Home ଜିଲ୍ଲା ପରିକ୍ରମା ଭଦ୍ରକ ସହରରୁ ନଳାଙ୍ଗକୁ କୋର୍ଟ ସ୍ଥାନାନ୍ତର ଡିସେମ୍ବର ୧୯ରେ, ତୀବ୍ର ବିରୋଧ କଲା ଭଦ୍ରକ ଓକିଲ...

ଭଦ୍ରକ ସହରରୁ ନଳାଙ୍ଗକୁ କୋର୍ଟ ସ୍ଥାନାନ୍ତର ଡିସେମ୍ବର ୧୯ରେ, ତୀବ୍ର ବିରୋଧ କଲା ଭଦ୍ରକ ଓକିଲ ସଂଘ

63

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓକିଲ ସଂଘ ପକ୍ଷରୁ ଆଜି ଅପରାହ୍ନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ କେତେକ ସ୍ପର୍ଶକାତର ବିଷୟ ଉପସ୍ଥାପନ କରାଯାଇଛି । ବର୍ତ୍ତମାନ ସ୍ଥାନାନ୍ତର ହେବାକୁ ଥିବା କୋର୍ଟ ଅଞ୍ଚଳ ଜିଲ୍ଲା ଜଜ୍ କୋର୍ଟ ଠାରୁ ୭ କିମି ଦୂର ଓ ଏହା ଜାତୀୟ ରାଜପଥ ପାଶ୍ୱର୍ରେ ଅବସ୍ଥିତ । ଏସିଆ ମହାଦେଶର ସଡକ ଦୁର୍ଘଟଣା କ୍ଷେତ୍ରରେ ଉକ୍ତ ଜାତୀୟ ରାଜପଥ ସବୁଠାରୁ ଆଗରେ । ଉକ୍ତ ଅଞ୍ଚଳରେ ଭଦ୍ରକ ଓକିଲ ସଂଘର ବିନା ବିଚାର ଓ ପରାମର୍ଶ ଏବଂ ଓକିଲ ସଂଘ ସହ ଆଲୋଚନା କରାନଯାଇ ବେଆଇନ୍ ଭାବେ ଏକ ଗୋଚର ଜମି ଉପରେ କପାଳୀ ନଦୀକୁ ପୋତି ଏକ ବନ୍ୟା ପ୍ଲାବିତ ଅଞ୍ଚଳରେ ସମସ୍ତ ଆଇନ କାନୁନ୍‌କୁ ଉଲ୍ଲଂଘନ କରି ସହସା ଏକ ଜିଲ୍ଳା ଜଜ୍ କୋର୍ଟ କୋଠା ବେଆଇନ୍ ଭାବେ ନିର୍ମାଣ କରାଯାଇଛି । ଭଦ୍ରକର ସମସ୍ତ ଓକିଲ, ବ୍ୟବସାୟୀ ସଂଘ, ମୋହରୀର, ଟାଇପିଷ୍ଟ ଏବଂ ଭେଣ୍ଡର ସଂଘ, ଲେଖକ ସାମ୍ମୁଖ୍ୟ ମହିଳା ସଂଘ, ସଂଖ୍ୟାଲଘୁ ସଂପ୍ରଦାୟ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀମାନଙ୍କ ତୀବ୍ର ବିରୋଧ ସତ୍ୱେ ନଳାଙ୍ଗରେ ନିର୍ମାଣ ହୋଇଥିବା ଜିଲ୍ଳା ଜଜ୍ କୋର୍ଟ କୋଠାକୁ ଭଦ୍ରକର ସମସ୍ତ କୋର୍ଟ ତରବରିଆ ଭାବେ ଆସନ୍ତା ଡିସେମ୍ବର ୧୯ ତାରିଖରେ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଇତିମଧ୍ୟରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ଡିଗ୍ରୀଜାରୀ ମାମଲା ନଂ ୧୮/୨୦୨୦ ଯାହାକି (ଓଏ ନଂ ୫୭୨/୨୦୧୬) ତା ୦୯.୦୪.୨୦୨୧ ରିଖ ଆଦେଶକୁ କାର୍ଯ୍ୟକାରୀ ନକରିବାରୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମ୍ କୋର୍ଟ) ଙ୍କ ଠାରେ ୨୦୦୧/୨୦୨୧ ନମ୍ବର ମୋକଦ୍ଦମାରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ, ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଜିଲ୍ଲା ଦୌରାଜଜ୍‌, ଭଦ୍ରକ ସିଭିଲ୍ କୋର୍ଟ ରେଜିଷ୍ଟ୍ରାର, ମାନ୍ୟବର ଉଚ୍ଚ ନ୍ୟାୟାଳୟ (ଓଡ଼ିଶା) ଙ୍କ ରେଜିଷ୍ଟାରଙ୍କୁ ଉପରୋକ୍ତ ମୋକଦ୍ଦମାରେ ହାଜର ହେବା ପାଇଁ ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ଆସନ୍ତା ଡିସେମ୍ବର ୧୯ ତାରିଖରେ ନଳାଙ୍ଗକୁ କୋର୍ଟ ସ୍ଥାନାନ୍ତର କରିବାକୁ ସିଦ୍ଧାନ୍ତ ନେଇଛନ୍ତି । ଉକ୍ତ ସ୍ଥାନାନ୍ତର ନିଷ୍ପତ୍ତିକୁ ଭଦ୍ରକ ଓକିଲ ସଂଘର ସମସ୍ତ ଓକିଲ ଓ ଭଦ୍ରକ ଜିଲ୍ଲାର ଜନସାଧାରଣ ଓ ବୁଦ୍ଧିଜୀବୀ ତୀବ୍ର ବିରୋଧ କରୁଛନ୍ତି । ପ୍ରକାଶ ଥାଉକି ଭାରତ ବର୍ଷରେ କୌଣସି ଜିଲ୍ଲା ଏବଂ ଦୌରା ଜଜ୍ କୋର୍ଟ ଏକ ନିପଟ ଗ୍ରାମାଞ୍ଚଳ ନଦୀଗର୍ଭରେ ପ୍ରତିଷ୍ଠା କରାଯିବାର ନଜିର ନାହିଁ । ଯଦି ସମସ୍ତ ପ୍ରକାର ପ୍ରତିବାଦ ସତ୍ୱେ କୋର୍ଟ ସ୍ଥାନାନ୍ତର କରାଯାଏ, ଏହା ଏକ ବଡ଼ ଜନ ଆନ୍ଦୋଳନର ରୂପ ନେବାକୁ ଯାଉଥିବା ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲୀପ ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.