Home ଓଡ଼ିଶା ଭଦ୍ରକ ରାହାଞ୍ଜରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସଂପତ୍ତି ଭସ୍ମୀଭୂତ

ଭଦ୍ରକ ରାହାଞ୍ଜରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସଂପତ୍ତି ଭସ୍ମୀଭୂତ

29

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାହାଞ୍ଜ ପଞ୍ଚାୟତର ରାହାଞ୍ଜ ସାହିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ସହିତ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ନଷ୍ଟ ହୋଇଯାଇଛି। ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୨ଟା ବେଳେ ରାହାଞ୍ଜ ସାହିର ପ୍ରହ୍ଲାଦ ସାହୁ, ଭରତ ସାହୁ ଏବଂ ଶରତ ସାହୁ ଶୋଇଥିବା ସମୟରେ କୌଣସି କାରଣରୁ ନିଆଁ ଲାଗି ୩ ବଖରା ଘର ସଂପୂର୍ଣ୍ଣ ପୋଡିଯିବା ସହିତ ସେମାନଙ୍କର ସୁନା ରୂପା ଗହଣା, ନଗଦ ଟଙ୍କା, ଚାଉଳ, ବାସନ କୁସନ ତଥା ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି। ପ୍ରହ୍ଲାଦ ସାହୁ ନିଜ ଝିଅ ବାହାଘର ପାଇଁ ସୁନା ଗହଣା କିଣି ରଖିଥିବା ବେଳେ ତାହା ଜଳି ପାଉଁଶ ହୋଇଯାଇଛି। ଏପରିକି ବାହାରେ ବନ୍ଧା ଯାଇଥିବା ଗାଈ ଓ ବାଛୁରୀ ପୋଡି ଆହତ ହୋଇଛନ୍ତି। ଖବର ପାଇ ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କୌଣସି ଜିନିଷ ଉଦ୍ଧାର କରାଯାଇପାରିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.