Home ଓଡ଼ିଶା ଭାରତୀୟ ଖାଦ୍ୟ ନିଗମଦ୍ୱାରା ପୁରୀଠାରେ ଚାଉଳର ମାନ ନିର୍ଣ୍ଣୟ ସମ୍ପର୍କିତ କର୍ମଶାଳା ଆୟୋଜିତ

ଭାରତୀୟ ଖାଦ୍ୟ ନିଗମଦ୍ୱାରା ପୁରୀଠାରେ ଚାଉଳର ମାନ ନିର୍ଣ୍ଣୟ ସମ୍ପର୍କିତ କର୍ମଶାଳା ଆୟୋଜିତ

41

ପୁରୀ ୨୬ -୧୧ (ଓଡ଼ିଆ ପୁଅ) ଖରିଫ୍ ବିପଣନ ଋତୁ ୨୦୨୧-୨୨ ନିମନ୍ତେ କେନ୍ଦ୍ର ସରକାରଙ୍କ ଧାନ ସଂଗ୍ରହ ନୀତି ଓ ମାନ ନିୟନ୍ତ୍ରଣ ନିମନ୍ତେ ଏକ କର୍ମଶାଳା ଭାରତୀୟ ଖାଦ୍ୟ ନିଗମ ତରଫରୁ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜନ କରାଯାଇଥିଲା।ଏହି କର୍ମଶାଳାରେ ଧାନସଂଗ୍ରହରେ ସମ୍ପୃକ୍ତ ଯୋଗାଣ ବିଭାଗ ଓ ସମବାୟ ବିଭାଗର ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କ ସମେତ ଚାଷୀ ପ୍ରତିନିଧି ଓ ମିଲର ପ୍ରତିନିଧି ଯୋଗ ଦେଇଥିଲେ।ଭାରତୀୟ ଖାଦ୍ୟ ନିଗମର ମଣ୍ଡଳ ପ୍ରବନ୍ଧକ ଶ୍ରୀ ରାମଫୁଲ ମୀନା ଏବଂ ଶ୍ରୀ ଇନ୍ଦ୍ରଜିତ, ସହାୟକ ମହା ପ୍ରବନ୍ଧକ(ଗୁଣବତ୍ତା) ଓ ଜିଲ୍ଲା ଯୋଗାଣ ଅଧିକାରୀ, ପୁରୀ ଶ୍ରୀ ସୁବୋଧ ହୋତାଙ୍କ ତତ୍ତ୍ଵାବଧାନରେ ଏହି କର୍ମଶାଳାରେ ଭାରତୀୟ ଖାଦ୍ୟ ନିଗମ, ଭୁବନେଶ୍ୱର ମଣ୍ଡଳର ଗୁଣବତ୍ତା ପ୍ରବନ୍ଧକ ଶ୍ରୀ ଚରଣ ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ବୈଷୟିକ ସହାୟକ ଏହି କାର୍ଯ୍ୟରେ ସହାୟତା ପ୍ରଦାନ କରିଥିଲେ।

କର୍ମଶାଳାରେ ଚାଉଳ ସଂଗ୍ରହ ସମୟରେ କିପରି ଧାର୍ଯ୍ୟମାନର ଚାଉଳ ସଂଗୃହୀତ କରାଯିବ ଓ ରାସାୟନିକ ପରୀକ୍ଷାଦ୍ୱାରା କିପରି ଅରୁଆ ଚାଉଳର ବୟସ ନିର୍ଣ୍ଣୟ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଏତଦବ୍ୟତୀତ କୁପୋଷଣରୁ ରକ୍ଷା କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କଦ୍ୱାରା ସମସ୍ତ ହିତାଧିକାରୀଙ୍କୁ ପୋଷଣଯୁକ୍ତ ଚାଉଳ ୨୦୨୪ ସୁଦ୍ଧା ଯୋଗାଣ କରିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ପୋଷଣଯୁକ୍ତ ଚାଉଳର ମାନ କିପରି ହେବା ଆବଶ୍ୟକ ଏବଂ ଏଥିରେ ଲୌହସାର, ଫୋଲିକ ଏସିଡ ଓ ଭିଟାମିନ ‘ବି’ କେତେ ପରିମାଣରେ ମିଶ୍ରିତ ହେବା ଆବଶ୍ୟକ ସେ ବିଷୟରେ ଆଲୋଚନା କରାଯାଇଥିଲା।ଯୋଗାଣ ବିଭାଗ ତରଫରୁ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ବସନ୍ତ କୁମାର ପଣ୍ଡା, ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ମହାପାତ୍ର, ଶ୍ରୀ ଜାନକୀ ଭୂଷଣ ହବଡାସିଂ, ସମସ୍ତ ପ୍ରକ୍ୟୁର୍ମେଣ୍ଟ ଇନିସ୍ପେକ୍ଟର, ମାର୍କେଟିଂ ଇନିସ୍ପେକ୍ଟର, କ୍ୱାଲିଟି ଏନାଲିଷ୍ଟ ଓ ସମବାୟ ବିଭାଗ ତରଫରୁ ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କ ସହ ମିଲରଙ୍କ ପ୍ରତିନିଧି ଓ ଚାଷୀ ପ୍ରତିନିଧି ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.