Home ଜିଲ୍ଲା ପରିକ୍ରମା ଭଦ୍ରକ -୧୬୫ ଆକ୍ରାନ୍ତ ଚିହ୍ନଟ, ଆଉ ୩ ମୃତ

ଭଦ୍ରକ -୧୬୫ ଆକ୍ରାନ୍ତ ଚିହ୍ନଟ, ଆଉ ୩ ମୃତ

42

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ୧୬୫ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟାରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରୁ ମୋଟ ୪ ଲକ୍ଷ ୨୬ହଜାର ୪୭୧ ନମୁନା ପରୀକ୍ଷା ପରେ ମୋଟ ୧୯ ହଜାର ୭୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଆଉ ୪୧୩ ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ହୋଇଛି ୧୭ ହଜାର ୧୨୩ ଜଣ । ଏବେ ସକ୍ରିୟ ଆକ୍ରାନ୍ତ ୨୫୪୨ ଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଆଉ ୩ ବୃଦ୍ଧି ପାଇ ମୋଟ ମୃତକ ହୋଇଛନ୍ତି ୪୦ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକ ପୌରପାଳିକାର ନୂଆବଜାରରୁ ଜଣେ, ବରାଳପୋଖରୀରୁ ୩ଜଣ, ଅପର୍ତ୍ତିବିନ୍ଧାରୁ ୨ଜଣ, କୁଆଁସରୁ ଜଣେ, ଚରମ୍ପାରୁ ୩ଜଣ, ବାଗୁରାଇରୁ ଜଣେ, ବାସୁଦେବପୁର ବ୍ଳକର ଅଢୁଆଁ ଗ୍ରାମରୁ ଜଣେ, ଅରଣ୍ଡୁଆରୁ ଜଣେ, ବିଦେଇପୁରରୁ ଜଣେ, ଇରମରୁ ଜଣେ, କୁମାରପୁରରୁ ଜଣେ, ସୁଗୋ ଗ୍ରାମରୁ ଜଣେ, ଜଗନ୍ନାଥପୁର ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ତ ବ୍ଲକର ଚାରିଗାଁ ଗ୍ରାମରୁ ଜଣେ, ବୋଡକ ପାଟଣା ଗ୍ରାମରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି, ଚାନ୍ଦବାଲି ଏନ୍‌ଏସିରୁ ୱାର୍ଡ ନଂ ୮ରୁ ଜଣେ, ୱାର୍ଡ ନଂ ୪ରୁ ୩ଜଣ ଚିହ୍ନଟ, ଭଦ୍ରକ ବ୍ଲକର ଆମ୍ବରୋଳିରୁ ଜଣେ, ଅର୍ଣ୍ଣପାଳରୁ ୪ଜଣ, ବନ୍ଧଗାଁରୁ ଜଣେ, ବାଣିତିଆରୁ ଜଣେ, ବେତରାରୁ ଜଣେ, ନଳାଙ୍ଗରୁ ୫ଜଣ, କେଦାରପୁରରୁ ଜଣେ, କଲେଇରୁ ଜଣେ, କୋଡବରୁଁଆରୁ ଜଣେ, ଖଣ୍ଡତଡା ଗ୍ରାମରୁ ଜଣେ, ଗୋବିନ୍ଦପୁରରୁ ୪ଜଣ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ବ୍ଳକର ଓସ୍ତିଆରୁ ଜଣେ, ବାଂଶଡାରୁ ଜଣେ, ଭାଟପଡାରୁ ୨, ଭୁଇଁବୃତ୍ତିରୁ ଜଣେ, ଧାମରାରୁ ୧୫, ଜାଗୁଳାରୁ ୨, ଜଳେଶ୍ୱରପୁରରୁ ୨, କଇଥଖୋଲାରୁ ଜଣେ, କରଞ୍ଜମାଳରୁ ଜଣେ, ମାଧପୁରରୁ ଜଣେ, ମତୋରୁ ଜଣେ, ନରେନ୍ଦ୍ରପୁରରୁ ଜଣେ, ନୂଆଗାଁରୁ ଜଣେ, ଓରାସାହିରୁ ୨ଜଣ, ନଳଗୋହିରାରୁ ୩ଜଣ, ତୋଟାପଡାରୁ ଜଣେ ଓ ତେନ୍ତୁଳିଡିହିରୁ ୨ଜଣ ଚିହ୍ନଟ ହୋଇଛନ୍ତି । ତିହିଡ଼ି ବ୍ଲକର ଭାଟପଡାରୁ ଜଣେ, ଗୁଆମାଳରୁ ୨, ଗୋବିନ୍ଦପୁରରୁ ଜଣେ, ସୟାରୁ ଜଣେ, କାଁପଡାରୁ ଜଣେ ଓ ସିନ୍ଦୋଳରୁ ଜଣେ, ଧାମନଗର ବ୍ଲକର ବମକୁରାରୁ ଜଣେ, ଭଗବାନପୁରରୁ ଜଣେ, ଦୋବଲରୁ ୨ଜଣ, ରଇପୁରରୁ ୮, ଫତେପୁରରୁ ଜଣେ ଚିହ୍ନଟ ହୋଇଛନ୍ତି । ଭଣ୍ଡାରିପୋଖରୀ ବ୍ଳକର ବାଲିପୋଖରୀରୁ ୫ଜଣ, ନାଆମୀରୁ ୨ଜଣ, ଜଳମଣ୍ଡୁଆରୁ ୩୨ଜଣ, ନେରଡାରୁ ଜଣେ, ବୟାଁବନାପୁରରୁ ଜଣେ, ଅନ୍ୟ ଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକରୁ ଜଣେ ଓ କେନ୍ଦ୍ରପଡା ଜିଲ୍ଲା ରାଜକନିକାରୁ ଜଣେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.