Home ଓଡ଼ିଶା ଆପଣ Windows 7 ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ବନ୍ଦ ହେଉଛି Windows 7

ଆପଣ Windows 7 ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ବନ୍ଦ ହେଉଛି Windows 7

564

ନୂଆ ଦିଲ୍ଲୀ ୨୬-୧୧ (ଓଡ଼ିଆ ପୁଅ) ମାଇକ୍ରୋସଫ୍ଟ (Microsoft) ନିଜର Windows 7 ୟୁଜର୍ସ ପାଇଁ ଖରାପ ଖବର ଆଣିଛି। ମାଇକ୍ରୋସଫ୍ଟ କହିଛି କି କମ୍ପାନୀ Windows 7 ର ସପୋର୍ଟ ସମାପ୍ତ କରୁଛି। ମାଇକ୍ରୋସଫ୍ଟର ସପୋର୍ଟ ପେଜରୁ ମିଳିଥିବା ସୂଚନା ମୁତାବକ ମାଇକ୍ରୋସଫ୍ଟ ୨୨ ଅକ୍ଟୋବର, ୨୦୦୯ ରେ Windows 7 ରିଲିଜ କରିଥିଲା। ଏଥିରେ ୧୦ ବର୍ଷ ପର୍ଯ୍ୟନ୍ତ ସପୋର୍ଟ ଦେବାକୁ ପ୍ରତିଶୃତି ଦେଇଥିଲା। ସମୟସୀମା ସମାପ୍ତ ହେବାପରେ କମ୍ପାନୀ ୧୪ ଜାନୁଆରି, ୨୦୨୦ କୁ ଏଥିପାଇଁ ସପୋର୍ଟ ବନ୍ଦ କରିଦେବ। ଅର୍ଥାତ୍ ତା’ ପରେ Windows 7 ପାଇଁ କମ୍ପାନୀ କୌଣସି ଟେକ୍ନିକାଲ ସପୋର୍ଟ ଏବଂ ୱିଣ୍ଡୋ ଅପଡେଟ ଦେବ ନାହିଁ। ଦେଶରେ ଅଧିକତର କମ୍ପ୍ୟୁଟର୍ସ ଏବଂ ଏଟିମ ମେସିନ ଗୁଡ଼ିକରେ ୱିଣ୍ଡୋଜ ୭ ର ବ୍ୟବହାର କରା ଯାଉଛି। ଏପରି କ୍ଷେତ୍ରରେ ଯଦି ତା’ ଅପଡେଟ୍ସ ମିଳିବା ବନ୍ଦ ହୋଇଯିବ ତେବେ ଏହାର ସିକ୍ୟୁରିଟି ଇସ୍ୟୁ ହୋଇପାରେ।

Microsoft ଦେଲା ଏହି ଉପଦେଶ

ମାଇକ୍ରୋସଫ୍ଟ କହିଛି ଯେ ଏକ୍ସଟେଣ୍ଡେଡ୍ ସପୋର୍ଟ ସମାପ୍ତ ହେବା ପରେ କମ୍ପ୍ୟୁଟର କାମ କରିବାକୁ ବନ୍ଦ ହେବ ନାହିଁ। କିନ୍ତୁ ୟୁଜର୍ସଙ୍କୁ ଏଥିରେ ସିକ୍ୟୁରିଟି ଅପଡେଟ୍ସ ମିଳିବା ବନ୍ଦ ହୋଇଯିବ। ଏହାର ଅର୍ଥ Windows 7 ଉପରେ ଚାଲୁଥିବା ଡିବାଇସେଜ ଭାଯରସ ଏବଂ ମାଲୱେୟାରର ବିପଦ ବହୁତ ବଢ଼ିଯିବ। କମ୍ପାନୀ ୟୁଜର୍ସଙ୍କୁ ଉପଦେଶ ଦେଇଛି କି ସିକ୍ୟୁରିଟି ରିସ୍କ ଏବଂ ଭାଇରସରୁ ନିଜକୁ ବଞ୍ଚାଇବା ପାଇଁ ଉପୋଭୋକ୍ତା Windows 10 ରେ ଅପଗ୍ରେଡ କରି ନିଅନ୍ତୁ।

ମାର୍ଚ୍ଚ ୨୦୧୯ ରେ କରିଥିଲା ଘୋଷଣା

ଚଳିତ ବର୍ଷ ମାର୍ଚ୍ଚ ୨୦୧୯ରେ ମାଇକ୍ରୋସଫ୍ଟ ନିଜର ବ୍ଲଗରେ Windows 7 ପାଇଁ ସପୋର୍ଟ ବନ୍ଦ କରିବାର ସୂଚନା ଦେଇଥିଲା ଏବଂ କହିଥିଲା କି ୨୦୧୯ ର ଶେଷ ପର୍ଯ୍ୟନ୍ତ ସେ ୟୁଜର୍ସଙ୍କୁ ନୋଟିଫିକେଶନ ପଠାଇବା ଆରମ୍ଭ କରିଦେବ।

ମାର୍ଚ୍ଚରେ ଜାରୀ କରାଯାଇଥିବା ବ୍ଲଗରେ କମ୍ପାନୀ କହିଥିଲା କି ଯଦି ଆପଣ Windows 10 ୱେଷ୍ଟ ଭାବରେ ଏକ୍ସପିରିଏନ୍ସ କରିବାକୁ ଚାହାଁନ୍ତି ତେବେ ଏଥିପାଇଁ ଆପଣଙ୍କୁ ନୂଆ ଡିଭାଇସ୍ କିଣିବାକୁ ହେବ। ୧୪ ଜାନୁଆରି ୨୦୨୦ ପରେ ମାଇକ୍ରୋସଫ୍ଟ Windows 7 ର ସଫ୍ଟୱେୟାର ଅପଡେଟ, ସିକ୍ୟୁରିଟି ଅପଡେଟ ଏବଂ Windows 7 ର ଫିକ୍ସିଂଗ ପାଇଁ ହୋଇଥିବା କୌଣସି ଟେକ୍ନିକାଲ ସପୋର୍ଟ ଦେବ ନାହିଁ।

୨୦୧୫ ରେ ଆସିଥିଲା Windows 10

ସୂଚନାଯୋଗ୍ୟଯେ, ମାଇକ୍ରୋସଫ୍ଟ ୨୦୧୫ ରେ Windows 10 ଲଞ୍ଚ କରିଥିଲା। କିନ୍ତୁ Windows 7 ପାଇଁ ସପୋର୍ଟ ଉପଲବ୍ଧ ହେବା କାରଣରୁ Windows 10 କୁ ଲୋକମାନେ ଆପଣାଇନଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.