Home ଜିଲ୍ଲା ପରିକ୍ରମା ଭଦ୍ରକ ସିନିଅର୍ ଇଣ୍ଟ୍ରା କ୍ଲବ୍ କ୍ରିକେଟ୍ ଉଦ୍‌ଯାପିତ, ଜେ.ସି.ସି. କୁ ପରାସ୍ତ କରି ପୂର୍ବତଟ ରେଳପଥ...

ଭଦ୍ରକ ସିନିଅର୍ ଇଣ୍ଟ୍ରା କ୍ଲବ୍ କ୍ରିକେଟ୍ ଉଦ୍‌ଯାପିତ, ଜେ.ସି.ସି. କୁ ପରାସ୍ତ କରି ପୂର୍ବତଟ ରେଳପଥ ଚମ୍ପିୟନ୍‌

43

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ଭଦ୍ରକ ଜିଲ୍ଲା ସିନିଅର୍ ପୁରୁଷ ଇଣ୍ଟ୍ରା କ୍ଲବ୍ କ୍ରିକେଟ୍‌ର ଫାଇନାଲ୍ ମ୍ୟାଚ୍ ରେଳବାଇ କ୍ରିଡ଼ାଙ୍ଗନରେ ଅନୁଷ୍ଠିତ ହୋଇଯାଇଛି । ଏକ ପ୍ରତିଦ୍ୱନ୍ଦିତାମୂଳକ ଫାଇନାଲ୍ ମ୍ୟାଚ୍‌ରେ ଭଦ୍ରକର ପୂର୍ବତଟ ରେଳପଥ ୨ ୱିକେଟ୍ ରେ ଜଗନ୍ନାଥପୁର କ୍ରିକେଟ୍ କ୍ଲବ୍‌କୁ ପରାସ୍ତ କରି ଚମ୍ପିୟନ୍ ଆସନ ଅଧିକାର କରିଛି । ପୂର୍ବତଟ ରେଳପଥ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବା ପାଇଁ ଜେ.ସି.ସି. କୁ ଆହ୍ୱାନ କରିଥିଲା । ଜେ.ସି.ସି. ୩୪.୩ ଓଭର୍ ଖେଳି ୨୬୬ ରନ୍ ସଂଗ୍ରହ କରିଥିଲା । ଦଳ ତରଫରୁ କ୍ଷମାସାଗର ବଳ ୧୧୭ ରନ୍ ସଂଗ୍ରହ କରିଥିବା ବେଳେ, ଧୀରଜ ବେହେରା ୪୬ ରନ୍ ଓ ସତ୍ୟକାମ ଭରଦ୍ୱାଜ ୩୬ ରନ୍ ସଂଗ୍ରହ କରିଥିଲେ । ପୂର୍ବତଟ ରେଳପଥ ତରଫରୁ ହରେକୃଷ୍ଣ ବାରିକ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୪ଟି ୱିକେଟ୍‌, ନିହାର ଭୂୟାଁ ୨ଟି ଓ ହର୍ଷିତ୍ ରାଠୋଡ଼୍‌, ଅମ୍ରୀତ୍ ଉପାଧ୍ୟାୟ, ଅବିନାଶ ସିଂ ଓ ଆଶୁତୋଷ ସାମଲ୍ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଜିଣିବା ପାଇଁ ୨୬୭ ରନ୍‌ର ବିଶାଳ ଲକ୍ଷ୍ୟକୁ ପୂର୍ବତଟ ରେଳପଥର ବ୍ୟାଟ୍‌ସ୍‌ମ୍ୟାନ୍‌ମାନେ କ୍ରମାନ୍ୱୟ ୱିକେଟ୍ ପତନ ସତ୍ତ୍ୱେ ଅକ୍ଳେଶରେ ସଂଗ୍ରହ କରିନେଇଥିଲେ ।

ଦଳ ପାଇଁ ପ୍ରଦୀପ ତିଆଡ଼ି ୮୯ ରନ୍‌, ହର୍ଷିତ୍ ରାଠୋଡ଼୍ ୫୩ ରନ୍‌, ଅବିନାଶ ସିଂ ୩୬, ଆଶୁତୋଷ ସାମଲ୍ ୨୩, ଚିରଞ୍ଜୀବ ବେହେରା ୧୫ ଓ ସୂର୍ଯ୍ୟ ମହାପାତ୍ର ୧୨ ରନ୍ ସଂଗ୍ରହ କରିଥିଲେ । ଜେ.ସି.ସି. ତରଫରୁ ବୋଲିଂ କରି ସତ୍ୟକାମ ଭରଦ୍ୱାଜ ଓ କ୍ଷମାସାଗର ବଳ ୨ଟି ଲେଖାଏଁ ୱିକେଟ୍‌, କ୍ଷୀତିଶ ମହାନ୍ତି, ସିଦ୍ଧାର୍ଥ ଦାସ ଓ ଅନିଲ୍ ଉପାଧ୍ୟାୟ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଅମ୍ପାୟର୍ ରୂପେ ରଂଜନ ମହାନ୍ତି ଓ ଦେବବ୍ରତ ଦାଶ ଖେଳ ପରିଚାଳନା କରିଥିବାବେଳେ ସ୍କୋର୍‌ର ଥିଲେ ନିର୍ଣ୍ଣେକ ଘୋଷ ଓ ସସ୍ମିତା ସାହୁ । ମ୍ୟାଚ୍ ପରେ ଅନୁଷ୍ଠିତ ଉଦ୍‌ଯାପନ ଉତ୍ସବରେ ଭଦ୍ରକର ଜିଲ୍ଲାପାଳ ସିଦ୍ଦେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କ୍ରିକେଟ୍ ସମେତ ସମସ୍ତ ପ୍ରକାର କ୍ରୀଡ଼ାର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ସହଯୋଗ କରିବ ବୋଲି ପ୍ରତିଶୃତି ଦେଇଥିଲେ । ଆସୋସିଏସନ୍‌ର ସଭାପତି ଉପେନ୍ଦ୍ର କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସାଧାରଣ ସଂପାଦକ ଧୀରେନ ପଲାଇ କ୍ରିକେଟ୍ ବିବରଣୀ ଉପସ୍ଥାପନ କରିଥିଲେ । ଶ୍ରୀ ପଲାଇ ନିଜ ବକ୍ତବ୍ୟରେ ଓଡ଼ିଶା କ୍ରିକେଟ୍‌ରେ ନବଜାତକ ଭଦ୍ରକ ସମ୍ମାନଜନକ ଡ଼ାଇମଣ୍ଡ୍ ର‌୍ୟାଙ୍କ୍‌ରେ ପହଞ୍ôଚପାରିଥିବାରୁ ଜିଲ୍ଲାର ସମସ୍ତ କ୍ରିକେଟର୍ ଓ କ୍ରିକେଟ୍ କ୍ଲବ୍‌ମାନଙ୍କୁ ପ୍ରଶଂସା କରିଥିଲେ । ଅନ୍ତିମ କାର୍ଯ୍ୟକ୍ରମ କ୍ରମେ ପ୍ରାଧ୍ୟାପକ ବିଜୟ କୁମାର ଜେନାଙ୍କ ସଂଚାଳନରେ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ପୂର୍ବତଟ ରେଳପଥକୁ ଚମ୍ପିୟନ୍ ଟ୍ରଫି, ଜେ.ସି.ସି.କୁ ରନର୍ସଅପ୍ ଟ୍ରଫି ପ୍ରଦାନ କରାଯିବା ସହ ହର୍ଷିତ ରାଠୋଡ୍‌ଙ୍କୁ ‘ମ୍ୟାନ୍ ଅଫ୍ ଦି ଫାଇନାଲ୍ ମ୍ୟାଚ୍‌’ ଓ କ୍ଷମାସାଗର ବଳଙ୍କୁ ‘ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ୍‌’ ରୂପେ ପୁରସ୍କୃତ କରାଯାଇଥିଲା ।

ଏହି ଅବସରରେ ଆସୋସିଏସନ୍‌ର ଦୁଇ ଜଣ ବରିଷ୍ଠ ସଦସ୍ୟ ଆଇନଜୀବୀ ଯତିକାନ୍ତ ନାୟକ, ଶ୍ରମିକ ନେତା ଲକ୍ଷ୍ମୀଧର ଜେନା ତଥା ଜିଲ୍ଲାର ତିନିଜଣ ପୂର୍ବତନ କ୍ରିକେଟର୍ ମଦନଲାଲ୍ ଗୁପ୍ତା, ବୈଷ୍ଣବ ଚରଣ ମହାନ୍ତି ଓ ସୌମଭ୍ ଦେ’ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହିପରି ନିଜର ବ୍ୟକ୍ତିଗତ ପ୍ରଦର୍ଶନ ଭିତ୍ତିରେ ଓଡ଼ିଶା ଅଣ୍ଡର୍‌-୨୫ ଟିମ୍‌ରେ ସ୍ଥାନ ପାଇଥିବା ହର୍ଷିତ ରାଠୋଡ୍ ଓ ସତ୍ୟକାମ ଭରଦ୍ୱାଜ, ସି.କେ.ନାୟୁଡୁ ଟିମ୍‌ରେ ସ୍ଥାନିତ କିଶନ୍ ମନୋହର ମହାନ୍ତି, କୁଚ୍‌ବେହାର୍ ଟିମ୍‌ରେ ସ୍ଥାନିତ ଚିରଞ୍ଜୀବ ବେହେରା, ଓଡ଼ିଶା ଅଣ୍ଡର୍‌-୧୯ ମହିଳା ଦଳରେ ସ୍ଥାନିତ ପୂଜା ରାଣୀ ଦାସ ଓ ଅଣ୍ଡର୍‌-୧୫ ବାଳିକା ଦଳରେ ସ୍ଥାନିତ ସୁନିତା ଦାସଙ୍କୁ ସମ୍ମାନୀତ କରାଯିବା ସହ ଓଡ଼ିଶା ଜୁନିୟର୍ ଟିମ୍ ପାଇଁ କୋଚ୍ ରୂପେ ନିଯୁକ୍ତ କେ.ଭି.ପ୍ରସାଦ ଓ ଟିମ୍ ଓଡ଼ିଶାର ଟ୍ରେନର୍ ରୂପେ ନିଯୁକ୍ତ ପୂର୍ଣ୍ଣେନ୍ଦୁ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ପୂର୍ବତନ ବିଧାୟକ ନରେନ ପଲାଇ, ଉପସଭାପତି ଭବତୋଷ ଦାସ ଓ ନୀଳଶୈଳ ନାୟକ, ଯୁଗ୍ମସଂପାଦକ ଦିଲ୍ଲୀପ ନାୟକ ଓ ନୀଳମାଧବ ଦାସ, କୋଷାଧ୍ୟକ୍ଷ ବ୍ୟୋମକେଶ ସେନାପତି, ଓଡ଼ିଶା ବାର୍ କାଉନ୍‌ସିଲ୍ ସଦସ୍ୟ ପବନ ଶର୍ମା, ହ୍ୟାପିହୋମ୍‌ର କ୍ରୀଡ଼ା ଅଧ୍ୟାପକ ରବିନାରାୟଣ ଓଝା, ଆସୋସିଏସନ୍ ସଦସ୍ୟ ପାର୍ଥ ସାରଥୀ ରାୟ, ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ, ବିଜୟ ଲଖାନୀ, ଅତିସ୍ ବେହେରା, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ତୁଷାରକାନ୍ତ ଦାସ, ସଂଜୀବ ଦାସ, ସୁଦାମ ନାୟକ, ସୁଶୀଲ ପଟ୍ଟନାୟକ, ଯଦୁନାଥ ସ୍ୱାଇଁ, ଗୌରାଙ୍ଗ ମହାପାତ୍ର, ନୁର୍ ମହମ୍ମଦ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.