Home ଓଡ଼ିଶା ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-୨୦: ରୋମାଞ୍ଚକ ମ୍ୟାଚ୍ : ସୁପର ଓଭରର ଶେଷ ବଲରେ ଛକା ମାରି ସିରିଜ୍...

ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-୨୦: ରୋମାଞ୍ଚକ ମ୍ୟାଚ୍ : ସୁପର ଓଭରର ଶେଷ ବଲରେ ଛକା ମାରି ସିରିଜ୍ ଜୀତିଲା ଭାରତ

1433

ନୂଆ ଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ) ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ଟି ମ୍ୟାଚର ଟି-୨୦ ସିରିଜ୍ ର ତୃତୀୟ ମ୍ୟାଚ୍ ହ୍ୟାମିଲ୍ଟନ୍ ର ସେଡନ ପାର୍କରେ ଖେଳା ଯାଇଛି। ଏହି ମ୍ୟାଚ୍ ଡ୍ର ହୋଇଥିଲା।

ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୯ ରନ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୯ ରନ କରିଥିଲା।
ତେବେ ମ୍ୟାଚ୍ ର ନିର୍ଣ୍ଣାୟକ ପାଇଁ ସୁପର ଓଭର ଖେଳାଯାଇଥିଲା।

ସୁପର ଓଭରରେ ନ୍ୟୁଜିଲ୍ୟାଣ୍ଡ କୌଣସି ୱିକେଟ ନ ହରାଇ ୧୭ ରନ୍ ସଂଗ୍ରହ କରିଥିଲା ଏବଂ ଭାରତକୁ ଜୀତିବାକୁ ହେଲେ ୧୮ ରନ୍ ର ଆବଶ୍ୟକତା ଥିବା ବେଳେ ଭାରତର ରୋହିତ୍ ଶର୍ମା ଶେଷ ବଲ୍ ରେ ଛକ୍କା ମାରି ମ୍ୟାଚ୍ ଜୀତିବା ସହିତ ଭାରତ ସିରିଜ୍ ଜୀତିଛି।

ଏହି ସିରିଜ୍ ରେ ପ୍ରଥମ ଦୁଇ ଟି-୨୦ ମ୍ୟାଚ୍ ଅକଲ୍ୟାଣ୍ଡର ଇଡେନ ପାର୍କରେ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ ରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟ୍ ଏବଂ ଦ୍ୱିତୀୟ ମ୍ୟାଚ୍ ରେ ୭ ୱିକେଟ୍ ରେ ହରାଇଥିଲା। ଏହା ସହିତ ଭାରତ ସିରିଜ୍ ରେ ୩-୦ ରେ ଆଗୁଆ ହୋଇ ସିରିଜ୍ ହାତେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.