Home ଓଡ଼ିଶା ଭାରତ ବଂଚାଅ ସମାବେଶ ନିମନ୍ତେ କଂଗ୍ରେସର ରଣନୀତି

ଭାରତ ବଂଚାଅ ସମାବେଶ ନିମନ୍ତେ କଂଗ୍ରେସର ରଣନୀତି

165

ଭୁବନେଶ୍ୱର ୨.୧୨ (ଓଡ଼ିଆ ପୁଅ) – କେନ୍ଦ୍ରର ବିଜେପି ନେତୃତ୍ୱ ମୋଦୀ ସରକାରଙ୍କ ଜନ ଓ କୃଷକ ମାରଣ ନୀତି ବିରୋଧରେ ନିଖିଳ ଭାରତ କଂଗ୍ରେସ କମିଟି ତରଫରୁ ଆସନ୍ତା ୧୪ ଡିସେମ୍ବର ଶନିବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଦିଲ୍ଲୀର ରାମଲୀଳା ମୈଦାନରେ ଆୟୋଜିତ ହେବାକୁ ଯାଉଥିବା “ଭାରତ ବଂଚାଅ” ସମାବେଶରେ ଓଡ଼ିଶାରୁ ଅନ୍ୟୁନ ଏକହଜାର କଂଗ୍ରେସ ନେତୃମଣ୍ଡଳୀ ଓ ସକ୍ରିୟ କର୍ମକର୍ତା ଯୋଗାଇ ଦେବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି। ସମାବେଶରେ ଯୋଗଦେବାକୁ ଇଛା ପ୍ରକାଶ କରୁଥିବା ନେତୃମଣ୍ଡଳୀ /କର୍ମୀମାନେ ସେମାନଙ୍କର ଗସ୍ତ ବାବଦରେ ଆସନ୍ତା ୪.୧୨.୨୦୧୯ ରିଖ ବୁଧବାର ପୂର୍ବାହ୍ନ ୪ ଘଟିକା ମଧ୍ୟରେ ସେମାନଙ୍କର ଭୋଟ ପରିଚୟ ପତ୍ର / ଆଧାରକାର୍ଡର ଜେରକ୍ସ କପିସହ ଟ. ୧୦୦୦/- ଭୁବନେଶ୍ୱର କଂଗ୍ରେସ ଭବନରେ ସମାବେଶ ଦାଇତ୍ୱରେ ଥିବା କଂଗ୍ରେସ ନେତା ଶ୍ରୀଯୁକ୍ତ ଚିନ୍ମୟ ସୁନ୍ଦର ଦାସ ଓ ଶ୍ରୀଯୁକ୍ତ ପଦ୍ମାକର ଗୁରୁଙ୍କ ନିକଟରେ ପ୍ରଦାନ କରି ରସିଦ ସଂଗ୍ରହ କରିବାକୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ତରଫରୁ ସୂଚୀତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.