Home ଜିଲ୍ଲା ପରିକ୍ରମା ଭଦ୍ରକ ସହର ଜବରଦଖଲ ଉଚ୍ଛେଦ ପ୍ରସଙ୍ଗ, ସୌନ୍ଦର୍ଯ୍ୟକରଣ ଆଳରେ ଗରିବ ଉଠାଦୋକାନୀଙ୍କ ଉପରେ ଦାଉ ସାଧୁଛି...

ଭଦ୍ରକ ସହର ଜବରଦଖଲ ଉଚ୍ଛେଦ ପ୍ରସଙ୍ଗ, ସୌନ୍ଦର୍ଯ୍ୟକରଣ ଆଳରେ ଗରିବ ଉଠାଦୋକାନୀଙ୍କ ଉପରେ ଦାଉ ସାଧୁଛି ପୌର ପ୍ରଶାସନ

22

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ହକିକପ୍ ଟ୍ରଫି ସହର ପରିକ୍ରମାକୁ ନେଇ ପ୍ରଶାସନ ପକ୍ଷରୁ ଗତ ବୁଧୁବାର ଓ ଗୁରୁବାର ଦୁଇଦିନ ଧରି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିଲା । ମହତାବ ଛକଠାରୁ ଷ୍ଟେଟ୍ ବ୍ୟାଙ୍କ ଛକ, ଷ୍ଟେଟ୍ ବ୍ୟାଙ୍କ ଛକ ଠାରୁ ବନ୍ତଛକ, ବାଇପାସ୍ ପର୍ଯ୍ୟନ୍ତ ପୌର ପ୍ରଶାସନ ପକ୍ଷରୁ ପୁଲିସ୍ ବାହିନୀ ସହାୟତାରେ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବା ସହ ସହର ମଧ୍ୟରେ ପ୍ରତିଷ୍ଠିତ ଦୋକାନ ଗୁଡିକର ରାସ୍ତା ଆଗକୁ ମାଡି ଆସିଥିବା ଟିଣ, କର୍କଟି, ଟମ୍ବୁ ଆଦି ଜେସିବି ମେସିନ୍ ଦ୍ୱାରା ଭଂଗାରୁଜା କରାଯାଇଥିଲା । ଏହି ଉଚ୍ଛେଦ ଅଭିଯାନରେ ରାସ୍ତା ପାଶ୍ୱର୍ରେ ଦୈନନ୍ଦିନ ସକାଳୁ ସନ୍ଧ୍ୟା ବସି ଦୀର୍ଘବର୍ଷ ଧରି ବେପାର କରିଆସୁଥିବା ପରିବା ଦୋକାନୀ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଭଦ୍ରକ, ତିହିଡି, ବନ୍ତ, ଆଗରପଡା, କୁଆଖିଆ ଅଂଚଳରୁ ପ୍ରାୟ ଶତାଧିକ ପରିବା ବ୍ୟବସାୟୀ ନିଜ ଅଂଚଳରୁ ଉତ୍ପାଦିତ ହେଉଥିବା କୋବି, ବାଇଗଣ, ବିଲାତି, ଶାଗ, ମୁଳା ଆଦି ବିଭିନ୍ନ ପରିବା ସହରର ରାସ୍ତା ପାଶ୍ୱର୍ରେ ଖରା, ଶୀତ କାକରରେ ରାତି ୮ ପର୍ଯ୍ୟନ୍ତ ବସି ଗ୍ରାହକଙ୍କୁ ଅପେକ୍ଷା କରିଥାନ୍ତି । ତେଲଲୁଣ ସଂସାର ଚଳାଇବା ପାଇଁ ଏହି ଗରିବ ପରିବା ବ୍ୟବସାୟୀ ଖରା, ବର୍ଷା, ଶୀତ କାକରକୁ ଭୁଲି ଯାଇଥାନ୍ତି । ପ୍ରଶାସନର ଏହି ଉଚ୍ଛେଦ ଫଳରେ ଏମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ଉଠାଦୋକାନୀଙ୍କ ପାଇଁ ପୌର ପ୍ରଶାସନର କୌଣସି ଭେଣ୍ଡିଂ ଜୋନ୍‌ର ବ୍ୟବସ୍ଥା ନଥିବାବେଳେ ସହରର ସୌନ୍ଦର୍ଯ୍ୟକରଣ ଆଳରେ ରାତିଅଧିଆ ହଟାଇବା ବ୍ୟବସ୍ଥା ପ୍ରଶାସନର ଅମାନବିକତାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି । ବିଶେଷକରି ଏହି ଉଚ୍ଛେଦ ପ୍ରକ୍ରିୟାରେ ବିଭିନ୍ନ ସ୍ଥାନରେ ରାସ୍ତା ପାଶ୍ୱର୍ ଉଠାଦୋକାନୀ ଓ ପ୍ରତିଷ୍ଠିତ ବ୍ୟବସାୟଙ୍କ ଦୋକାନକୁ ତଡିବା ଓ ଛାଡିବା ନୀତିକୁ ନେଇ ପୌର ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି ।

ପ୍ରଶାସନର ଏଭଳି ପାତର ଅନ୍ତର ନୀତି ପଦକ୍ଷେପକୁ ନେଇ ଉଚ୍ଛେଦ ପ୍ରକ୍ରିୟା ଜାରି ସମୟରେ ବିଭିନ୍ନ ସ୍ଥାନରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଦୋକାନୀ ଓ ପୁଲିସ୍‌ଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ମାମଲା ଥାନାରେ ପହଞ୍ôଚଛି । ବିଶେଷକରି ରାସ୍ତା ପାଶ୍ୱର୍ରେ ବସିଥିବା ଉଠାଦୋକାନୀଙ୍କୁ ହଟାଇବା ସହ ସହର ପାଶ୍ୱର୍ରେ ଥିବା ପ୍ରତିଷ୍ଠିତ ଦୋକାନୀ ଗୁଡିକ ସମ୍ମୁଖରେ ରାସ୍ତାକୁ ମାଡି ଆସିଥିବା ସାଇନ୍ ବୋର୍ଡ, ଟିଣ, ତମ୍ବୁ, କର୍କଟିକୁ ଜେସିବି ସାହାଯ୍ୟରେ ଭଂଗାରୁଜା କରାଯାଇଛି । ଏ କ୍ଷେତ୍ରରେ ପାତର ଅନ୍ତର ନୀତି କାର୍ଯ୍ୟକଳାପକୁ ନେଇ ପୌର ପ୍ରଶାସନକୁ କଟୁ ସମାଲୋଚନା ମଧ୍ୟ କରାଯାଇଛି । ‘ସହରର ରାସ୍ତା ପ୍ରଶସ୍ତିକରଣ ଓ ସୌନ୍ଦର୍ଯ୍ୟକରଣକୁ ଆମେ ସ୍ୱାଗତ କରୁ । ତେବେ ଗତ ୪ ବର୍ଷ ମଧ୍ୟରେ ପ୍ରଶାସନ ପକ୍ଷରୁ ୬ ଥର ଏହି ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଛି । ଫଳରେ ପରିବାର ପ୍ରତିପୋଷଣ କରିଆସୁଥିବା ଗରିବ ବ୍ୟବସାୟୀମାନଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି । ହଠାତ୍ ସହରରେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ସ୍ଥାନୀୟ ବ୍ୟବସାୟୀ ସଂଘ ଓ ସହରବାସୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବାକଥା । ଏହାବ୍ୟତୀତ ଉଚ୍ଛେଦ ପ୍ରକ୍ରିୟା ପୂର୍ବରୁ ପୌର ପ୍ରଶାସନ ସୂଚନା ଦେବା କଥା । ଏହା ନକରି ରାତିଅଧିଆ ଦୋକାନ ଭଂଗାରୁଜା କରିବା ପ୍ରଶାସନର ସ୍ୱେଚ୍ଛାଚାରିତାକୁ ପ୍ରମାଣିତ କରିଛି । ଉଠାଦୋକାନୀମାନଙ୍କୁ ଥଇଥାନର ବ୍ୟବସ୍ଥା ନକରି ତାଙ୍କ ବ୍ୟବସାୟୀକୁ ଉଜାଡି ଦେବା ପେଟ ପାଟଣାକୁ ଗୋଇଠା ମାରିବା ସହ ସମାନ ବୋଲି ବରିଷ୍ଠ ଆଇନ୍‌ଜୀବୀ ଶ୍ରମିକ ନେତା ଦିବ୍ୟସିଂହ ନାୟକ, ପୂର୍ବତନ କାଉନସିଲର ଅସରଫ ଅଲ୍ଲୀ, ବଣିକ ସଂଘ ପ୍ରମୁଖ ସତେଜ କୁମାର ରାୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.