Home ଜିଲ୍ଲା ପରିକ୍ରମା ଭଦ୍ରକ ରେଳଷ୍ଟେସନରୁ ଗିରଫ ହେଲା ଅନ୍ତଃରାଜ୍ୟ ମୋବାଇଲ୍ ଲୁଟେରା

ଭଦ୍ରକ ରେଳଷ୍ଟେସନରୁ ଗିରଫ ହେଲା ଅନ୍ତଃରାଜ୍ୟ ମୋବାଇଲ୍ ଲୁଟେରା

40

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ରାତିରେ ଭଦ୍ରକ ରେଳଷ୍ଟେସନରୁ ଗିରଫ ହୋଇଛି ଜଣେ ଅନ୍ତଃରାଜ୍ୟ ମୋବାଇଲ୍ ଲୁଟେରା । ଗିରଫ ଅଭିଯୁକ୍ତ ଠାରୁ ୯ଟି ନାମୀଦାମୀ ମୋବାଇଲ୍ ଫୋନ୍ ଜବତ କରିଛି ରେଳବାଇ ପୁଲିସ୍ ଓ ଜିଆରପି । ସୂଚନା ଅନୁସାରେ ଗତକାଲି ରାତିରେ ଭଦ୍ରକ ରେଳ ଷ୍ଟେସନରେ ଜଣେ ଯୁବକ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବାବେଳେ ଆରପିଏଫ୍ ପୁଲିସ୍‌ର ନଜର ପଡିଥିଲା । ପରେ ଉକ୍ତ ଯୁବକକୁ ଆରପିଏଫ୍ ଓ ଜିଆରପି ପୁଲିସ୍ ପଚରା ଉଚୁରା କରି ଯାଞ୍ଚ କରିବାରୁ ତା’ ପାଖରୁ ୯ଟି ନାମୀଦାମୀ ମୋବାଇଲ୍ ଫୋନ୍ ଜବତ ହୋଇଥିଲା । ଅଭିଯୁକ୍ତ ଜଣକ ବହୁଦିନ ଧରି ଟ୍ରେନ୍‌ର ପାସେଞ୍ଜରଙ୍କ ଠାରୁ ମୋବାଇଲ୍ ଚୋରି କରି ଆସୁଥିଲା । ବିଶେଷକରି ଭଦ୍ରକରୁ କୋଲକାତା ମଧ୍ୟରେ ଅଭିଯୁକ୍ତ ପାସେଞ୍ଜର ଠାରୁ ଛିନ୍‌ତାଇ କରୁଥିଲା ମୋବାଇଲ୍ । ଅଭିଯୁକ୍ତ ସେକ୍ ଆସିକ୍ ନାବାଳକ ହୋଇଥିବାବେଳେ ତା’ ଘର ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ବୋଲି ଜଣାପଡିଛି । ତେବେ ଅଭିଯୁ୍‌କ୍ତ ଜଣକୁ କୋର୍ଟ ଚାଲାଣ କରାଯାଇଥିବା ସହ ଜିଆରପି ଓ ଆରପିଏଫ୍ ପକ୍ଷରୁ ଅଧିକ ତଦନ୍ତ ଚାଲୁରହିଛି ବୋଲି କହିଛନ୍ତି ଆରପିଏଫ୍ ଇନ୍ସିପେକ୍ଟର ବିକାଶ ରଂଜନ ସିଂ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.