Home ଓଡ଼ିଶା ବଡ଼ବିଲ ବାଇପାଶ୍ ରିଙ୍ଗ୍ ରୋଡ୍ ନିର୍ମାଣ ଦାବିରେ ତେଜିଲା ଆନ୍ଦୋଳନ, ଡିସେମ୍ବର ୬ରୁ ଆମରଣ ଅନଶନର...

ବଡ଼ବିଲ ବାଇପାଶ୍ ରିଙ୍ଗ୍ ରୋଡ୍ ନିର୍ମାଣ ଦାବିରେ ତେଜିଲା ଆନ୍ଦୋଳନ, ଡିସେମ୍ବର ୬ରୁ ଆମରଣ ଅନଶନର ନିଷ୍ପତ୍ତି

238

ବଡ଼ବିଲ, ତା ୨୬ ନଭେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲର ବାଇପାଶ୍ ରିଙ୍ଗ୍ ରୋଡ୍ ନିର୍ମାଣ ଦାବିରେ ତେଜିଲା ଆନ୍ଦୋଳନ । ପ୍ରଶାସନ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ ସହ ମୁଖ୍ୟମନ୍ତ୍ରୀଙ୍କୁ ପୋଷ୍ଟକାର୍ଡ଼ ମାଧ୍ୟମରେ ଦୃଷ୍ଟି ଆକର୍ଷଣ ପରେବି କିଛି ଶୁଣାଗଲା ନାହିଁ । ଯାହା ଫଳରେ ବଡ଼ବିଲ ସିଭିଲ ସୋସାଇଟି ଆନ୍ଦୋଳନର ପନ୍ଥା ଆପଣାଇ ଗତ ୧୮ ତାରିଖରେ ନାଲଦା ଠାରୁ ବଡ଼ବିଲ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୮ କି.ମି. ପଦଯାତ୍ରା ଏବଂ ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ମଧୁସୂଦନ ଛକରେ ଧାରଣା ପ୍ରଦର୍ଶନ କରିଥିଲା । କିନ୍ତୁ ଏଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସକାରାତ୍ମକ ପ୍ରତିଶୃତି ମିଳିଲା ନାହିଁ । ବଡ଼ବିଲ ସିଭିଲ ସୋସାଇଟି ଅଭିଯୋଗ କରିଛି ଯେ, ଗତ ୨୧ ତାରିଖରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ବଡ଼ବିଲ ଗସ୍ତ ସମୟରେ ତାଙ୍କ ସହ ସୌଜନ୍ୟ ମୂଳକ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଏଅଞ୍ଚଳର ବିପର୍ଯ୍ୟସ୍ତ ରାସ୍ତା, ଧୂଳିଧୂଆଁ ପ୍ରଦୂଷଣର ନିରାକରଣ ନିମନ୍ତେ ଏକ ବାଇପାଶ୍ ରିଙ୍ଗ୍ ରୋଡର ଆବଶ୍ୟକତା ରହିଥିବା ସ୍ୱୀକାର କରିଥିଲେହେଁ ରିଙ୍ଗ୍ ରୋଡ୍ ନିର୍ମାଣ ସକାଶେ ସ୍ୱୀକୃତି ପ୍ରଦାନ ପାଇଁ ଅସମର୍ଥତା ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ନିର୍ଭରଯୋଗ୍ୟ ପ୍ରତିଶୃତି ନମିିଳିବାରୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ ବଡ଼ବିଲ ସିଭିଲ ସୋସାଇଟି ନିଷ୍ପତ୍ତି ନେଇଥିବା କହିଛନ୍ତି । ଦାବି ପୂରଣ ପାଇଁ ଆମରଣ ଅନଶନ ପାଇଁ ସଜବାଜ ହେଉଛି ସଂଗଠନ । ଏନେଇ ଆଜି ବିକାଶ ମହଲ ଠାରେ ଏକ ପ୍ରେସ୍ ମିଟରେ ବଡ଼ବିଲ ସିଭିଲ ସୋସାଇଟି ପକ୍ଷରୁ ସୂଚନା ଦିଆଯାଇଛି । ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଡିସେମ୍ବର ୬ ତାରିଖ ଠାରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଡ଼ବିଲ ସିଭିଲ ସୋସାଇଟି ପକ୍ଷରୁ ଆମରଣ ଅନଶନ ଆରମ୍ଭ ହେବ ବୋଲି ଆୟୋଜିତ ପ୍ରେସ୍ ମିଟରେ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.