Home ଜିଲ୍ଲା ପରିକ୍ରମା ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା କଳାକାରଙ୍କ କାର୍ଯ୍ୟକାରିଣୀ ସଭା : କଳାକାରଙ୍କ ବିଭିନ୍ନ ସମସ୍ୟା...

ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା କଳାକାରଙ୍କ କାର୍ଯ୍ୟକାରିଣୀ ସଭା : କଳାକାରଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା

45

ମାଲକାନଗିରି, ୨୫/୪ (ଓଡ଼ିଆ ପୁଅ) ଆଦିବାସୀ ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ର ଓ ଦେଶିଆ ନାଟ ହେଉଛି ଆଦିବାସୀ କଳାସଂସ୍କୃତି ର ମୂଳମନ୍ତ୍ର, ଏମାନଙ୍କ ନିଖୁଣ ଅଭିନୟର ଆତ୍ମିକ ପରି ପ୍ରକାଶ କଳାସଂସ୍କୃତିର ବାର୍ତ୍ତା ବାଃ ପାଲଟିଛି ବୋଲି ଜିଲ୍ଲାସ୍ଥରୀୟ କଳାକାର କାର୍ଯ୍ୟକାରିଣୀ ସଭାରେ ମଞ୍ଚାଶିନ ଅତିଥିମାନେ ମତ ଉପସ୍ଥାପନ କରିଛନ୍ତି।

ଆଜି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭଵନ ପରିସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଜୋତ୍ସ୍ନାମୟୀ ଆଚାର୍ଯ୍ୟ, ମୁଖ୍ୟବକ୍ତଭାବେ ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ବନବାସୀ ଗବେଷକ ରତ୍ନାକର ଦାଶ, ସମ୍ମାନିତ ଅତିଥିଭାବେ ମାଲ୍ୟ ବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନର ସଭାପତି ନାଟଗୁରୁ ଅନାଦି କାଡ଼ା, ଜିଲ୍ଲା କଳାକାର ସଂସ୍କୃତିକ ସଙ୍ଗଠନର ଉପସଭାପତି ଘେନୁ ମୁଦୁଲି, ନାଟଗୁରୁ ଧନଫୁଲ ବାରିକ, ଆଦିବାସୀ ଲେଖକ ଭଗବାନ ହନ୍ତାଳ, ବୁଦ୍ରା ପ୍ରସାଦ ନାୟକ, ସେବୀ ଜୟନ୍ତୀ ବୁରୁଦା ପ୍ରମୁଖ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ସରକାରୀ ପ୍ରୋତ୍ସାନ ଅଭାବରୁ ଧୀରେ ଧୀରେ କଳାସଂସ୍କୃତି ଲୋପ ପାଇବାକୁ ବସିଛି। ଆଦିବାସୀ କଳାସଂସ୍କୃତିକୁ କିପରି ଦେଶଦୁନିୟରେ ପରିଚିତ କରାଯାଇପାରିବ ଓ ସରକାରୀ ସଂସ୍ଥାର ସମସ୍ଥ ଜଣ ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରମାନଙ୍କୁ ସାମିଲ କରାଯାଇପାରିବ ସେଥିପ୍ରତି ଗୁରତ୍ୱ ଦେବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟାନ୍ୟମାନଙ୍କ ମଧ୍ୟରେ ନାଟଗୁର ରାମଚନ୍ଦ୍ର ହନ୍ତାଳ, ବବନାଥ ବାରିକ, ମୁକୁନ୍ଦ ଝୋଲା, କୃଷ୍ଣ ଚୌଧୁରୀ, ରାଜୁ ଗଣ୍ଡ ପ୍ରମୁଖ ଶତାଧିକ ନାଟଗୁରୁ ଓ କଳାକାରମାନେ ଉପସ୍ଥିତ ରହି ସେମାନଙ୍କର ମତ ଉପସ୍ଥାପନ କରିଥିଲେ। ଏହି କର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ବିଭାଗର ସଂଯୋଜକ ଏମ.ତେଜସ୍ୱର ରାଓ ପରିଚାଳନା କରି ଆଗାମୀ ଦିନରେ ଜିଲ୍ଲାର ସାତଟି ଯାକ ବ୍ଳକରେ କଳାକାରମାନଙ୍କୁ ନେଇ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରଯାଇ ସେମାନଙ୍କୁ କିପରି ସମସ୍ଥ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେଥିପ୍ରତି ଗୁରତ୍ୱ ଦିଆଯିବ ବୋଲି ସୂଚନା ଦେଇଥିଲେ। ଏହି ଅବସରେ କେତକ ନାଟଗୁରୁର ଓ କବିମାନେ ସେମାନଙ୍କ କବିତା ପାଠ କରିବା ସହିତ କଲା ଚତୁରୀ ପରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସାତଟି ବ୍ଲକରୁ ଶତାଧିକ କଳାକାର ଓ ନାଟଗୁରୁମାନେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.