Home ଜିଲ୍ଲା ପରିକ୍ରମା ଭାଟସାହି ଓ କେନ୍ଦୁଢିପି ପଂଚାୟତର ବିଜେପି କର୍ମୀ ବିଜେଡିରେ ସାମିଲ୍‌

ଭାଟସାହି ଓ କେନ୍ଦୁଢିପି ପଂଚାୟତର ବିଜେପି କର୍ମୀ ବିଜେଡିରେ ସାମିଲ୍‌

72

ନୟାଗଡ଼ ୨୮ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ବିଜେଡିର କାର୍ଯ୍ୟାବଳୀ ତଥା ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୟାଗଡ଼ ବ୍ଳକ ଭାଟସାହି ପଂଚାୟତର ବିଜେପି ସଭାପତି ଓ କେନ୍ଦୁଢିପି ପଂଚାୟତର ୫୦ରୁ ଉର୍ଦ୍ଧ୍ୱ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଳା ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରାଙ୍କ ନେତୃତ୍ୱରେ ବିଜେପି ନେତା ବିରେନ କୁମାର ନାୟକଙ୍କ ସମେତ ବିଜେପିର ବହୁ ଟାଣୁଆ କର୍ମୀମାନେ ବିଜେପି ପ୍ରତି ବୀତସ୍ପୃହ ହୋଇ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବଳିଷ୍ଠ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିବାବେଳେ ଭାଟସାହି ପଂଚାୟତର ବିଜେପି ସଭାପତି ପ୍ରଭାତ କୁମାର ମହାପାତ୍ର କୃଷିମନ୍ତ୍ରୀ ଡ. ସାହୁଙ୍କ ଭୁବନେଶ୍ୱରସ୍ଥ ବାସଭବନରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଥିଲେ। କେନ୍ଦୁଢିପି ପଂଚାୟତ ଏଣିକି ବିରୋଧି ଶୂନ୍ୟ ହେବା କୁହାଯାଉଥିବାବେଳେ ଭାଟସାହି ପଂଚାୟତର ବିଜେଡି ସାଂଗଠନିକ କ୍ଷେତ୍ର ମଜ୍‌ଭୁତ ହେବା ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.