Home ଜିଲ୍ଲା ପରିକ୍ରମା ଭଦ୍ରକ ସତସଙ୍ଗ ବିହାରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହୋତ୍ସବ

ଭଦ୍ରକ ସତସଙ୍ଗ ବିହାରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହୋତ୍ସବ

34

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସତସଙ୍ଗ ବିହାରରେ ଯୁଗ ପୁରୁଷୋତ୍ତମ ଓ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହୋତ୍ସବ ଓ ୯୧ତମ ଭଦ୍ରକ ଶ୍ରୀମନ୍ଦିର ଉଦ୍‌ବୋଧନ ସ୍ମୃତି ମହୋତ୍ସବ ତଥା ଭଦ୍ରକ ଜିଲାସ୍ତରୀୟ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଓଘର ଆଶ୍ରମରୁ ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କର କନିଷ୍ଠ ଭ୍ରାତା ପୂଜନୀୟ ଅଭିକଦାଦା ଉପସ୍ଥିତ ରହି ଭକ୍ତମାନଙ୍କୁ ଉଦବୋଧନ ଦେଇଥିଲେ । ଅତିଥିଭାବେ ସାଂସଦ ମଂଜୁଲତା ମଣ୍ଡଳ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଡଃ ତପୋଧନ ପଣ୍ଡା ଯୋଗଦେଇ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଭାବଧାରା ଉପରେ ବକ୍ତବ୍ୟ ରଖିଥିଲେ । ଭଜନ କାର୍ଯ୍ୟକ୍ରମରେ କଟକରୁ ମନ୍ଦାକିନୀ ଶ୍ରୀୟା, ଜୟନ୍ତୀ ବସାକ ଯୋଗଦେଇଥିଲେ । ଏଥିରେ ଅବସରପ୍ରାପ୍ତ ଇଂ ଗୌରାଙ୍ଗ ଚରଣ ପୃଷ୍ଟି ସଭାପତିତ୍ୱ କରିଥିଲେ । ଯୁବ ସତସଙ୍ଗୀ ଦେବୀ ପ୍ରସାଦ ସାହୁ ଅତିଥି ପରିଚୟ ପ୍ରଦାନ ସହିତ ଦୀକ୍ଷା ପତ୍ର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ଶେଷରେ ନନ୍ଦଦୁଲାଲ ଦାସ ଧ୍ୱନି ଦେଇ ସଭାସଙ୍ଗ କରିଥିଲେ । ଏହାପରେ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହୋଇଥିଲା । ଅପରାହ୍ନରେ ମାତୃ ସମ୍ମିଳନୀ ଓ ସନ୍ଧ୍ୟାରେ ସତସଙ୍ଗ ଓ ନାମ ସଂକୀର୍ତ୍ତନ ହୋଇଥିଲା । ଏହି ଉତ୍ସବରେ ଭଦ୍ରକ ଜିଲାରୁ ପ୍ରାୟ ୪ ହଜାର ଲୋକଙ୍କର ସମାବେଶ ହୋଇଥିଲା । ଉତ୍ସବ ଶେଷରେ ସମସ୍ତେ ଆନନ୍ଦ ବଜାରରେ ପ୍ରସାଦ ସେବନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.