Home ଜିଲ୍ଲା ପରିକ୍ରମା ସର୍ଟ ସର୍କିଟ୍ ଅଗ୍ନିକାଣ୍ଡରୁ ଜଳିଗଲା ୩ ପରିବାରର ୪ ବଖରା ଘର

ସର୍ଟ ସର୍କିଟ୍ ଅଗ୍ନିକାଣ୍ଡରୁ ଜଳିଗଲା ୩ ପରିବାରର ୪ ବଖରା ଘର

47

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ ଏହି ଜିଲାର ଆରଡି ନିକଟସ୍ଥ ଓଳଗ ପଂଚାୟତ ବୋଡକ ଗାଁର ମାଝୀସାହିରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୪ ବଖରା ଘର ଭସ୍ମୀଭୂତ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ମାଝୀସାହିର ଲୋକେ ଗତକାଲି ରାତିରେ ଖାଇ, ପିଇ ଶୋଇବା ପରେ ବିଳମ୍ବିତ ରାତିରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି କିଶୋର ମାଝୀ, ସର୍ବେଶ୍ୱର ମାଝୀ, ବିଶ୍ୱମ୍ବର ମାଝୀଙ୍କ ପରି ୩ ପରିବାରଙ୍କର ୪ ବଖରା ଘର ସଂପୂର୍ଣ୍ଣ ଜଳିଯିବା ସହ ଘରେ ଥିବା ସମସ୍ତ ଆସବାବ ପତ୍ର ଧାନ, ଚାଉଳ, ଜମିଜମା କାଗଜପତ୍ର ଭଳି ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ଭସ୍ମୀଭୂତ ହୋଇଛି । ଏହି ଅଗ୍ନିକାଣ୍ଡ ଘଟିବା ପରେ ଏଠାରୁ ୪୦ କିମି ଦୂର ଧାମନଗର ଅଗ୍ନିଶମ ବାହିନୀକୁ ଫୋନ୍ ଯୋଗେ ଜଣାଇବା ପରେ ଦୀର୍ଘଘଣ୍ଟା ପରେ ସେମାନେ ପହଞ୍ôଚଲା ବେଳକୁ ସବୁକିଛି ଜଳିପୋଡି ପାଉଁଶ ହୋଇଯାଇଥିଲା । ବିଶେଷକରି ଏହି ଆରଡି ଓ ଆଖପାଖ ବଜାରରେ ଅଗ୍ନିଶମ କାର୍ଯ୍ୟାଳୟ ନଥିବାରୁ ଅନେକ ସମୟରେ ବହୁ ଧନଜୀବନ ନିଆଁ ଆଁରେ ଚାଲିଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.