Home ଆନ୍ତର୍ଜାତୀୟ ଟିମ ଇଣ୍ଡିଆର ଟସ ଜୀତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି – କିଏ କିଏ ଖେଳୁଛନ୍ତି ପଢ଼ନ୍ତୁ

ଟିମ ଇଣ୍ଡିଆର ଟସ ଜୀତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି – କିଏ କିଏ ଖେଳୁଛନ୍ତି ପଢ଼ନ୍ତୁ

211

– ଭାରତ ବନାମ ୱେଷ୍ଟ ଇଣ୍ଡିଜ୍ – ଦୁଇଦଳ ମଧ୍ୟରେ ତିନୋଟି ଟି-୨୦ ମ୍ୟାଚ ସିରିଜ୍ ର ପ୍ରଥମ ମ୍ୟାଚ୍ ଚାଲିଛି
– ଭାରତୀୟ ଅଧିନାୟକ ବିରାଟ କୋହଲୀ ଟସ ଜୀତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତି ନେଇଛନ୍ତି
– ପିଚ କଥା କହିଲେ ଫ୍ଲୋରିଡାର ପିଚ ବ୍ୟାଟିଂ ପାଇଁ ଭଲ ଏଠାରେ ହାରାହାରି ସ୍କୋର ୧୮୦ ଅଟେ

ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) ଫ୍ଲୋରିଡା ଟି-୨୦ରେ ଭାରତୀୟ ଟିମ ଟସ ଜୀତିକରି ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତି ନେଇଛି। ବଡ଼ ଖବର ଏହା କି କେ ଏଲ ରାହୁଲ ଟିମରୁ ବାହାର ଅଛନ୍ତି ଏବଂ ନବଦୀପ ସୈନୀଙ୍କର ଡେବ୍ୟୁ ହୋଇଛି। ୱାଶିଂଗଟନ ସୁନ୍ଦରଙ୍କୁ ମଧ୍ୟ ଏହି ମ୍ୟାଚ୍ ରେ ମୌକା ମିଳିଛି। ଆହତ ପରେ ଶିଖର ଧାୱନ, ମନୀଷ ପାଣ୍ଡେ ଫେରିଛନ୍ତି ଖଲୀଲ ଅହମ୍ମଦଙ୍କୁ ମଧ୍ୟ ପ୍ଲେଇଙ୍ଗ ଇଲେଭେନରେ ଜାଗା ମିଳିଛି।

ଭାରତୀୟ ଟିମ ୱାର୍ଲ୍ଡ କପରେ ଭଲ ପ୍ରଦର୍ଶନ କରିଥିଲା ଏବଂ ୱେଷ୍ଟ ଇଣ୍ଡିଜ୍ ଟିମ ସେମୀଫାଇନାଲ୍ ରେ ଜାଗା ବନାଇବା ପାଇଁ ସକ୍ଷମ ହୋଇପାରିନଥିଲା। ଅବଶ୍ୟ ଟି-୨୦ ଫର୍ମାଟରେ ୱେଷ୍ଟ ଇଣ୍ଡିଜ୍ ଅଧିକ ମଜଭୁତ ଅଛି। ଦୁଇ ଟିମ ଏହି ସିରିଜ୍ ସାଥିରେ ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ୱାର୍ଲ୍ଡ କପର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭାରତୀୟ ଟିମ ଟି-୨୦ ସିରିଜ୍ ପାଇଁ ନୂଆ ଚେହେରାଙ୍କୁ ମୌକା ଦେଇଛି। ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ କରିବା ପରେ ଶ୍ରେୟସ ଆୟାର ଏବଂ ମନୀଷ ପାଣ୍ଡେ ଟିମରେ ଜାଗା ବନାଇ ପାରିଛନ୍ତି।

ଟିମ ଇଣ୍ଡିଆର ପ୍ଲେଇଙ୍ଗ ଇଲେଭେନ୍ – ଶିଖର ଧବନ, ରୋହିତ ଶର୍ମା, ବିରାଟ କୋହଲୀ, ମନୀଷ ପାଣ୍ଡେ, ଋଷଭ ପନ୍ତ, କ୍ରୁଣାଲ ପାଣ୍ଡ୍ୟା, ରବୀଦ୍ର ଜାଡେଜା, ଭୁବନେଶ୍ଵର କୁମାର, ୱାଶିଙ୍ଗଟନ ସୁନ୍ଦର, ନବଦୀପ ସୈନୀ, ଖଲୀଲ ଅହମ୍ମଦ

ୱେଷ୍ଟ ଇଣ୍ଡିଜ୍ ର ପ୍ଲେଇଙ୍ଗ ଇଲେଭେନ୍ – ଜନ କୈମ୍ପବେଲ, ଏବିନ ଲୁଈସ, ନିକୋଲସ ପୂରନ, ଶେମରନ ହେଟମାୟର, କାୟରଲ ପୋଲାର୍ଡ, ରୋବମ୍ୟାନ ପାୱେଲ, କାର୍ଲୋସ ବ୍ରେଥୱେଟ, ସୁନୀଲ ନରେନ, କୀମୋ ପଲ, ଶେଲ୍ଡନ କଟରେଲ, ଓଶାନେ ଥମସ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.