Home ଜିଲ୍ଲା ପରିକ୍ରମା ଭଦ୍ରକରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଭଦ୍ରକରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

21

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ସରକାରଙ୍କ ଗମନା ଗମନ, ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ ଆନୁକୂଲ୍ୟରେ ଜାନୁୟାରୀ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ଦେଶ ତମାମ୍ ପାଳନ କରାଯାଉଥିବା ଜାତୀୟ ସଡ଼କ ସୁରକ୍ଷା ସପ୍ତାହ – ୨୦୨୩କୁ ଭଦ୍ରକ ଜିଲ୍ଲାସ୍ତରର ମଧ୍ୟ ପାଳନ କରାଯାଉଛି। ଏହି ଅବଧି ମଧ୍ୟରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ପାଇଁ ପଦଯାତ୍ରା, ଡ଼୍ରାଇଭର ତାଲିମ୍ କାର୍ଯ୍ୟକ୍ରମ, ସ୍ୱ୍ୟସ୍ଥା ଏବଂ ଚକ୍ଷୁ ପରୀକ୍ଷା, ସ୍କୁଲ କଲେଜମାନଙ୍କରେ ସଚେତନତା କାର୍ଯ୍ୟକ୍ରମ, ଭିଡ଼ିଓ ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥି ଉପଲକ୍ଷେ ଆଜି ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ନେହେରୁ ଷ୍ଟାଡ଼ିୟମ୍ ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହେବା ସହିତ ସଡ଼କ ସୁରକ୍ଷା ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଥିଲା। ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଦ୍ୱାରା ପତାକ ପ୍ରଦର୍ଶନ ପରେ ରଥ ଗଡ଼ିଥିଲା। ଅନ୍ୟତମ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ଭଦ୍ରକ ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରୋଟାରିଆନ୍ ଅତିସ୍ ବେହେରା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ପଦଯାତ୍ରାରେ ବିଦ୍ୟାର୍ଥୀମାନେ ସାମିଲ ହୋଇ ସଡ଼କ ସୁରକ୍ଷା ସମ୍ପର୍କୀୟ ବିଭିନ୍ନ ପ୍ଲାକାର୍ଡ଼ ପ୍ରଦର୍ଶନ ପୂର୍ବକ ସ୍ଲୋଗାନ ଦେଇଥିଲେ। ସଡ଼କ ସୁରକ୍ଷା ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା। ଚରମ୍ପାରେ ଟ୍ରକ୍ ମାଲିକ ସଂଘ ସମ୍ମିଳନୀ କକ୍ଷରେ ଭାରିଯାନ ଚାଳକମାନଙ୍କ ପାଇଁ ଆଜି ଏହି ଉପଳକ୍ଷେ ଏକ ସଚେତନତା ମୂଳକ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଭାରପ୍ରାପ୍ତ ଆର.ଟି.ଓ. ଖଗେଶ୍ୱର ମୁର୍ମୁ ଗାଡ଼ି ଚାଳନା ସମୟରେ ସିଟ୍ ବେଲଟ୍ ଓ ହେଲମେଟ୍‌ର ଗୁରୁତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ। ସଡ଼କ ସୁରକ୍ଷା ସମ୍ବନ୍ଧୀୟ ରାସ୍ତାର ସମସ୍ତ ନିୟମ ଓ ଗାଡ଼ିର ସଠିକ୍ ରକ୍ଷଣାବେକ୍ଷଣ ଓ କାଗଜାଦି ସମ୍ବନ୍ଧରେ ମଧ୍ୟ ସଚେତନ କରାଯାଇଥିଲା। ଗତ ୧୨ ତାରିଖ ଦିନ ତିହିଡ଼ି ବାଳିକା ହାଇସ୍କୁଲରେ ମଧ୍ୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଉପଲକ୍ଷେ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ସହ ଦୃଶ୍ୟ ଫଳକ ଜରିଆରେ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ଦିନ ଭଦ୍ରକ ସହରରେ ମଧ୍ୟ ସଡ଼କ ସୁରକ୍ଷା ନେଇ ଭିଜୁଆଲ ଜନ ସାଧାରଣଙ୍କ ସଚେତନତା ଉଦ୍ଦେଶ୍ୟରେ ପ୍ରଦର୍ଶନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.