Home ଜିଲ୍ଲା ପରିକ୍ରମା ୧୩ ଦଫା ଦାବି ନେଇ କେନ୍ଦ୍ରୀୟ ସଂଗଠନ ଡାକରାରେ ଶ୍ରମ କାର୍ଯ୍ୟାଳୟ ଘେରାଉ, ଭଦ୍ରକରେ ମଣ୍ଡଳ...

୧୩ ଦଫା ଦାବି ନେଇ କେନ୍ଦ୍ରୀୟ ସଂଗଠନ ଡାକରାରେ ଶ୍ରମ କାର୍ଯ୍ୟାଳୟ ଘେରାଉ, ଭଦ୍ରକରେ ମଣ୍ଡଳ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରିଲା ଏଆଇସିଡ଼ବ୍ଲ୍ୟୁଏଫ

34

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡକୁ ସଶକ୍ତ କରିବା ସହ ଏହି ବୋର୍ଡ଼କୁ କେନ୍ଦ୍ର ସରକାରଙ୍କ ଜିଡିପିର ଏକ ଶତାଂଶ ପ୍ରଦାନ କରିବା, ଶ୍ରମିକ ସଂଗଠନମାନଙ୍କର ଅଧିକାର ଓ ମତମାତକୁ ବୋର୍ଡରେ ପ୍ରାଧ୍ୟାନ୍ୟ ଦେବାକୁ ଆଜି ୧୩ ଦଫା ଦାବି ନେଇ ମଣ୍ଡଳ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରିବା ଅବସରରେ ଦାବି କରିଛି ଏଆଇସିଡ୍ଲ୍ୟୁଏଫର ନେତୃମଣ୍ଡଳୀ । ଏହି ଅବସରରେ ସଂଘ ପକ୍ଷରୁ ଏକ ବନ୍ତ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରିବା ପରେ ଶ୍ରମ କାର୍ଯ୍ୟାଳୟ ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ସଂଘର ଜିଲ୍ଲା ସଭାପତି ସମର ବଳ କହିଥିଲେଯେ କରୋନା ଆଳରେ ନୂତନ ପଞ୍ଜିକରଣ ବନ୍ଦ ରହିଛି । ତୁରନ୍ତ ଏହାକୁ ଆରମ୍ଭ କରିବା, ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶୀ ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ୪ ଶ୍ରମ କୋଡକୁ ବାତିଲ କରିବାକୁ ଦାବି କରିଥିଲେ । ରାଜ୍ୟ ସରକାର ଏହାକୁ ପ୍ରତ୍ୟାଖ୍ୟାନ କରନ୍ତୁ ବୋଲି ଶ୍ରୀ ବଳ ଦାବି ରଖିବା ସହ ନିର୍ମାଣ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୧ହଜାର ଟଙ୍କା କରିବାକୁ କହିଥିଲେ ।

ସବୁ ନିର୍ମାଣ ଶ୍ରମିକଙ୍କୁ ମାଗଣା ଘର, ଶିକ୍ଷା, ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା, ୮ଘଣ୍ଟା କାର୍ଯ୍ୟ ସହ କେନ୍ଦ୍ର ସରକାରଙ୍କ କର୍ମଚାରୀ ପରି ଅତିରିକ୍ତ କାର୍ଯ୍ୟ ଲାଗି ବୋନସ, ଇପିଏଫ, ଗ୍ରାଚ୍ୟୁଇଟି ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା, ସବୁ ନିର୍ମାଣ ଶ୍ରମିକଙ୍କୁ ଖାଦ୍ୟ ସୁରକ୍ଷା କାର୍ଡ଼ ପ୍ରଦାନ ସୁନିଶ୍ଚିତ କରିବାକୁ ସେ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ ପ୍ରଗତୀଶୀଳ ମହିଳା ସମିତିର ରାଜ୍ୟ ସହ ସଂପାଦିକା ଜୟନ୍ତୀ ବିଶ୍ୱାଳ କହିଥିଲେଯେ ସମସ୍ତ କାର୍ଯ୍ୟସ୍ଥଳରେ ମହିଳା ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା କରିବା, ଦେଶର ଦରଦାମ ବୃଦ୍ଧି କଂଜ୍ୟୁମର ପ୍ରାଇସକୁ ପୁନଃ ସମୀକ୍ଷା କରି ପ୍ରଦାନ କରିବାର ବ୍ୟବସ୍ଥା କରିବା, ଭଦ୍ରକ ଜିଲ୍ଲାରେ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ତୁରନ୍ତ କରୋନା ସହାୟତା ଯୋଗାଇ ଦେବାକୁ ସେ ଦାବି କରିଥିଲେ । ସେହିପରି ଶ୍ରମ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନିତୀ ଓ ଦଲାଲ ବ୍ୟବସ୍ଥାକୁ ଉଛେଦ କରିବା ଏବଂ ଦଲାଲ ମାନଙ୍କ ସହିତ ସମ୍ପର୍କ ରଖିଥିବା ଅସାଧୁ କର୍ମଚାରୀ ଓ ପଦାଧିକାରୀଙ୍କୁ ଚିହ୍ନଟ କରି ଦଣ୍ଡିତ କରିବାକୁ ଉପସ୍ଥିତ ନେତଅମଣ୍ଡଳୀ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗାୟତ୍ରୀ ବେହେରା, କିଶୋର ଜେନା, ମୁକ୍ତିକାନ୍ତ ବେହେରା, ଇତିଶ୍ରୀ ବେହେରା, ସାବିତ୍ରୀ ଜେନା, ଗୟାଧର ସେଣ, ପୂର୍ଣ୍ଣଚନ୍ଦ୍ର ଦାଶ, ରୂପା ପାତ୍ର, ପପୁନା ପାତ୍ର, ରମାକାନ୍ତ ଦାସ, ସେବତୀ ଓଝା, ଚିତ୍ତ ରଂଜନ ବେହେରା, ପଦ୍ମାବତୀ ଖିଲାର, ଗୋଲକ ସେଣ, ଫକୀର ମଲ୍ଲିକ, ଶାନ୍ତିଲତା ମାଝୀ, ଲକ୍ଷ୍ମୀପ୍ରିୟା ବେହେରା, ଲକ୍ଷ୍ମିପ୍ରିୟା ଦାଶଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.