Home Top News ଭାଙ୍ଗିଗଲା ଉପରକୋଲାବ ଧନପୁର ଶାଖା କେନାଲ ; କଙ୍କଡା ଓ ସାପ ଥିଓରୀ ବଖାଣିଲେ କନିଷ୍ଠ...

ଭାଙ୍ଗିଗଲା ଉପରକୋଲାବ ଧନପୁର ଶାଖା କେନାଲ ; କଙ୍କଡା ଓ ସାପ ଥିଓରୀ ବଖାଣିଲେ କନିଷ୍ଠ ଯନ୍ତ୍ରୀ

52

କୋରାପୁଟ ୦୯-୦୧ (ଓଡିଆ ପୁଅ /ରଂଜନ ଦାସ)ଉପର କୋଲାବ ଜଳ ବିଦ୍ୟୁତ ପ୍ରକଳ୍ପର ଧନପୁର ଶାଖା କେନାଲ ବନ୍ଧ ଏକଟାଗୁଡା ନିକଟରେ ଶୁକ୍ରବାର ରାତିରେ ଅଚାନକ ଭାଙ୍ଗିଯାଇଥିବା ବେଳେ କଙ୍କଡା ଓ ସାପ ଯୋଗୁଁ ବନ୍ଧ ଭାଙ୍ଗି ଯାଇଥିବା କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପଣ୍ଡା ଦାୟୀ କରିଥିବା ଜଣାପଡିଛି। କେନାଲର ପ୍ରାୟ ୧୦ ମିଟର ଘାଇ ସୃଷ୍ଟି ହୋଇଥିବାବେଳେ ଶନିବାର ସକାଳୁ ବିଭାଗ ମରାମତି କାମ ଆରମ୍ଭ କରିଛି। ଶହଶହ ଏକର ଚାଷ ଜମିରେ ପାଣି ପଶି ଯିବାରୁ ଅନେକ ଲୋକଙ୍କ ଜମିରେ ବାଲିଚର ମାଡିଯାଇଛି। ବାଲି ପେକିଂ ଓ ବଲା ପାଇଲିଂ କରା ଯାଇ ମରାମତି କାମ କରା ଯାଉଥିବାବେଳେ ଲିକେଜ ମରାମତିରେ ବାଧକ ସାଜିଛି। ସୂଚନାପାଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଘଟଣା ସ୍ଥଳରେ ପହଂଚି ବିଭାଗୀୟ ଯଂନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସାଏ, ଜୟପୁର ତହସିଲଦାର ଟୁଲିଆମ୍ମା ପ୍ରଧାନ ଓ ଉପରକୋଲାବ କର୍ତୂପକ୍ଷ ଘଟଣାସ୍ଥଳରେ ଉପସ୍ଥିତି ରହି ପରିସ୍ଥିତି ଅନୁଧ୍ୟାନ କରି କାର୍ଯ୍ୟକୁ ତ୍ୱରାନ୍ନିତ କରୁଥିବା ଜଣାପଡିଛି।ପ୍ରଶାସନ ତରଫରୁ ତଦନ୍ତ କରାଯାଉଥିବା ଜୟପୁର ଉପଜିଲ୍ଲାପାଳ ଶ୍ରୀ ସାଏ ସୂଚନା ଦେଇଛନ୍ତି। ରକ୍ଷଣା ବେକ୍ଷଣ ଠିକ ଭାବେ କରା ଯାଉନଥିବାରୁ ଏଭଳି ଘଟଣା ଘଟିଥିବା ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରତିକ୍ରିୟା ରଖିବା ସହ ବିଭାଗ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଅସ୍ଥାୟୀ ବନ୍ଧ ନିର୍ମାଣ କରି ରବି ଚାଷ ନିମନ୍ତେ ଜମିକୁ ଜଳ ସେଚନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜୟପୁର ବିଧାୟକ ତାରା ପ୍ସାଦ ବାହିନୀପତି ମଧ୍ୟ ଘଟଣା ସ୍ଥଳରେ ପହଂଚି ତାଦରଖ କରୁଥିବାବେଳେ ଦାୟିତ୍ୱରେ ଅବହେଳା କରିଥିବା ନିର୍ବାହୀଯଂନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।କେନାଲର ମରାମତି କରାଯିବାର ଆବ୍ୟଶକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି।କଙ୍କଡା ଓ ସାପ ଥିଓରୀକୁ ଶ୍ରୀ ବାହିନିପତି ତାତ୍ସଲ କରିଥିଲେ ଓ ସେମାନେ ହେଉଛନ୍ତି ସାପ ଯେଉଁମାନେ ବିଲ କରି ଖାଇଯାଉଛନ୍ତି ବୋଲି ଅଭିଯୋଗ କରିଥିଲେ ା ଅସ୍ଥାୟୀ ବନ୍ଧ ନିର୍ମାଣ କରି ରବି ଚାଷ ନିମନ୍ତେ ଜମିକୁ ଜଳ ସେଚନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବର୍ତମାନ ଉପର କୋଲବା ପ୍ରକଳ୍ପର ୮ଟି ଗେଟ ମଧ୍ୟରୁ ୭ଟି ବନ୍ଦ କରା ଯାଇଥିବାବେଳେ ଶାଖା କେନାଲର ୨ଟି ଯାକ ଗେଟ ପୁରା ବନ୍ଦ କି ଦିଆଯାଇଛି। ସୂଚନା ଥାଉକି ୮୦ ଦଶକରେ ଉପର କୋଲାବ ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ତଳ ମୁଣ୍ଡର ପାଣି ଚାଷ କାର୍ଯ୍ୟରେ ବ୍ୟବହାର କରିବା ଉଦ୍ଦେଶ୍ୟରେ କେନାଲ୍ ମାଧ୍ୟମରେ ଜଳ ସେଚନ ବ୍ୟବସ୍ଥା କରା ଯାଇଛି। ପ୍ରକଳ୍ପ ଦ୍ୱାରା ଜିଲ୍ଲାର ଜୟପୁର, ବୋରିଗୁମ୍ମା, କୁନ୍ଦୁରା ଓ କୋଟପାଡ ବ୍ଲକର ଚାଷି ଉପକୃତ ହେଉଛନ୍ତି।

୪୦ ବର୍ଷର ପୂରାଣ ମାଟି କେନାଲ ଅଟେ। ଯେଉଁଥିରେ କଙ୍କଡା ଓ ହିଡପୁରା ନାମକ ସାପ ଗାତକରିଦେଇଛନ୍ତି।ଏହି ଗାଡଗୁଡିକ ବାହାରକୁ ଜଣାପଡୁ ନ ଥିବା ଓ ଭିତରେ ମାଟିବନ୍ଧ ଦୁର୍ବଳ ହୋଇଯାଇଥିବା କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପଣ୍ଡା ସାମ୍ବାଦିକମାନଙ୍କ ନିକଟରେ କାରଣ ରଖିଥିବା ବେଳେ ସାଧାରଣରେ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି।ଯଦି କଙ୍କଡା ଓ ସାପ ଗାତ କରିବା ଦ୍ୱାରା ମାଟିବନ୍ଧ ଦୁର୍ବଳ ହୋଇଯାଇଛି ତାହା ହେଲେ କେନାଲରେ ପାଣି ଛାଡିବା ପୂର୍ବରୁ ନିରୀକ୍ଷଣ କରାଯାଇଥିଲା କି ! ବୋଲି ପ୍ରଶ୍ନ ଉଠୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.