Home କେନ୍ଦୁଝର ଭଦ୍ରାସାହି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଶିବିର

ଭଦ୍ରାସାହି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଶିବିର

123

ବଡ଼ବିଲ, ତା ୨୬ ନଭେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ଭଦ୍ରାସାହି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାଟିକା ବିଭାଗର ଏକ ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ପ୍ରାରମ୍ଭ ଓ ବୋଧ ଶ୍ରେଣୀର ୭୦ଜଣ ଶିଶୁ ଭାଗ ନେଇଥିଲେ l ଶିବିରରେ ଯୋଗ ଦେଇଥିବା ଶିଶୁମାନେ ନିଜେ ଗାଧେଇ ପୋଷାକ ପିନ୍ଧିବା, ଦେହରେ ତେଲ ଲଗାଇବା, ତୁଳୀ ଧରି ରଙ୍ଗ ଦେବା ଇତ୍ୟାଦି କ୍ରିୟା କଳାପ କରିଥଲେ l ଏଥି ସହ ଭଦ୍ରାସାହି ଠାରେ ଥିବା କୁମ୍ଭାର ଶାଳ ଯାଇ କିପରି ମାଟି ଜିନିଷ ତିଆରି ହୁଏ ଦେଖିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିମ୍ବାଧର ମହାନ୍ତ, ବାଟିକା ପ୍ରମୁଖ ମଧୁସ୍ମିତା ମହାନ୍ତ, ଗୁରୁମା ସଞ୍ଜୁଲତା ପାତ୍ର ଓ ମଞ୍ଜୁଲତା ଗିରି ସମେତ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମକୁ ପରିଚାଳନା କରିଥଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.