Home ଆନ୍ତର୍ଜାତୀୟ ଭାରତୀୟ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ : ପିଓକେ ରୁ ୩୦ କିଲୋମିଟର ଭିତରେ ଥିବା ଆତଙ୍କବାଦୀ...

ଭାରତୀୟ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ : ପିଓକେ ରୁ ୩୦ କିଲୋମିଟର ଭିତରେ ଥିବା ଆତଙ୍କବାଦୀ ଠିକଣା ନଷ୍ଟ କଲା

202

ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) ବାବା ଅମରନାଥଙ୍କର ଯାତ୍ରାରେ ଭାଗ ନେବାକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ଏବଂ ଅନ୍ୟ ପର୍ଯ୍ୟଟକମାନଙ୍କୁ ଘାଟୀରୁ ପେରିଯିବା ପାଇଁ ଗୃହ ମନ୍ତ୍ରଣାଳୟର ଆଡଭୋଇଜୋରୀ ପରେ ଏବେ ଭାରତୀୟ ସେନା ପିଓକେରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଥିବାର ଖବର ମିଳିଛି। ସିଏନଏନ ନ୍ୟୁଜ୧୮ ସୂତ୍ର ଅନୁସାରେ, ଭାରତୀୟ ସେନା ପୀଓକେରୁ ପ୍ରାୟତଃ ୩୦ କିଲୋମିଟର ଭିତରେ ଆତଙ୍କବାଦୀ କ୍ୟାମ୍ପ ଉପରେ କାର୍ଯ୍ୟାନୁଷ୍ଠାନ କରିଛି। ସୂତ୍ର ଅନୁସାରେ, ଭାରତୀୟ ସେନା ପିଓକେ ରୁ ୩୦ କିଲୋମିଟର ଭିତରେ ଥିବା ଆତଙ୍କବାଦୀ ଠିକଣା ନଷ୍ଟ କରିଛି।

ସିଏନ୍ଏନ୍ ର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀ ଠିକଣା ଉପରେ ଭାରତ ଦ୍ଵାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ନୀଲମ ଝେଲମ ହାଇଡ୍ରୋପାୱାର ପ୍ରୋଜେକ୍ଟକୁ ମଧ୍ୟ କ୍ଷତି ପହଁଚିଛି। ଏନଜେଏଚପି ପ୍ରୋଜେକ୍ଟ ମଧ୍ୟ ଏଥିରେ ଡ୍ୟାମେଜ ହୋଇଛି। କୁହାଯାଇପାରେଯେ, ନୀଲମ ଝେଲମ ପାବର ପ୍ଲାଣ୍ଟରେ ପ୍ରାୟତଃ ୪୦୦-୫୦୦ ମେଗାୱାଟ ବିଜୁଳି ଉତ୍ପନ୍ନ ହୋଇଥାଏ। ଏହି ପ୍ଲାଣ୍ଟରୁ ପାକିସ୍ତାନ ସ୍ଥିତ ପଞ୍ଜାବ ଏବଂ ଆଖ-ପାଖର ଅନ୍ୟ ରାଜ୍ୟରେ ବିଜୁଳୀ ସପ୍ଲାଇ ହୋଇଥାଏ। ଯଦି ପ୍ଲାଂଣ୍ଟ ଡ୍ୟାମେଜ୍ ହୋଇଯାଇଛି, ତେବେ ପାକିସ୍ତାନର ଏକ ବଡ଼ ଭାଗରେ ଅନ୍ଧକାର ଛାଇଯିବ।

ଭାରତଙ୍କର କାର୍ଯ୍ୟାନୁଷ୍ଠାନ ଉପରେ ପାକିସ୍ତାନ ଅଭିଯୋଗ ଲଗାଇଛି କି ଭାରତ ପିଓକେରେ ପଶି କ୍ଲଷ୍ଟର ବମର ଉପଯୋଗ କରି ୟୁଏନର ନିୟମକୁ ଭାଙ୍ଗିଛି। ପାକିସ୍ଥାନ କହିଛି କି କୌଣସି ମଧ୍ୟ କଶ୍ମୀରର ଲୋକମାନଙ୍କର ଅଧିକାର ଏବଂ ତାଙ୍କର ଦୃଢ଼ ସଂକଳ୍ପକୁ ଦବାଇ ପାରିବେ ନାହିଁ। କାଶ୍ମୀରର ପ୍ରତ୍ୟେକ ପାକିସ୍ତାନୀର ରକ୍ତରେ ବସିଛନ୍ତି। କଶ୍ମୀରିମାନଙ୍କ ସ୍ଵଦେଶୀ ସ୍ଵତନ୍ତ୍ରତା ସଂଗ୍ରାମ ସଫଳ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.