Home ଜିଲ୍ଲା ପରିକ୍ରମା ଭଦ୍ରକ ସହରାଞ୍ଚଳରେ ସପ୍ତାହନ୍ତ ସଟ୍‌ଡାଉନ୍

ଭଦ୍ରକ ସହରାଞ୍ଚଳରେ ସପ୍ତାହନ୍ତ ସଟ୍‌ଡାଉନ୍

19

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନାର ଦ୍ୱିତୀୟ ଲହର ଅତ୍ୟଧିକ ଭୟଙ୍କର ହେଉଛି । ସଂକ୍ରମଣକୁ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ସପ୍ତାହନ୍ତ ସଟଡାଉନ୍ ପାଳନ ପାଇଁ ଚାଲିଛି ସବୁଠି କଡାକଡି ଯାଞ୍ଚ । ଆଜି ସକାଳୁ ଆରମ୍ଭ ହୋଇ ସୋମବାର ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ କୌଣସି କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ । ସପ୍ତାହାନ୍ତ ସଟଡାଉନ୍ ବେଳେ ସକାଳ ୫ ଟାରୁ ୬ଟା ଯାଏଁ ୧ ଘଣ୍ଟା ମର୍ଣ୍ଣି ୱାକ୍‌, ବ୍ୟାୟାମ୍ ପାଇଁ ଲୋକଙ୍କୁ ଅନୁମତି ଦିଆଯାଇଛି । ତେବେ ସହରର ବନ୍ତଛକ, ଅପର୍ତ୍ତିବିନ୍ଧା ଛକ, ଓ.ଟି ମାର୍କେଟ୍ ଛକ, ବାଇପାସ୍ ଠାରେ ପୁଲିସ୍‌ର କଡା ପ୍ରହରା ଚାଲିଥିବାବେଳେ ଚେକିଂ ମଧ୍ୟ କଡାକଡି ହୋଇଛି । ଏହି ସପ୍ତାହନ୍ତ ସଟ୍‌ଡାଉନ୍ ସମୟରେ ଭଦ୍ରକ ପୌରାଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାର ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.