Home ଜିଲ୍ଲା ପରିକ୍ରମା ଭାରତ ଭୋଗର ନୁହେଁ, ତ୍ୟାଗର ଦେଶ, ସାଳନ୍ଦୀ ବହିମେଳାର ଦ୍ୱିତୀୟ ସୃଜନ ସଂଧ୍ୟା

ଭାରତ ଭୋଗର ନୁହେଁ, ତ୍ୟାଗର ଦେଶ, ସାଳନ୍ଦୀ ବହିମେଳାର ଦ୍ୱିତୀୟ ସୃଜନ ସଂଧ୍ୟା

22

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧର୍ମ ଏକ ବିଶ୍ୱାସ, ଏକ ଅବଲମ୍ବନ। ଧର୍ମର ମାର୍ଗ ଭିନ୍ନ ଭିନ୍ନ ହେଲେବି ଲକ୍ଷ୍ୟ ଗୋଟିଏ। ଜୀବନର ରହସ୍ୟ ଅନ୍ୱେଷଣ ଓ ପୂର୍ଣ୍ଣତା। ଧର୍ମଠାରୁ ଆଧ୍ୟାତ୍ମିକତା ଅଲଗା। ଭାରତ ଭୋଗର ନୁହେଁ, ତ୍ୟାଗର ଦେଶ। ଏହା ସର୍ବଦା ଧାର୍ମିକ ସଦ୍‌ଭାବନା ଓ ସାଂପ୍ରଦାୟିକ ସଂପ୍ରୀତିର ବାର୍ତ୍ତା ଦେଇଆସିଛି ବୋଲି ନୂଆବଜାରସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଜାନୁୟାରୀ ୧ରୁ ୭ଯାଏ ସପ୍ତାହବ୍ୟାପି ଆୟୋଜିତ ସାଳନ୍ଦୀ ବହିମେଳାର ଦ୍ୱିତୀୟ ଦିବସର ସୃଜନ ସଂଧ୍ୟାରେ ମତ ପ୍ରକାଶ ପାଇଛି। ପ୍ର. ଗୋଲକ ବିହାରୀ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ‘ଧର୍ମର ପ୍ରକୃତ ସ୍ୱରୂପ’ ଶୀର୍ଷକ ସଂପାନରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ପ୍ରବଚକ ଶାନ୍ତନୁ କୁମାର ଦାଶ, ଅଧ୍ୟାପକ ନାସର ବକ୍ସ ଓ ଶେଖ୍ ଇସ୍‌ହାକ୍ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଆଲୋଚ୍ୟ ପ୍ରସଂଗ ଉପରେ ଭାଗଗର୍ଭକ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସଂପାଦକ ରୋ. ଅଭିଜିତ୍ ନାୟକ ପ୍ରାକ୍‌ଭାଷ ରଖିବା ସହ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ସଂଗଠନ ସଂପାଦକ ବାଦଲ କିଶୋର ମହାପାତ୍ର ସଭାର ଶେଷସ୍ପର୍ଶ ଦେବାସହ ଅପରାହ୍ଣରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାର ସଂଚାଳନ କରିଥିଲେ। ମଞ୍ଚାସିନ ଅତିଥିମାନଙ୍କୁ ମୟୁରପୁଚ୍ଛ ଓ ର ସ୍ମୃତିଫଳକ ପ୍ରଦାନକରି ସମ୍ବର୍ଦ୍ଧିତ କରାଯାଇଥିଲା। ବହିମେଳାର ସଭାପତି ପବିତ୍ର ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି କୈଳାଶ ଚନ୍ଦ୍ର ପଣ୍ଡା, ଉପସଭାପତି ହରମୋହନ କୁଅଁର ଓ ଡା. ବିକାଶ ନାରାୟଣ ନନ୍ଦ, ସାଂସ୍କୃତିକ ସଂପାଦକ ସରୋଜ ବଳ, ସହ ସଂପାଦକ ନାସିର୍ ବକ୍ସ ଓ ପ୍ରଫୁଲ୍ଲ କୁମାର ନାୟକ, ସଂଗଠନ ସଂପାଦକ ଶାନ୍ତି ସ୍ୱରୂପ ମିଶ୍ର ଏବଂ କାର୍ଯ୍ୟକାରୀ ସଦସ୍ୟ ସୁଚିତ୍ରା ପାଣିଗ୍ରାହୀ, କିଶୋର ପାଣିଗ୍ରାହୀ ଓ ବସୁମିତ୍ରା ସାହୁ, ଅନିମା ନାୟକ, ଅନନ୍ୟା ନାୟକ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ପ୍ରମୁଖ ପ୍ରକାଶକମାନେ ମେଳାରେ ସାମିଲ ଥିବାରୁ ଲୋକଙ୍କ ମଧ୍ୟରେ ଆନନ୍ଦ ପରିଲକ୍ଷିତ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.