Home ଜିଲ୍ଲା ପରିକ୍ରମା ଭଦ୍ରକ – ପୁରୀ ମେମୁ ଟ୍ରେନ ଚାଲିବା ଘୋଷଣା ନେଇ ଜିଲ୍ଳା ବିଜେପିର କୃତଜ୍ଞତା

ଭଦ୍ରକ – ପୁରୀ ମେମୁ ଟ୍ରେନ ଚାଲିବା ଘୋଷଣା ନେଇ ଜିଲ୍ଳା ବିଜେପିର କୃତଜ୍ଞତା

40

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରୁ ପୁରୀକୁ ଏକ ମେମୁ ଟ୍ରେନ ଚଳାଚଳ ନେଇ ଦୀଘ୍ର ଦିନର ଦାବି ପରେ ଗତ ୩୦ ତାରିଖ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଖୁବ୍ ଶୀଘ୍ର ଉକ୍ତ ଟ୍ରେନ ଚଳାଚଳ କରିବ ବୋଲି ପ୍ରତିଶୃତି ଦେବା ପରେ ଜିଲ୍ଳା ବିଜେପି ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ଏକ ସ୍ୱତନ୍ତ୍ର ବୈଠକ ମାଧ୍ୟମରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଜିଲ୍ଳା ବିଜେପି ସଭାପତି ହେମନ୍ତ ପାଢୀଙ୍କ ପୌରୋହିତ୍ୟରେ ଜିଲ୍ଲା କାର୍ଯ୍ୟାଳୟରେ ଆଜି ଅପରାହ୍ଣରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସଂସଦୀୟ କ୍ଷେତ୍ର ପ୍ରଭାରୀ ଚନ୍ଦ୍ରଶେଖର ନନ୍ଦ, ଜିଲ୍ଳା ସହପ୍ରଭାରୀ ସୀପ୍ରା ବାଜପାୟୀ, ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ ନାୟକ, ବଦ୍ରିନାରାୟଣ ଧଳ, ମାଧବାନନ୍ଦ ମଲ୍ଲିକ, ଭଦ୍ରକ ସଂସଦୀୟ ନେତା ଅଭିମନ୍ୟୁ ସେଠୀ, କିଶୋର ବେହେରା, ସଂପାଦକ ମନୋଜ ମଲ୍ଲିକ, ଶଶିକାନ୍ତ ବିଶ୍ୱାଳ, ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଅଶୋକ ପରିଜା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାସ, ମନସ୍ମିତା ଖୁଣ୍ଟିଆ, ବୁଦ୍ଧଦେବ ଜେନା, ଜିଲ୍ଳା ମହିଳାମୋର୍ଚ୍ଚା ସଭାନେତ୍ରୀ କଳ୍ପନା ଜେନା, ଯୁବମୋର୍ଚ୍ଚା ସଭାପତି ଦେବାଂଶୁ ରାଉତ, ଜଗବନ୍ଧୁ ଦାସ, ଜିଲ୍ଳାର ୩୨ଟି ମଣ୍ଡଳର ସଭାପତି, ସମ୍ପାଦକ, ନିର୍ବାଚିତ ସରପଞ୍ଚ, ସମିତି ସଦସ୍ୟ ପ୍ରମୁଖ କୃତଜ୍ଞତା ଜ୍ଞାପନ କରି ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଆନନ୍ଦ ପ୍ରକଟ କରିଥିଲେ। ବିଶେଷ ଭାବେ ଏହି ରେଳ ଚଳାଚଳ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ସ୍ୱତନ୍ତ୍ର ଭାବେ ପଦକ୍ଷେପ ନେବା କାରଣରୁ ଏହା ସମ୍ଭବ ହୋଇପାରିଥିବାରୁ ତାଙ୍କୁ ଜିଲ୍ଳା ବିଜେପି ବିଶେଷ କୃତଜ୍ଞତା ଜଣାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.