Home କେନ୍ଦ୍ରାପଡ଼ା ଭରତପୁର ପଂଚାୟତ ସାନିଟାଇଜେସନ କାର୍ଯ୍ୟ ଆରମ୍ଭ

ଭରତପୁର ପଂଚାୟତ ସାନିଟାଇଜେସନ କାର୍ଯ୍ୟ ଆରମ୍ଭ

127

କେନ୍ଦ୍ରାପଡା ୨୧/୪(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତର ସମସ୍ତ ଗ୍ରାମକୁ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତ କରିବା ପାଇଁ ସାନିଟାଇଜେସନ କରାଯିବା କାର୍ଯ୍ୟ ଆଜି ପଂଚାୟତରେ ଆରମ୍ଭ କରାଯାଇଛି। ପଂଚାୟତର ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡିଓ ସୁଧିର କୁମାର ସିଂ ଓ ପଂଚାୟତ ନିର୍ବାହୀ ଅଧିକାରୀ ଯଦୁମଣୀ ପ୍ରଧାନ, ସହକାରୀ ଅଗ୍ନିଶମ ଅଧିକାରୀ ବୀରଭଦ୍ର ଟୁଡୁଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରଥମେ ପଂଚାୟତ କାର୍ଯ୍ୟାଳୟ ପରିସରକୁ ରାସାୟନିକ ପଦାର୍ଥ ମିଶା ଯାଇଥିବା ଜଳ ସିଂଚନକରି ସାନିଟାଇଜ କରିବା ପରେ ଫୋରପୋଲ ଛକରେ ଥିବା ପଂଚାୟତର ମାର୍କେଟ କମ୍ପେ୍ଲକ୍ସ ଓ ଦୋକାନବଜାର ଗୁଡିକୁ ସାନିଟାଇଜ କରିଥିଲେ। ଏହାପରେ ଭରତପୁର, ମେହେନ୍ଦିପୁର, ହରିଡାଦଣ୍ଡା, ଦିଆନପାଟଣା, ପାରାଚକ ପ୍ରଭୃତି ଗ୍ରାମଗୁଡିକ ସାନିଟାଇଜ କରାଯିବା ସହ ଏହିସବୁ ଗ୍ରାମଗୁଡିକରେ ଥିବା ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡିକର ପରିସରକୁ ମଧ୍ୟ ସାନିଟାଇଜ କରାଯାଇଥିଲା। ଯୁବ ସମାଜସେବୀ ଶାରଦା ପ୍ରସାଦ ରାଉତ, ବରଦାକାନ୍ତ ଚୈାଧୁରୀ, ସୁବୋଧ କୁମାର ଦାସ, ବସନ୍ତ ବରାଳ, ଗୋପାଳ ଚରଣ ଦାସ, ବିରଜା ପ୍ରସାଦ ମହାନ୍ତି, ଶକ୍ତି ପ୍ରସାଦ ମହାନ୍ତି, ଶିବ ପ୍ରସାଦ ଦାସ, ସୁଧାଂଶୁ ଶେଖର ଷଡଙ୍ଗୀ, ନିମାଇଁ ମହାନ୍ତି, ଶ୍ରୀଧର ମହାନ୍ତି, ଅରବିନ୍ଦ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.