Home କେନ୍ଦୁଝର ବାଘୁଆ ଗାଁରେ ରାଧାକୃଷ୍ଣଜୀଉଙ୍କ ମନ୍ଦିର ପ୍ରତିଷ୍ଠା

ବାଘୁଆ ଗାଁରେ ରାଧାକୃଷ୍ଣଜୀଉଙ୍କ ମନ୍ଦିର ପ୍ରତିଷ୍ଠା

45

ହାଟଡ଼ିହି-୨୯/୩, (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ ବାଘୁଆ ଗାଁରେ ରାଧାକୃଷ୍ଣଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଏହି ଉତ୍ସବରେ ବାଘୁଆ, ନୁଆଗାଁ, ବାଲିବରେଇ, ସୋସୋ, ବିଦ୍ୟାଧରପୁର ଆଦି ଗ୍ରାମର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଗୁରୁବାର ମଧ୍ୟାହ୍ନରେ ସାଳନ୍ଦୀ ନଦୀରୁ ଘଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ନରେନ୍ଦ୍ର କୁମାର ନାୟକ, ମନମୋହନ ରାଉତ, ସୁକାନ୍ତ କୁମାର ରାଉତ, ଲକ୍ଷ୍ମୀକାନ୍ତ ମହାନ୍ତି, ସୁବାଶ ଚନ୍ଦ୍ର ବାରିକ, ସନାତନ ଦାସ, ପଞ୍ଚାନନ ରାଉତ, ବଟକୃଷ୍ଣ ମୁଦୁଲି, ବିବେକାନନ୍ଦ ମହାନ୍ତି, ଶୁକଦେବ ନାଇକ, ଚଗୁଲୁ ରାଉତ ପ୍ରମୁଖ କର୍ତ୍ତା ଭାବେ ସାମିଲ ହୋଇଥିବାବେଳେ ପଣ୍ଡିତ ଅଶୋକ ଆଚାର୍ଯ୍ୟ ଓ ତାଙ୍କ ସହକର୍ମୀମାନେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିଲେ । ବ୍ରାହ୍ମଣ ମାନଙ୍କ ବେଦମନ୍ତ୍ର ଧ୍ୱନୀରେ ଗ୍ରାମଟି ମୁଖରିତ ହୋଇଉଠିଥିଲା । ଗଣପତିପୂଜା, ସୂର୍ଯ୍ୟପୂଜା, ଧେନୁପୂଜା, ବିଗ୍ରହ ପ୍ରତିଷ୍ଠା ପରେ ମନ୍ଦିରରେ ବିଗ୍ରହ ସ୍ଥାପନ କରାଯାଇଥିଲା । ଆନନ୍ଦ ଦାସ, କରୁଣାକର ପହି, ନାରାୟଣ ରାଉତ, ବାବାଜି ଲେଙ୍କା, ନରହରି ରାଉତ, ଜୟନ୍ତ ରାଉତ, ରବିନ୍ଦ୍ର ଲେଙ୍କା, ଚିନ୍ତାମଣି ମହାନ୍ତି, ଦୁର୍ଯ୍ୟୋଧନ ରାଉତ, ବୈଲୋଚନ ଆୟଚଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ପ୍ରତ୍ୟେକ ସନ୍ଧ୍ୟାରେ ଭଜନ ସମାରୋହ ଓ ପ୍ରବଚନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.