Home ଜିଲ୍ଲା ପରିକ୍ରମା ଭଦ୍ରକ ସାଂସ୍କୃତିକ ମହୋତ୍ସବର ୧୦ମ ସଂଧ୍ୟା ଅଛି, ନଦିଆ କୀର୍ତ୍ତମ ମଣ୍ଡଳୀଙ୍କ ଦ୍ୱାରା ସୃଷ୍ଟି ହେଲା...

ଭଦ୍ରକ ସାଂସ୍କୃତିକ ମହୋତ୍ସବର ୧୦ମ ସଂଧ୍ୟା ଅଛି, ନଦିଆ କୀର୍ତ୍ତମ ମଣ୍ଡଳୀଙ୍କ ଦ୍ୱାରା ସୃଷ୍ଟି ହେଲା ଆଧ୍ୟାତ୍ମିକ ପରିବେଶ

21

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ଗାନ୍ଧି ପଡ଼ିଆ ଠାରେ ଚାଲିଥିବା ଭଦ୍ରକ ସାଂସ୍କୃତିକ ମହୋତ୍ସବର ୧୦ ମ ସଂଧ୍ୟା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି। ପ୍ରଥମେ ମହୋତ୍ସବ କମିଟିର ସଭାପତି ରବି ନାରାୟଣ ଖିଲାରଙ୍କ ପୌରହିତ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଅଧିବକ୍ତା ନିରାକାର ଜେନା ଯୋଗଦେଇ ବିଶ୍ୱ ସମୁଦାୟକୁ ଆମର ଭାରତୀୟ ସଂସ୍କୃତି କିପରି ବାର୍ତ୍ତା ପ୍ରଦାନ କରି ଆସିଛି ତାହା ଉପରେ ମତ ରଖିଥିଲେ। ମୁଖ୍ୟବକ୍ତା ଭାବେ ସର୍ବଶିକ୍ଷା ସଂଯୋଜକ ଇପ୍ସିତା ଜେନା ଯୋଗଦେଇ ଆମର ସାଂସ୍କୃତିକ ଅବକ୍ଷୟର ଧାରାକୁ ରୋକିବା ଦିଗରେ ଯୁବପିଢ଼ୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ, ଅଭିଭାବକମାନଙ୍କର ମଧ୍ୟ ସେମାନଙ୍କୁ ଉପଯୁକ୍ତ ଦିଗଦର୍ଶନ ଦେବା ଅନୁରୂପ ଦାୟିତ୍ୱ ନେବା ଉଚିତ ବୋଲି କହିଥିଲେ। ସମମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡ.ହରିହର ନାୟକ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମହିଳାମାନଙ୍କୁ ନେଇ ‘ସୁପର ମାମ’ ସୋ ଅନୁଷ୍ଠିତ ହୋଇଥିଲା। ବହୁ ସଂଖ୍ୟକ ମହିଳା ନୃତ୍ୟ, ସଂଗୀତ ଓ କୁଇଜ ପ୍ରତିଯୋଗିତାରେ ଭାଗ ନେଇଥିବାବେଳେ, ବିଜେତାଙ୍କ ନାମ ଆସନ୍ତା କାଲି ଉଦଯାପନୀ ଦିବସରେ ଘୋଷଣା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୧୦ମ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ପଞ୍ଚିମ ବଙ୍ଗରୁ ଆସିଥିବା କୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ନଦିଆ କୀର୍ତ୍ତନ ପରିବେଷଣ। ସେମାନଙ୍କ ଟିମ୍ ସମଗ୍ର ପରିବେଶକୁ ଆଧ୍ୟାତ୍ମିକମୟ କରି ଗଢ଼ି ତୋଳିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.