Home ଜିଲ୍ଲା ପରିକ୍ରମା ସ୍କିମ୍ ୱାର୍କରମାନଙ୍କୁ ସ୍ଥାୟୀ ଶ୍ରମିକ ନିଯୁକ୍ତି ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ସ୍କିମ୍ ୱାର୍କରମାନଙ୍କୁ ସ୍ଥାୟୀ ଶ୍ରମିକ ନିଯୁକ୍ତି ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

25

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍କିମ୍ ୱାର୍କରମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦାବିକରି ଆଶାକର୍ମୀ, ପାଚିକା ଓ ଅଙ୍ଗନୱାଡି କର୍ମୀ ଆଜି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି କର୍ମୀମାନେ ଆଜି ବନ୍ତଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ସମାଗତ ହୋଇଥିଲେ । ଶ୍ରମିକନେତା ଦିବ୍ୟସିଂହ ନାୟକଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ଆଶାକର୍ମୀ, ପାଚିକା ଓ ଅଙ୍ଗନୱାଡି କର୍ମୀ ଆଦି ସ୍କିମ୍ ଶ୍ରମିକମାନଙ୍କୁ ସ୍ଥାୟୀ ଶ୍ରମିକ ନିଯୁକ୍ତି ଦେବା, ମାସକୁ ୨୬ ହଜାର ବେତନ ଦେବା, ୧୦ ହଜାର ଟଙ୍କା ପେନସନ ଲାଗୁ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନିରାପତ୍ତା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାବ୍ୟତୀତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବରୁଦ୍ଧରେ ଆନ୍ଦୋଳନକୁ ବ୍ୟାପକ କରାଯିବା ପାଇଁ ପ୍ରତିବାଦ ସଭାରେ ନେତୃବର୍ଗ ନିବେଦନ କରିଥିଲେ । ଏମଏଲ୍‌ଏ ମାନଙ୍କ ବେତନ ବୃଦ୍ଧି କରିବାକୁ ଦାବି ହେଉଥିବାବେଳେ ମୂଲିଆଙ୍କ ଦିନକୁ ୨୩୩ ଟଙ୍କା ମଜୁରୀ ନିର୍ଦ୍ଧାରଣ କରିବା, ସେହିପରି ମଜୁରୀ ସ୍କିମ୍ ୱାର୍କରମାନେ ନ୍ୟାର୍ଯ୍ୟଦାବିରୁ ବଂଚିତ ହେଉଛନ୍ତି ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ରାଧା ଦାସ, ମଳୟ ଭୋଇ, କାମିନୀ ଭୋଇ, ସୀତା ଦାସ, ମମତା ଜେନା, ମହେଶ୍ୱର ନାୟକ, ନାରାୟଣ ପାତ୍ର, ପଦ୍ମିନୀ ପରିଡା, ସରସ୍ୱତୀ ହାତି ଓ ପ୍ରତିଭା ସାମଲ ପ୍ରମୁଖ ବହୁ କର୍ମୀ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.