Home ଜିଲ୍ଲା ପରିକ୍ରମା ୫୦୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

୫୦୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

32

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଅବକାରୀ ବିଭାଗ ବନ୍ତରେ ଚଢାଉ କରି ୫୦୦ ଲିଟର ଦେଶୀମଦ ଜବତ କରିବା ସହ ଜଣକୁ ଗିରଫ କରିଛି । ସୂଚନା ଅନୁଯାୟୀ ଭଦ୍ରକ ଜିଲା ଅନ୍ତର୍ଗତ ବନ୍ତ ବ୍ଲକ୍‌ରେ ଥିବା ବରପଦୀ ଗ୍ରାମର ଗତକାଲି ବିଳମ୍ବିତ ରାତିରେ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ଚଢାଉ କରି ୫୦୦ ଲିଟର ଦେଶୀମଦ ଜବତ କରିବା ସହ ହରିହର ବେହେରାଙ୍କୁ ଗିରଫ କରିଛି । ପୂର୍ବରୁ ଖବର ଥିଲେ ମଧ୍ୟ ଅବକାରୀ ବିଭାଗ ବାରମ୍ବାର ଚେଷ୍ଟା କରି ବିଫଳ ହେବା ପରେ ଶେଷରେ ସଫଳ ହୋଇଛି । ବାରିକପୁର ଅଂଚଳର ପ୍ରାୟ ଜାଗାରେ ଏମିତି ଚୋରା ମଦ ବିକ୍ରୟ ହେଉଥିବାବେଳେ ଅବକାରୀ ବିଭାଗର ଏପରି ଚଢାଉ ମଦ ମାଫିଆଙ୍କ ନିଦ ହଜାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.