Home ଜିଲ୍ଲା ପରିକ୍ରମା ଭଦ୍ରକ ୭ନଂ ୱାର୍ଡରେ କଂକ୍ରିଟ୍ ରାସ୍ତା ଉପରେ ପୁଣି କଂକ୍ରିଟ୍ ରାସ୍ତାକୁ ନେଇ ଉତ୍ତେଜନା

ଭଦ୍ରକ ୭ନଂ ୱାର୍ଡରେ କଂକ୍ରିଟ୍ ରାସ୍ତା ଉପରେ ପୁଣି କଂକ୍ରିଟ୍ ରାସ୍ତାକୁ ନେଇ ଉତ୍ତେଜନା

49

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଞ୍ଚଳର ୭ନଂ ୱାର୍ଡ ଅଧୀନ ଜାତୀୟ ରାଜପଥକୁ ଲାଗିଥିବା ଗବସାହି ଗ୍ରାମର ବଙ୍ଗାଳିସାହିକୁ ରାସ୍ତା ନିର୍ମାଣ ଦାବିରେ ସେହିଠାରେ ସେହି ରାସ୍ତାକୁ ଲାଗି ଏକ କଂକ୍ରିଟ୍ ରାସ୍ତା ଉପରେ ପୁଣି କଂକ୍ରିଟ୍ କରାଯାଉଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଘୋର ବିରୋଧ କରାଯାଇଛି । ଅଭିଯୋଗ ଅନୁଯାୟୀ ଖାଲ ହୋଇଥିବା ନର୍ଦ୍ଦମା ଓ ବର୍ଷାପାଣି ଜମି ହୋଇ ରହୁଥିବା ରାସ୍ତାଟିର ନିର୍ମାଣ ପାଇଁ ଦଶ ବର୍ଷ ହେବ ଦାବି କରି ଆସୁଛନ୍ତି । କିନ୍ତୁ ସେହି ରାସ୍ତା ନିର୍ମାଣ ନକରି ମ୍ୟୁନସିପାଲଟି ସେହି ରାସ୍ତାକୁ ଲାଗି କଂକ୍ରିଟ୍ ହୋଇଥିବା ରାସ୍ତାଟି ଉପରେ ପୁଣି କଂକ୍ରିଟ୍ କରୁଛି । ଯାହାନେଇ ଗ୍ରାମବାସୀ ଆଜି ରାସ୍ତାକାମକୁ ବନ୍ଦ କରିଛନ୍ତି । ଠିକାଦାର, ପୁଲିସ୍‌, ଗ୍ରାମବାସୀଙ୍କ ସମ୍ମୁଖରେ ରାସ୍ତା ବାଲି ଅଡେଇ କଂକ୍ରିଟ୍ ବି ଦେଖାଯାଇଥିଲା । ତେବେ ସଂପୃକ୍ତ ବଙ୍ଗାଳିସାହି ବାସିନ୍ଦାମାନେ ଭଦ୍ରକ ବିଧାୟକ ଓ ମ୍ୟୁନସିପାଲଟି ଅଧିକାରୀଙ୍କୁ ବାରମ୍ବାର ଦେଖା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏହାପରେ ଅଭିଯୋଗ ହୋଇଥିବା ରାସ୍ତାକାମ ହେବ ବୋଲି କହିଥିଲେ । ହେଲେ ପୂର୍ବତନ କାଉନସିଲର ୫ ଲକ୍ଷ ଟଙ୍କାର ସେକ୍ସନ ହୋଇ ରଖାଯାଇôଥବା ବଙ୍ଗାଳିସାହି ରାସ୍ତା ନିର୍ମାଣର ପ୍ଲାନ୍‌କୁ ଡିସ୍‌ମିସ୍ କରି କଂକ୍ରିଟ୍ ରାସ୍ତା ଉପରେ କେମିତି ଏ କାମର ଏଷ୍ଟିମେଟ୍ କାହିଁକି କଲା ମ୍ୟୁନସିପାଲଟି ବୋଲି କହିଥିଲେ । ତେବେ ସମସ୍ତ ଆବାଳ ବୃଦ୍ଧ ବନିତା ରାସ୍ତା କାମ ବନ୍ଦ କରି ରାସ୍ତାରେ ଛିଡା ହୋଇ ପ୍ରତିବାଦ କରିଛନ୍ତି । ପୂର୍ବରୁ ଦଶ ଦିନ ତଳେ ସେହି କାମ ବନ୍ଦ ମଧ୍ୟ କରିବାରୁ ଖାଲ ରାସ୍ତା କାମ କରିଦେବାର ପ୍ରତିଶ୍ରୁତି ଦେଇଥିବାବେଳେ ଆଜି ପୁଣି ପୁଲିସ୍ ଆଣି ମେସିନ୍ ସାହାଯ୍ୟରେ ହଠାତ୍ ଜବରଦସ୍ତ କାମ ଆରମ୍ଭର ଉଦ୍ୟମ କରିଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.