Home ଜିଲ୍ଲା ପରିକ୍ରମା ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଓ ଜଳାନ୍ତକ ଦିବସ ପାଳିତ

ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଓ ଜଳାନ୍ତକ ଦିବସ ପାଳିତ

27

ନୟାଗଡ଼, ୨୮ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ଓ ବିଶ୍ୱ ଜଳାନ୍ତକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତି ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସୁରକ୍ଷିତ ଗର୍ଭପାତ କରାଇବାର ନିୟମ ଓ ଅବଧି ବିଷୟରେ ଆଲୋଚନା କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶରେ ୯ସପ୍ତାହ ଗର୍ଭଧାରଣ ବଟିକା ଦ୍ୱାରା, ୧୨ ସପ୍ତାହରେ ଏମ୍‌ଭିଏ ବଟିକା ଦ୍ୱାରା ଗର୍ଭପାତ କରାଇବା ପାଇଁ ପରାମର୍ଶ ଦିଆଯ।।ଇଥିଲା। ସେହିପରି ବିଶ୍ୱ ଜଳାନ୍ତକ ଦିବସ ପାଳିତ ହୋଇଥିଲା। ଜଳାନ୍ତକ ରୋଗର କାରଣ ଓ ନିରାକରଣ ଉପରେ ସଚେତନତା କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏମ୍‌ୟୁ ପୁଷ୍ପା ନିଳୀମା ଲାକ୍ରା, ମେଡିକାଲ ଅଫିସର ଡ.ନୱାଜ ଅଲ୍ଲୀ ଖାଁ, ସୁବାଷ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.