Home ଜିଲ୍ଲା ପରିକ୍ରମା ନିଖିଳଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଦିବସ ପାଳନ

ନିଖିଳଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଦିବସ ପାଳନ

232

ମାଲକାନଗିରି,୭ ।୧ (ଓଡିଆ ପୁଅ ) ନିଖିଳଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫେଡ୍ରେସନ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ସଂଘଦିବସ ଜିଲ୍ଲାସଭାପତି ରଜିଂତ କୁମାର ନାୟକ(ରଣି)ଙ୍କ ଅଧ୍ୟକ୍ଷତାରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ  ସଂଘର ଉପଦେଷ୍ଟା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ଭୋଳ ଯୋଗଦେଇ ଶିକ୍ଷକ ସଂଘର ପତାକା ଉତୋଳନ କରି ସଂଘଦିବସର ତାତ୍ପର୍ଯ୍ୟ ସଂପର୍କରେ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବେସଂଘର ସଂପାଦକ ରମେଶ ଚନ୍ଦ୍ରସ୍ୱାଇଁ  ସଂଘର ପୁର୍ବତନ ସଭାପତି ଦେବରାଜସାହୁ,ବାଲରାଜୁପାଢି,ପୂର୍ଣ୍ଣଚନ୍ଦ୍ର ସାହୁ,ଗୌରଶ୍ୟାମ ମହାନ୍ତି,ଗଣେଷ ଜେନା,ଜୟଦେବ ରାଉଳ,ଚିତରଂନ ସରକାର ପ୍ରମୁଖ ଯୋଗଦେଇ ସଂଘର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ଡଃହରେକୃଷ୍ଣ ମହତାବଙ୍କ ସ୍ମୃତି ଚାରଣ ସହ ଜିଲ୍ଲାରେ ଇହଲିଳା ସମ୍ବୋରଣ କରିଥିବା ଶିକ୍ଷକ ମାନଙ୍କ ପାଇଁ ଏକମିନଟ ନିରବ ପ୍ରାର୍ଥନା କରିଥିଲେ । ଶିକ୍ଷକ ମାନଙ୍କ ପଦୋଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶନାମାକୁ  ତୁରନ୍ତ ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟକାରି ନ କଲେ ଆଗାମୀ ଦିନରେ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନର ପନ୍ଥା ଅବଲମ୍ବନ କରାଯିବା ପାଇଁ  ଏହି ସଭାରେ ନିସ୍ପିତି ନେଇଥିଲେ  ।  ଏହି ଅବସରରେ ଅନ୍ୟାନ ମାନଙ୍କ ମଧ୍ୟରେ ରାମପ୍ରସାଦ ପାଡି,ଅମୃତଲାଲା ସରକାର,ଅଜୟସ୍ୱାଇଁ,ବିଜୟକୁମାର ଦାସ, ଗଣେଷଣ ମଜୁମଦାର, ତାରକ ମଣ୍ଡଳ,ମନୋରଜଂନ ସେଠୀ,ସରୋଜଦୋରା, ମନୋରଂଜନବେହେରା,ରଜିଂତ ମାଲି, ପ୍ରସାନ୍ତବେହେରା, ଶାନ୍ତନୁପରିଡା, ବିଜୟଦାସ,ଶରତମଲିକ,ଶିମାଚଂଳ ଭୁୟାଂ, ସପନବାଲା, ଶ୍ରୀକାନ୍ତ ପ୍ରଧାନ,ପ୍ରଶାନ୍ତ ସମନ୍ତରାୟ,ଖଗେଶ୍ୱର ରାଉତ,କବି ମଲିକ, ସୁର୍ଯ୍ୟଚୌଧୁରୀ,  ବସନ୍ତପାଢି, ମହିରି ସରକାର,ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ ବିଭିନ୍ନ ଅଚଂଳର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ  । ଶେଷରେ ଶିକ୍ଷକ ଜୟଦେବ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.