Home ଓଡ଼ିଶା କୃଷକ ଆନ୍ଦୋଳନର ଏକବର୍ଷ ପୂର୍ତ୍ତି ଦିବସ ପାଳିତ

କୃଷକ ଆନ୍ଦୋଳନର ଏକବର୍ଷ ପୂର୍ତ୍ତି ଦିବସ ପାଳିତ

88

ଭୁବନେଶ୍ୱର ୨୬/୧୧ (ଓଡ଼ିଆ ପୁଅ) – ୩ଟି କଳା କୃଷି ଆଇନ ଓ ୨୦୨୦ ବିଦ୍ୟୁତ୍ ସଂଶୋଧନ ଆଇନକୁ ବାତିଲ କରିବା ଏବଂ କୃଷକମାନଙ୍କ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ଗ୍ୟାରେଌକ୍ଷଗ୍ଧ;ି ପ୍ରଦାନ ସହ ଅନ୍ୟାନ୍ୟ ଦାବି ଉପରେ ଦିଲ୍ଲୀ ସୀମାନ୍ତରେ ଚାଲିଥିବା ଐତିହାସିକ କୃଷକ ଆନ୍ଦୋଳନର ୧ବର୍ଷ ପୂର୍ତ୍ତି ଦିବସ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି।

ଏହି ଉପଲକ୍ଷେ ଅଖିଳ ଭାରତ କୃଷକ ସଭା, ଭାରତୀୟ କ୍ଷେତ ମଜଦୁର ୟୁନିୟନ ଓ ଅଖିଳ ଭାରତ ଟ୍ରେଡ଼ ୟୁନିୟନ କଂଗ୍ରେସ ତରଫରୁ ଆଜି ପୂର୍ବାହ୍ନରେ ଅଶୋକନଗରସ୍ଥିତ ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରା ବାହାରି ମାଷ୍ଟର କ୍ୟାଌକ୍ଷଗ୍ଧ;ିନ ଛକ ନିକଟରେ ପହଞ୍ôଚଥିଲା। ସେଠାରେ ଏଆଇଟିୟୁସିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ଅଖିଳ ଭାରତ କୃଷକ ସଭାର ରାଜ୍ୟ ସମ୍ପାଦକ କ୍ଷୀରୋଦ ସିଂହଦେଓ, ଭାରତୀୟ କ୍ଷେତ ମଜଦୁର ୟୁନିୟନର ରାଜ୍ୟ ସମ୍ପାଦକ ସୁର ଜେନା ଏବଂ ଏଆଇଟିୟୁସିର ରାଜ୍ୟ ଉପସାଧାରଣ ସମ୍ପାଦକ ବିଜୟ ଜେନା ଉଦବୋଧନ ଦେଇ ଆଜିକାର ଦିବସକୁ ସଂଗଠିତ କୃଷକ ଆନ୍ଦୋଳନର ଆଂଶିକ ବିଜୟ ଦିବସ ବୋଲି ବର୍ଣ୍ଣନା କରିଥିଲେ। ସେମାନେ କହିଥିଲେ– କେବଳ କଳା କୃଷି ଆଇନ ପ୍ରତ୍ୟାହାର କରିନେଲେ ଚଳିବ ନାହିଁ। କୃଷକମାନଙ୍କୁ ସେମାନଙ୍କ ଫସଲର ଏମ୍‌ଏସ୍‌ପି ବା ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ଗ୍ୟାରେଌକ୍ଷଗ୍ଧ;ି, ୨୦୨୦ ବିଦ୍ୟୁତ୍ ସଂଶୋଧନ ଆଇନର ପ୍ରତ୍ୟାହାର, ଐତିହାସିକ ଆନ୍ଦୋଳନରେ ଶହୀଦ ହୋଇଥିବା ୭୫୩ଜଣ କୃଷକ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଶହୀଦ ସ୍ମାରକୀ ନିର୍ମାଣ, ଆନ୍ଦୋଳନରତ କୃଷକମାନଙ୍କୁ ଗାଡ଼ି ତଳେ ଚପାଇ ହତ୍ୟା କରିଥିବା ଅପରାଧୀଙ୍କ ପିତା କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ସହ ଗିରଫ କରିବା ଏବଂ ଆନ୍ଦୋଳନରତ କୃଷକମାନଙ୍କ ଉପରୁ ମକଦ୍ଦମା ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିବ।

ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ପାଇକରାୟ, କୈଳାସ ପୁହାଣ, ନାରୀନେତ୍ରୀ ନମିତା ସାହୁ ଓ ବିପ୍ଳବକେଶରୀ ମହାପାତ୍ର ପ୍ରମୁଖ ଏହି ଶୋଭାଯାତ୍ରା ଓ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.