Home କୋରାପୁଟ ରାଜ୍ୟ ସ୍ତରୀୟ  ଆଦିବାସୀ ମହୋତ୍ସବ ପରବ-୨୧ର ଶୁଭାରମ୍ଭ ବାତିଲ

ରାଜ୍ୟ ସ୍ତରୀୟ  ଆଦିବାସୀ ମହୋତ୍ସବ ପରବ-୨୧ର ଶୁଭାରମ୍ଭ ବାତିଲ

29

କୋରାପୁଟ ୩୦-୧୧(ଓଡିଆ ପୁଅ /ରଂଜନ ଦାସ) ବୁଧୁବାର ଦିନ କୋଟିଆରେ ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ-୨୧ର ଶୁଭାରମ୍ଭ ହୋଇଥାନ୍ତା ।ବ୍ଲକ ପ୍ରଶାସନ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ କରିଥିଲେ ବୋଲି ଜଣାପଡିଛି ।କୋଭିଡ-୧୯ର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଶୁଭାରମ୍ଭ ଉତ୍ସବକୁ ବାତିଲ କରିଥିବା ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ସୂଚନା ଦେଇଛନ୍ତି ।ଡିସେମ୍ବର ମାସ ୧୭,୧୮ ଓ ୧୯ ତରିଖ ତିନିଦିନ ବ୍ୟାପି ମୁଖ୍ୟ ଉତ୍ସବ କୋରାପୁଟ ସରକାରୀ କଲେଜ ପରିସରରେ ଆୟୋଜନ କରିବାକୁ ନିଷ୍ପତି ନିଆଯାଇଥିଲା ।ମୁଖ୍ୟ ଉତ୍ସବ ପାଳନ ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।ଶୁଭାରମ୍ଭ ଉତ୍ସବ ବାତିଲ ନିଷ୍ପତିକୁ ସାଧାରଣରେ ସ୍ୱାଗତ କରାଯିବା ସହ ମୁଖ୍ୟ ଉତ୍ସବକୁ ମଧ୍ୟ ବାତିଲ କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.