Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ବଡ଼ ଧରଣର ଅଦଳବଦଳ

ନୟାଗଡ଼ରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ବଡ଼ ଧରଣର ଅଦଳବଦଳ

63

ନୟାଗଡ଼, ୨୮ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଆଗାମୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଜିଳ୍ଲାସ୍ତରରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ବଡ଼ ଧରଣର ଅଦଳବଦଳ ହୋଇଥିବା ଜିଲ୍ଳା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ୮ଟି ବ୍ଳକର ୪୪ ଜଣଙ୍କୁ ବଦଳି କରାଯାଇଛି। ସେମାନେ ହେଲେ ରଣପୁର ବ୍ଳକର ଲକ୍ଷ୍ମୀଧର ସ୍ୱାଇଁଙ୍କୁ ଓଡ଼ଗାଁ ବ୍ଳକ, ପ୍ରତାପ ନାୟକଙ୍କୁ ନୂଆଗାଁ ବ୍ଳକ, ଚିତ ରଂଜନ ଆଚାର୍ଯ୍ୟଙ୍କୁ ଖଣ୍ଡପଡ଼ା ବ୍ଳକ, ରବିନ୍ଦ୍ର କୁମାର ସ୍ୱାଇଁ, ମହେନ୍ଦ୍ର କୁମାର ବାରିକ, ଗଙ୍ଗାଧର ପ୍ରଧାନ, ଲକ୍ଷ୍ମୀଧର ସ୍ୱାଇଁଙ୍କୁ ନୟାଗଡ଼ ୍‌ବ୍ଳକକୁ ବଦଳି କରାଯାଇଥିବାବେଳେ ଓଡ଼ଗାଁ ବ୍ଳକରୁ ଯଦୁମଣୀ ନାୟକ, ଦେବରାଜ ବିଶ୍ୱାଳ, ତ୍ରିନାଥ ପରିଡ଼ାଙ୍କୁ ଖଣ୍ଡପଡ଼ା ବ୍ଳକ, ବିଭୁତି ଭୂଷଣ ପରିଡ଼ା, ପ୍ରଶାନ୍ତ କୁମାର ବେହେରାଙ୍କୁ ରଣପୁର ବ୍ଳକ, ସୁଶାନ୍ତ କୁମାର ସାହୁ, ବସନ୍ତ କୁମାର ପଣ୍ଡାଙ୍କୁ ନୂଆଗାଁ ବ୍ଳକ, କୃଷ୍ଣଚନ୍ଦ୍ର ମହାକୁଡ଼, ସତ୍ୟବାଦୀ ବେହେରାଙ୍କୁ ଗଣିଆ ବ୍ଳକକୁ, ଗଣିଆ ବ୍ଳକର ଗୋପିନାଥ ବେହେରାଙ୍କୁ ନୂଆଗାଁ ବ୍ଳକ, ଲକ୍ଷ୍ମୀଧର ବେହେରାଙ୍କୁ ଓଡ଼ଗାଁ ବ୍ଳକ, ମାଧବ ପ୍ରଧାନ, ଜିତେନ୍ଦ୍ର କୁମାର ପ୍ରଧାନଙ୍କୁ ଦଶପଲ୍ଲା ବ୍ଳକ, ଲକ୍ଷ୍ମୀଧର ବେହେରାଙ୍କୁ ଓଡ଼ଗାଁ ବ୍ଳକକୁ ଓ ବିଜୟ କୁମାର ବେହେରାଙ୍କୁ ଖଣ୍ଡପଡ଼ା ବ୍ଳକକୁ। ସେହିପରି ନୁଆଗାଁ ବ୍ଳକରୁ ପଦ୍ମ ଚରଣ ବିଶ୍ୱାଳ ଓ ବିମ୍ବାଧର ନାୟକଙ୍କୁ ଭାପୁର ବ୍ଳକ, ଗୀତା ନାୟକ, ପ୍ରକାଶିନୀ ନାୟକଙ୍କୁ ଖଣ୍ଡପଡ଼ା ବ୍ଳକକୁ, କଳ୍ପନା ବେହେରାଙ୍କୁ ଦଶପଲ୍ଳା ବ୍ଳକକୁ ଓ ପ୍ରସନ୍ନ କୁମାର ତାରେଣିଆଙ୍କୁ ରଣପୁର ବ୍ଳକକୁ ବଦଳି କରାଯାଇଛି। ଖଣ୍ଡପଡ଼ା ବ୍ଳକର ମଳୟ ରଂଜନ ପଟ୍ଟନାୟକ, କୈଳାଶ ଚନ୍ଦ୍ର ପ୍ରଧାନ, ଦାଶରଥି ନାୟକ, କୃଷ୍ଣଚନ୍ଦ୍ର ସାହୁଙ୍କୁ ରଣପୁର ବ୍ଳକକୁ, ପୁରୁଷୋତ୍ତମ ସାହୁଙ୍କୁ ଓଡ଼ଗାଁ ବ୍ଳକକୁ ଓ ଗୋବର୍ଦ୍ଧନ ଦାସଙ୍କୁ ଭାପୁର ବ୍ଳକକୁ ବଦଳି କରାଯାଇଛି। ନୟାଗଡ଼ ବ୍ଳକରୁ ଗୋଲେଖ ବିହାରୀ ମାଝିଙ୍କୁ ନୂଆଗାଁ ବ୍ଳକ, ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଦଶପଲ୍ଲା ଓ କୈଳାଶ ଚନ୍ଦ୍ର ମହାପାତ୍ରଙ୍କୁ ଗଣିଆ ବ୍ଳକକୁ ବଦଳି କରାଯାଇଛି। ଭାପୁର ବ୍ଳକରୁ ଅଶୋକୁ କୁମାର ସେଠୀ ଓ ପଦ୍ମଚରଣ ଭଟ୍ଟଙ୍କୁ ରଣପୁର ବ୍ଳକକୁ, ପ୍ରଫୁଲ କୁମାର ଦାସଙ୍କୁ ଓଡ଼ଗାଁ ବ୍ଳକକୁ, ଦଶପଲ୍ଳା ବ୍ଳକରୁ ହରିହର ରାଉତଙ୍କୁ ଗଣିଆ ଓ ଶଙ୍କର ଚରଣ ସାହୁଙ୍କୁ ଓଡ଼ଗାଁକୁ ବଦଳି କରାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.