Home ଜିଲ୍ଲା ପରିକ୍ରମା ପାଣି ପଞ୍ଚାୟତ ସଚେତନତା ପକ୍ଷ ପାଳନ ପ୍ରସ୍ତୁତି

ପାଣି ପଞ୍ଚାୟତ ସଚେତନତା ପକ୍ଷ ପାଳନ ପ୍ରସ୍ତୁତି

70

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଳ ହିଁ ଜୀବନ। ପ୍ରାଣୀ ଜଗତ ପାଇଁ ଏହା ପ୍ରକୃତିଦତ ଏକ ଅମୂଲ୍ୟ ସମ୍ପଦ। ଜଳ ବିନା ଉଦ୍ଭିଦ କି ପ୍ରାଣୀ କେହି ବଞ୍ଚିବା ସମ୍ଭବ ନୁହେଁ। ମତ୍ସ୍ୟ ସମ୍ପଦ କୃଷି ସମ୍ପଦ ଆଦି ସମସ୍ତ ଜଳ ଉପରେ ହିଁ ନିର୍ଭର କରେ। ଆମର ଦୈନନ୍ଦିନ ଜୀବନରେ ଜଳର ବ୍ୟବହାର ଦିଗରେ ଆମେ ସମସ୍ତେ ଅନୁଭବି। ତେବେ ଏପରି ଏକ ଅମୂଲ୍ୟ ସମ୍ପଦର ଉପଯୁକ୍ତ ବ୍ୟବହାର କରି ଏହାର ସଂରକ୍ଷଣ ଦିଗରେ ଯତ୍ନବାନ ହେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏ ଦିଗରେ ଜନ ସଚେତନତା ପାଇଁ ପ୍ରତିବର୍ଷ ପାଣି ପଞ୍ଚାୟତ ସଚେତନତା ପକ୍ଷ ପାଳନ କରାଯାଇଥାଏ। ଆଜି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଜୁମ୍ ଜରିଆରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏ ବର୍ଷ ମଧ୍ୟ ଫେବୃୟାରୀ ୧ ରୁ ୧୫ ପର୍ଯ୍ୟନ୍ତ ଏହି ପକ୍ଷ ପାଳନ କରାଯିବ। ସାଳନ୍ଦୀ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆବାହକ ସଦସ୍ୟଭାବେ ଏ ପକ୍ଷ ପାଳନ ନେଇ ଯୋଜନା ପ୍ରସ୍ତୁତ କରିବେ। ଜଳ ସଂରକ୍ଷଣ ସଚେତନତା ନେଇ ଏକ ସଚେତନତା ରଥ ପରିକ୍ରମା ସହ ବ୍ଲକ ଓ ଜିଲ୍ଲାସ୍ତରରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ବିଶେଷକରି ପ୍ରବନ୍ଧ, ବକ୍ତୃତା, କ୍ୱିଜ୍‌, ପେଣ୍ଟିଂ ଆଦି ପ୍ରତିଯୋଗିତା କରାଯିବ। ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ପ୍ରେରଣ କରାଯିବ। ବେଷ୍ଟ ପାଣି ପଞ୍ଚାୟତକୁ ମଧ୍ୟ ପୁରସ୍କୃତ କରାଯିବ। ସମ୍ପୃକ୍ତ ଅଧିକାରୀ ଓ ବି.ଡ଼ି.ଓ.ମାନେ ଜୁମ୍ ଜରିଆରେ ଏହି ବୈଠକରେ ଯୋଡ଼ି ହୋଇ ମତାମତ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.