମ ଉଦ୍ୟମରେ ଡିଜିଟାଲ ଦୁନିଆରେ ଲାଭ ପାଇଁ ପ୍ରୟାସ
– ଆଇଟି, ଯୋଗାଯୋଗ ପ୍ରଯୁକ୍ତି ବିଜ୍ଞାନ, ଫାର୍ମାସ୍ୟୁଟିକାଲ ଏବଂ ସ୍ୱାସ୍ଥ୍ୟ ସେବା ଉଦ୍ୟୋଗ କ୍ଷେତ୍ରରେ ସହଯୋଗ
– ଗୋପାଳନରେ ସହଯୋଗ ମାଧ୍ୟମରେ ଅର୍ଥନୀତି ବିକାଶରେ ପ୍ରୟାସ
– ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗର ସହମତି

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୦ (ଓଡ଼ିଆ ପୁଅ) –୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗୋଲିଆ ଗସ୍ତ ପରେ ପରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ୍ ହୋଇଛି। ଦୁଇ ଦେଶର ଋଣନୈତିକ ସହଯୋଗ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଶକ୍ତି ଦେଇଥିବା ବେଳେ ଭାରତ-ମଙ୍ଗୋଲିଆ ଦ୍ୱିପାକ୍ଷିକ ସହଯୋଗ ଦୁଇ ଦେଶର ଅର୍ଥନୀତିକୁ ମଜବୁତ୍ କରିବ ବୋଲି ନୂଆଦିଲ୍ଲୀ ଠାରେ ଏଫ୍ଆଇସିସିଆଇ ଓ ବିଭିନ୍ନ ସଂଗଠନ ପକ୍ଷରୁ ଆୟୋଜିତ ବ୍ୟବସାୟିକ ବୈଠକରେ ମଙ୍ଗୋଲିଆର ରାଷ୍ଟ୍ରପତି ଏଚ୍.ଇ ଖଲ୍ଟମାଜିନ୍ ବାଟ୍ଟୁଲ୍ଗାଙ୍କ ଉପସ୍ଥିତିରେ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଓ ମଙ୍ଗୋଲିଆ ମଧରେ ଦ୍ୱିପାକ୍ଷିକ ସହଯୋଗ ଏବଂ ବାଣିଜ୍ୟିକ ସମ୍ପର୍କ ସୁଦ୍ଧା ମୋଟ ଉପରେ ବ୍ୟବସାୟର ମାତ୍ରା କମ୍ ରହିଛି। ତେଣୁ ପୁଣି ଥରେ ଦ୍ୱିପାକ୍ଷିକ ବ୍ୟବସାୟ ବୃଦ୍ଧି ହେବା ପାଇଁ ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ୍ କରିବାର ଆବଶ୍ୟକତା ରହିଛି। ଉଭୟ ଦେଶକୁ ଆଇଟି, ଯୋଗାଯୋଗ ପ୍ରଯୁକ୍ତି ବିଜ୍ଞାନ, ଫାର୍ମାସ୍ୟୁଟିକାଲ ଏବଂ ସ୍ୱାସ୍ଥ୍ୟ ସେବା ଉଦ୍ୟୋଗ କ୍ଷେତ୍ରକୁ ସାମୂହିକ ଧ୍ୟାନରେ ରଖି ଆହୁରି ବୃଦ୍ଧି କାରବାର ଆବଶ୍ୟକତା ରହିଛି। ଏହି କ୍ଷେତ୍ରର ଭିତିଭୂମି ଉପରେ ମଙ୍ଗୋଲିଆକୁ ଭାରତ ସମର୍ଥନ ଦେଇଥିବା ମତବ୍ୟକ୍ତ ପ୍ରକାଶ କରିଥିଲେ ଶ୍ରୀ ପ୍ରଧାନ। ସେହିପରି ଗୋପାଳନ, ଶିକ୍ଷା ପାଇଁ ଦୁଇ ଦେଶ ମିଳିମିଶି କାମ କରିବାର ଆବଶ୍ୟକ ରହିଛି। ଏହା ଦ୍ୱାରା ଦୁଇ ଦେଶର ଆର୍ଥିକ ଅଭିବୃଦ୍ଧି ହୋଇପାରିବ ବୋଲି ସେ କହିଛନ୍ତି।

ପୂର୍ବରୁ ହିଁ ଦୁଇ ଦେଶ ସାଇବର ନିରାପତା କ୍ଷେତ୍ରରେ ଏକ୍ ହୋଇ କାମ କରୁଛନ୍ତି। ଯୁଗ୍ମ ଉଦ୍ୟମରେ ଡିଜିଟାଲ ଦୁନିଆରେ ଲାଭ ହୋଇପାରିବ ବୋଲି ସେ କହିଥିଲେ। ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ଭାରତ ଏବଂ ମଙ୍ଗୋଲିଆ ମଧ୍ୟରେ ସହଯୋଗର ବହୁତ ବଡ ସମ୍ଭାବନା ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ-ମଙ୍ଗୋଲିଆ ବନ୍ଧୁତ୍ୱ ଗଣତନ୍ତ୍ରର ସାମାନ୍ୟ ଆଦର୍ଶର ମୂଳଦୁଆରେ ନିର୍ମିତ ହୋଇଛି। ଭାରତର ଏବଂ ମଙ୍ଗୋଲିଆ ଗୋଟିଏ ବୌଦ୍ଧିକ ପରମ୍ପରାକୁ ସେୟାର କରୁଛନ୍ତି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.