Home Top News ଆସନ୍ତାକାଲି ପ୍ରଥମାଷ୍ଟମୀ : ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ

ଆସନ୍ତାକାଲି ପ୍ରଥମାଷ୍ଟମୀ : ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ

83

ପୁରୀ ୨୬ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆସନ୍ତାକାଲି ପ୍ରଥମାଷ୍ଟମୀ। ଶ୍ରୀମନ୍ଦିର ରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର। ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଥିବା ବେଳେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି। ନିଆଳି ରୁ ପ୍ରଭୁ ମାଧବାନନ୍ଦ ଜୀଉ ଙ୍କ ସେବାୟତ ଓ ସ୍ଥାନୀୟ ଲୋକ ମାନେ ଆଜି ଅପରାହ୍ନରେ ଗୁଣ୍ତିଚା ମନ୍ଦିର ରେ ପହଂଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ସେବକ ଓ ଭକ୍ତ ମାନେ ପତାକା ଓ ପାରମ୍ପରିକ ବାଦ୍ୟ, ନୃତ୍ୟ ରେ ପାଇକ ଆଖଡା, ରାମତାଳି, ଲଉଡି, ସଂକୀର୍ତ୍ତନ ମଣ୍ଡଳୀ ଙ୍କ ସଂକୀର୍ତ୍ତନ ରେ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ତେବେ ଏହି ପଂଢୁଆ ଭାର ଆଣି ଶ୍ରୀମନ୍ଦିର କାର୍ଯ୍ୟଳୟ ରେ ଦିଆଯାଇ ଥିଲା। ମଙ୍ଗଳା ପୁରାଣ ରେ ମହାପ୍ରଭୁଙ୍କ ମାମୁ ଘର ନିଆଳି ର ମାଧବାନନ୍ଦ ଜୀଉ ବୋଲି ଉଳେଖ ରହିଛି। ପୂର୍ବରୁ ପଢ଼ୁଆଁ ଭାର ଆସୁଥିଲା। ତେବେ କେତେକ ସମସ୍ୟା ଯୋଗୁ ଏହା ଆସି ପରି ନ ଥିଲା। ଗତ୨୦୧୯ ମସିହାରେ ସ୍ଥାନୀୟ ଲୋକ ମାନେ ଏକାଠି ହୋଇ ପୁଣି ଏହି ପରମ୍ପରା ଆରଂଭ କରିଛନ୍ତି। ସେପଟେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି କିଛି ପରମ୍ପରା ନ ଥିବା ସ୍ପଷ୍ଟୀକରଣ ଦିଆଯାଇଚି। ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ ରେ ଏହି ପଢ଼ୁଆଁ ପରମ୍ପରା ଓ ମାଧବାନନ୍ଦ ଜୀଉ ମହାପ୍ରଭୁଙ୍କ ମାମୁ ଘର ବୋଲି କିଛି ଉଲେଖ ନାହିଁ। ଏଣୁ ଭକ୍ତ ମାନେ ଦାନ ଦେବା ହିସାବରେ ଏହି ସବୁ ସାମଗ୍ରୀ ରଖାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.