Home ଜିଲ୍ଲା ପରିକ୍ରମା ନିମୋନିଆ ପ୍ରତିଷେଧକ ଟୀକା (ପିଭିସି) ନିୟମିତ ଟୀକାକରଣରେ ସାମିଲ, ଭଦ୍ରକ ଜିଲ୍ଲାରେ ସାମିଲ ହେବେ ୨୩...

ନିମୋନିଆ ପ୍ରତିଷେଧକ ଟୀକା (ପିଭିସି) ନିୟମିତ ଟୀକାକରଣରେ ସାମିଲ, ଭଦ୍ରକ ଜିଲ୍ଲାରେ ସାମିଲ ହେବେ ୨୩ ହଜାର ୯୮୪ ଶିଶୁ

60

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ନିମୋନିଆ ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ ସରକାର ନିୟମିତ ଟୀକାକରଣରେ ସାମିଲ କରିଛନ୍ତି । ଆଜି ପ୍ରଥମଥର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଭର୍ଚୁଆଲ ମୋଡ୍‌ରେ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଟୀକାକରଣରେ ପ୍ରତି ଶିଶୁଙ୍କୁ ୩ଟି ଡୋଜ୍ ଟୀକା ପ୍ରଦାନ କରାଯିବ । ଭଦ୍ରକ ଜିଲ୍ଲାରେ ମୋଟ ୨୩ ହଜାର ୯୮୪ ଶିଶୁ ଟୀକାକରଣ କାର୍ଯ୍ୟରେ ସାମିଲ ହେବେ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଭଦ୍ରକ କୁଆଁସ ସ୍ଥିତ ମାତୃ ମଙ୍ଗଳ କେନ୍ଦ୍ର ପରିସରରେ ଅନୁଷ୍ଠିତ ର୍ଭଚୁଆଲ ସଭାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ, ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶିବାଶିଷ ମହାରଣା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା, ଆଶାକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଟୀକାକରଣ କାର୍ଯ୍ୟ ଅନୁଯାୟୀ ମୁଖ୍ୟତଃ ନବଜାତ ଶିଶୁମାନଙ୍କ ଠାରେ ନିମୋନିଆ ରୋଗର ଆଶଙ୍କା ଯଥେଷ୍ଟ ଅଧିକ ଥିବାରୁ ଏହି ନିମୋକୋକାଇଲ କନଜୁଗେଟ ଭ୍ୟାକ୍ସିନ (ପିସିଭ୍‌) ଟୀକା ଶିଶୁଙ୍କ ନିମୋନିଆ, ମେନିନ୍‌ଭାଇଟିଜ୍ ଓ ବ୍ୟାକ୍ଟେରିଆ ଭଳି ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.