Home ଜିଲ୍ଲା ପରିକ୍ରମା ବିଶ୍ୱ ପୁରୁଷ ହକି କପ୍ ଟ୍ରଫି-୨୦୨୩ ର ଜିଲ୍ଲା ପରିକ୍ରମା, ଉତ୍ସବ ମୁଖର ଭଦ୍ରକ ସହର...

ବିଶ୍ୱ ପୁରୁଷ ହକି କପ୍ ଟ୍ରଫି-୨୦୨୩ ର ଜିଲ୍ଲା ପରିକ୍ରମା, ଉତ୍ସବ ମୁଖର ଭଦ୍ରକ ସହର : ଲୋକାରଣ୍ୟ ହେଲା ଷ୍ଟାଡ଼ିୟମ୍ ଓ ପଥତ୍ସୋବ ଅଞ୍ଚଳ

46

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବିଶ୍ୱ ପୁରୁଷ ହକି କପ୍ ଟ୍ରଫି ର ଜିଲ୍ଲା ପରିକ୍ରମା କାର୍ଯ୍ୟସୂଚୀ ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଟ୍ରଫି ଭଦ୍ରକରେ ପହଞ୍ôଚଲାପରେ ଆଜି ୯ ତାରିଖ ସୋମବାର ଭଦ୍ରକ ଜିଲ୍ଲା ପରିକ୍ରମା ଓ ଭବ୍ୟ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳେ ଟ୍ରଫି ବାସୁଦେବପୁର ଗସ୍ତ ପରେ ଜିଲ୍ଲା ସଦର ମହକୁମାରେ ମିନି ମାରାଥନ୍ ଓ ସାଇକେଲ ର‌୍ୟାଲି ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ସି.ଡ଼ି.ଓ. ପ୍ରତାପ ପ୍ରୀତୀମୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ୍ ମଲ୍ଲିକ୍‌, ଭଦ୍ରକ ମ୍ୟୁନିସିପାଲିଟି ଅଧ୍ୟକ୍ଷା ଗୁଲମକୀ ଦଲୱାଜି, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଏହି ମାରାଥନ୍ ରାଲିକୁ ଉଦ୍‌ଘାଟନ କରିବା ସହିତ ନିଜେ ସାଇକେଲ ଚଲାଇ ର‌୍ୟାଲିରେ ଅଂଶ ଗ୍ରହଣ କରିଥିଲେ । ଡି.ଇ.ଓ କପିଳେନ୍ଦ୍ର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬୦୦ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଓ କଲେଜ ପିଲା ତଥା ଅନ୍ୟମାନେ ଏଥିରେ ଯୋଗଦେଇ ସରକାରୀ ବାଳିକା ହାଇସ୍କୁଲରୁ ଷ୍ଟାଡ଼ିୟମ୍ ପର୍ଯ୍ୟନ୍ତ ଯାଇଥିଲେ । ବାସୁଦେବପୁରରୁ ଟ୍ରଫି ଫେରିବାପରେ ଭଦ୍ରକ କଲେଜ ପରିସରରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଟ୍ରଫି ଷ୍ଟାଡ଼ିୟମ ପହଞ୍ôଚଲା ପରେ ୬ଟି ବ୍ୟାଣ୍ଡ ଦଳ ସହ ଲଉଡ଼ି ନୃତ୍ୟ ମାଧ୍ୟମରେ ମଞ୍ଚପାଖକୁ ପାଛୋଟି ନିଆଯାଇଥିଲା ।

ଜିଲ୍ଲାପାଳ, ଏସ୍‌.ପି.ଙ୍କ ସହିତ ସମସ୍ତ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ବିଧାୟକ ବୃନ୍ଦ, ଅନ୍ୟ ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ମିଶନ ଶକ୍ତି, ଦିବ୍ୟାଙ୍ଗ, କିନ୍ନର, ଶିକ୍ଷକ ସଂଘ ଆଦି ମାନଙ୍କ ଦ୍ୱାରା ଟ୍ରଫିକୁ ସ୍ୱାଗତ କରାଯାଇଥିଲା । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ମଧ୍ୟ ଆସି ଏଥିରେ ସାମିଲ ହୋଇଥିଲେ । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କ ତଦାରଖରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ଓ ଧାମନଗର କଲେଜ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ । ମଞ୍ଚରେ ସ୍କୁଲ ପିଲାଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ ନୃତ୍ୟ, ଅର୍କେଷ୍ଟ୍ରା ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଷ୍ଟାଡ଼ିୟମରୁ ଟ୍ରଫି କୁ ପଥ ଉତ୍ସବ ସ୍ଥଳୀକୁ ଅଣାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଅପର୍ତ୍ତିବିନ୍ଧା ଛକରୁ ମହତାବ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଆୟୋଜିତ ପଥ ଉତ୍ସବ “ୱାକ୍ ଆଟ୍ ଫେଷ୍ଟ”ରେ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ସହ ସିନିୟର ଓ ଜୁନିୟର ଗ୍ରୁପ୍‌ରେ ନୃତ୍ୟ, ମୁରୂଜ, ଝୋଟି, ସୁନ୍ଦର ବାଲୁକା କଳା, ଖାଦ୍ୟମେଳା, ପୁଷ୍ପ ପ୍ରଦର୍ଶନୀ, ଡଗ୍ ସୋ, ସ୍କେଟିଂ, ପେଣ୍ଟିଂ ଆଦି ବିଭିନ୍ନ ମନୋମୁଗ୍‌ଧକର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ପଥ ଉତ୍ସବରେ ରୋଟାରୀ କ୍ଲବ, ରୋଟାରୀ କ୍ଲବ ମିଡ଼୍ ଟାଉନ୍‌, ଲାୟନସ୍ କ୍ଲବ, ବରିଷ୍ଠ ନାଗରିକ ମହାସଂଘ ଦ୍ୱାରା ଟ୍ରଫିକୁ ଗ୍ରହଣ କରାଯାଇ ସ୍ୱାଗତ କରାଯାଇଥିଲା ।

ଜିଲ୍ଲାକୁ ଟ୍ରଫି ଗସ୍ତ କାର୍ଯ୍ୟକ୍ରମ ପାଇଁ ନୋଡ଼ାଲ ଅଧିକାରୀ ଥିବା ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ପଥୋଉତ୍ସବ ଆୟୋଜନ ତଦାରଖ କରିଥିଲେ । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏ ସମସ୍ତ କାର୍ଯ୍ୟକ୍ରମ ଖୁବ୍ ଶୃଙ୍ଖଳିତ ଓ ସୁନ୍ଦର ଭାବେ ଅନୁଷ୍ଠିତ ହୋଇଥିଲା । ବାସୁଦେବପୁରରେ ବି.ଡ଼ି.ଓ ସତ୍ୟଜିତ୍ ରାଉତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସ୍ୱାଗତ୍ ଉତ୍ସବରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ମ୍ୟୁନିସିପାଲିଟି ଅଧ୍ୟକ୍ଷା ନିବେଦିତା ବେହେରା, ଉପାଧ୍ୟକ୍ଷ ଉତ୍ତମ କୁମାର ବେହେରା ଓ ନିର୍ବାହୀ ଅଧିକାରୀ ମାନସ ଦଣ୍ଡପାଟ ପ୍ରମୁଖଙ୍କ ସହ ଅନ୍ୟମାନେ ଏଥିରେ ସାମିଲ୍ ଥିଲେ । ଭଦ୍ରକ କଲେଜରେ ଅଧ୍ୟକ୍ଷ ସୁବୋଧ ଚନ୍ଦ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସ୍ୱାଗତ ଉତ୍ସବରେ ଅଧ୍ୟକ୍ଷଙ୍କ ସହ କଲେଜର ଅନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ବିଦ୍ୟାର୍ଥୀମାନେ ସାମିଲ ଥିଲେ । ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅନୁପ କୁମାର ବେହେରା, ପୂର୍ବତନ ଭାରପ୍ରାପ୍ତ କ୍ରୀଡ଼ା ଅଧିକାରୀ ପଦ୍ମନ ରାୟ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ନେଇ ଆନୁସଙ୍ଗିକ ଦାୟିତ୍ୱ ନିର୍ବାହ କରିଥିଲେ । ଭଦ୍ରକ ବି.ଡ଼ି.ଓ ସୀତାକାନ୍ତ ରାଉତ, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ଅତିରିକ୍ତ ସି.ଡ଼ି.ଓ. କୁଶଳ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଜିଲ୍ଲାସ୍ତରୀୟ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲା ସ୍ତରୀୟ ସ୍ୱାଗତ ଉତ୍ସବରେ ଷ୍ଟାଡ଼ିୟମ୍ ଓ ପଥଉତ୍ସବ ଅଞ୍ଚଳ ଜନ ସମୁଦ୍ରରେ ପରିଣତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.