Home Top News ଭାରତୀୟ ପ୍ରତିଯୋଗିତା ଆୟୋଗ ଏବଂ ମରିସସ୍ ପ୍ରତିଯୋଗିତା ଆୟୋଗ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ୍ ମଞ୍ଜୁରି

ଭାରତୀୟ ପ୍ରତିଯୋଗିତା ଆୟୋଗ ଏବଂ ମରିସସ୍ ପ୍ରତିଯୋଗିତା ଆୟୋଗ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ୍ ମଞ୍ଜୁରି

24

ନୂଆ ଦିଲ୍ଲୀ ୨୨ ଡିସେମ୍ବର (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପ୍ରତିଯୋଗିତା ଆଇନ୍ ଏବଂ ନୀତି କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ନିମନ୍ତେ ତଥା ଏହାକୁ ମଜଭୁତ କରିବା ପାଇଁ ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ଏବଂ ମରିସସ୍ ପ୍ରତିଯୋଗିତା ଆୟୋଗ (ସିସିଏମ୍) ମଧ୍ୟରେ ବୁଝାମଣା ପତ୍ର (ଏମ୍ଓୟୁ) ସ୍ୱାକ୍ଷରକୁ ଅନୁମୋଦନ ପ୍ରଦାନ କରିଛି।

କାର୍ଯ୍ୟାନ୍ୱୟନର କୌଶଳ ଏବଂ ଲକ୍ଷ୍ୟ ସମୂହ

ଏହି ବୁଝାମଣା ପତ୍ର ପ୍ରତିଯୋଗିତା ଆଇନ୍ ଏବଂ ନୀତି ପ୍ରସଙ୍ଗରେ ସୂଚନାର ବିନିମୟ, ସର୍ବୋତମ ପ୍ରଥା/ କାର୍ଯ୍ୟ ପଦ୍ଧତି ଗୁଡ଼ିକର ଆଦାନପ୍ରଦାନ/ ଆବଂଟନ ଏବଂ ସାମର୍ଥ୍ୟ ନିର୍ମାଣ ପଦକ୍ଷେପଗୁଡ଼ିକ ଜରିଆରେ ସହଯୋଗକୁ ପ୍ରୋତ୍ସାହିତ ଏବଂ ମଜଭୁତ କରିବାର ଲକ୍ଷ୍ୟ ରଖିଅଛି। ବୈଷୟିକ ସହଯୋଗ, ଅଭିଜ୍ଞତା ଆବଂଟନ/ ବିନିମୟ ଏବଂ କାର୍ଯ୍ୟକାରିତା ପ୍ରଣୟନରେ ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହିତ କରିବାକୁ ଏହା ଉଦ୍ଦିଷ୍ଟ। ଏହାର ଫଳାଫଳ ଅଧିକ ପରିମାଣରେ ଉପଭୋକ୍ତାମାନଙ୍କୁ ଉପକୃତ କରିବ ଏବଂ ନିରପେକ୍ଷତା ଓ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବ।

ପ୍ରଭାବ:

ସିଆଇଆଇ ଏବଂ ସିସିଏମ୍ ମଧ୍ୟରେ ବୁଝାମଣାପତ୍ର (ଏମ୍ଓୟୁ)ରୁ ନିମ୍ନଲିଖିତ ଜିନିଷ ଗୁଡ଼ିକ ଆଶା କରାଯାଏ:

(କ) ଆନ୍ତର୍ଜାତିକ ବାଣିଜ୍ୟକୁ ପ୍ରଭାବିତ କରୁଥିବା ପ୍ରତିକୂଳ ପ୍ରତିଯୋଗିତାମୂଳକ ପ୍ରତିବନ୍ଧକ/ ସଂଯମତା ଗୁଡ଼ିକର ସମାଧାନ କରିବା;

(ଖ) ସିସିଆଇ ଦ୍ୱାରା ପ୍ରତିଯୋଗିତା ଅଧିନିୟମ, ୨୦୦୨ର କାର୍ଯ୍ୟକାରିତାକୁ ଉନ୍ନତ କରିବା;

(ଗ) ପ୍ରତିଯୋଗିତା ନୀତିର ବୁଝାମଣାକୁ ପ୍ରୋତ୍ସାହିତ କରିବା;

(ଘ) ସାମର୍ଥ୍ୟ ନିର୍ମାଣ

(ଙ) କୂଟନୈତିକ ଲାଭ ଆଣିବା।

ଏହି ବୁଝାମଣା ପତ୍ରରେ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ, ଭାରତ ପକ୍ଷରୁ ଭାରତୀୟ ପ୍ରତିଯୋଗିତା ଆୟୋଗ ଏବଂ ଅନ୍ୟ ପକ୍ଷରେ ମରିସସ୍ ପ୍ରତିଯୋଗିତା ଆୟୋଗ ପ୍ରମୁଖ ହିତାଧିକାରୀ ହେବେ।

ପୃଷ୍ଠଭୂମି:

ପ୍ରତିଯୋଗିତା ଅଧିନିୟମ, ୨୦୦୨ର ଧାରା ୧୮ ସିସିଆଇକୁ ଏହାର କର୍ତବ୍ୟ ନିର୍ବାହ କରିବା କିମ୍ବା ଅଧିନିୟମ ଅନୁଯାୟୀ କାର୍ଯ୍ୟ କରିବା ପାଇଁ ବିଦେଶର ଯେ କୌଣସି ଏଜେନ୍ସି ସହିତ ବୁଝାମଣାପତ୍ରରେ ସ୍ୱାକ୍ଷର କରିବା କିମ୍ବା ଆୟୋଜନ କରିବାକୁ ଏହି ଆଇନ ଅଧୀନରେ ଅନୁମତି ପ୍ରଦାନ କରିଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.