Home ଜିଲ୍ଲା ପରିକ୍ରମା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ହେଲେ ବିକାଶ ଧଳ

ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ହେଲେ ବିକାଶ ଧଳ

6

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ଭଦ୍ରକର ଯୁବ ନେତା ବିକାଶ ଧଳଙ୍କୁ ମନୋନୀତ କରାଯାଇଛି । ଏ ନେଇ ଶ୍ରୀ ଧଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସାଧାରଣ ସମ୍ପାଦକ (ଛାତ୍ର ଓ ଯୁବ ବ୍ୟାପାର) ତଥା କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ରାଜ୍ୟ ଛାତ୍ର ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ , ପଫୁଲ୍ଲ ସାମଲ , (ବିଧାୟକ ଭଣ୍ଡାରିପୋଖରୀ), ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ, ରାଜ୍ୟ ବିଜୁ ଜନତା ଦଳ ର ମେଡିଆ ପ୍ୟାନେଲିଷ୍ଟ ସ୍ୱୟଂ ପ୍ରକାଶ ମହାପାତ୍ର ଏବଂ ଜିଲ୍ଲାର ସମସ୍ତ ନେତୃତ୍ୱ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥି ସହ ଦଳ ତାଙ୍କ ଉପରେ ଯେଉଁ ବିଶ୍ୱାସ ଓ ଭରଷା ରଖି ଗୁରୁ ଦାଇତ୍ୱ ଦେଇଛନ୍ତି ତାହାକୁ ସେ କେବେ ବ୍ୟର୍ଥ ହେବାକୁ ଦେବେ ନାହିଁ । ବିଜୁ ଜନତା ଦଳ ପକ୍ଷରୁ ଯାହା ନିର୍ଦ୍ଦେଶ ଓ ଦାୟିତ୍ୱ ମିଳିବ ତାହାକୁ ସେ ପାଳନ କରିବେ ଏବଂ ତୃଣମୂଳ ସ୍ତରରୁ ଦଳକୁ ଆହୁରି ସଶକ୍ତ କରିବା ସହ ଶୃଙ୍ଖଳା ଓ ନିଷ୍ଠାପର ଭାବେ ସେବା ଭାବନା ରଖି ତୁଲାଇବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.