Home Top News ସବୁଠାରୁ ନିମ୍ନରେ ଥିବା ଜନସାଧାରଣ ଡିଜିଟାଇଜେସନର ପ୍ରଥମ ହକ୍‌ଦାର: ଅଶ୍ୱିନୀ ବୈଷ୍ଣବ

ସବୁଠାରୁ ନିମ୍ନରେ ଥିବା ଜନସାଧାରଣ ଡିଜିଟାଇଜେସନର ପ୍ରଥମ ହକ୍‌ଦାର: ଅଶ୍ୱିନୀ ବୈଷ୍ଣବ

46

ନୂଆଦିଲ୍ଲୀ: ଡିଜିଟାଇଜେସନର ସୁଫଳ ପ୍ରଥମେ ତୃଣମୂଳ ସ୍ତରରେ ଥିବା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ ବୋଲି କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସରକାରଙ୍କ ଅନ୍ତ୍ୟୋଦୟ ଦର୍ଶନ ଉପରେ ଗୁରୁତ୍ୱଆରୋପ କରି ସେ କହିଛନ୍ତି ଯେ ଆମେ ଯାହା କଲେ ମଧ୍ୟ ସମସ୍ତ ଅବସ୍ଥାନ୍ତରଜନିତ ପରିଣାମର ପ୍ରଭାବ ସମାଜରେ ଅବହେଳିତ ସ୍ତର ବ୍ୟକ୍ତିବିଶେଷଙ୍କ ସୁବିଧା ପାଇଁ ହେବା ଆବଶ୍ୟକ। ଡିଜିଟାଲ୍ ପ୍ଲାଟଫର୍ମ ଚୁକ୍ତି ଦ୍ୱାରା ଭବିଷ୍ୟତ ଭାରତ ଗଠନ “ସଂକଳ୍ପ ସେ ସିଦ୍ଧି” ଶିଖର ଅଧିବେଶନରେ ଉଦ୍‌ବୋଧନ ଦେଇ ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ଏହି ଶିଖର ବୈଠକରେ ସେ ୫ଟି ବିଷୟ ଉପରେ ଆଲୋକପାତ କରିଛନ୍ତି। ଏହି ବିଷୟ ଗୁଡ଼ିକ ଡିଜିଟାଇଜେସନ କ୍ଷେତ୍ରରେ ସରକାର ଓ ଶିଳ୍ପକୁ ସାହାଯ୍ୟ କରିବ। ସେଗୁଡ଼ିକ ହେଲା- ଇଲେକ୍‌ଟ୍ରୋନିକ୍ସ ଓ ଅନ୍ୟପ୍ରକାର ନିର୍ମାଣ, ସେମି କଣ୍ଡକ୍ଟର କ୍ଷେତ୍ରରେ ନେତୃତ୍ୱ, ପବ୍ଲିକ୍ ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର ଓ ଡିଜିଟାଇଜେସନ୍ସରୁ ଲାଭ ଉଠାଇବା ପାଇଁ ଦୂର ସଂଚାର ଓ ସୂଚନା ପ୍ରଯୁକ୍ତିଜ୍ଞାନର ସମନ୍ୱୟ।

ଗତ ଦଶନ୍ଧିର ଇଲେକ୍‌ଟ୍ରୋନିକ୍ସ ନିର୍ମାଣ କ୍ଷେତ୍ରରେ ହୋଇଥିବା ଅଭିବୃଦ୍ଧି ସମ୍ପର୍କରେ ସୂଚନା ଦେଇ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ଇଲେକ୍‌ଟ୍ରୋନିକ୍ସ ଶିଳ୍ପ କ୍ଷେତ୍ରରେ ଗତ ସାତରୁ ଦଶବର୍ଷ ମଧ୍ୟରେ ପ୍ରକୃତ ଅଭିବୃଦ୍ଧି ଘଟିଛି। ଏହି ଶିଳ୍ପ ୮୦ ବିଲିୟନ ଡଲାର ହୋଇଥିବାବେଳେ, ଏଥିରେ ପ୍ରାୟ ୨୫ ଲକ୍ଷ ବ୍ୟକ୍ତି ବିଶେଷ କର୍ମନିଯୁକ୍ତି ପାଇଛନ୍ତି ଓ ଆଗାମୀ କିଛି ବର୍ଷ ମଧ୍ୟରେ ଏହା ୩୦୦ ବିଲିୟନ ଡଲାର ଶିଳ୍ପର ରୂପଦେବ। ଏହି ଶିଳ୍ପର ଅଭିବୃଦ୍ଧି ପାଇଁ ଆମ ପାଖରେ ପହଞ୍ଚିଥିବା ଅନେକ ପ୍ରସ୍ତାବକୁ ଆମେ ପରୀକ୍ଷା ନିରୀକ୍ଷା କରୁଛୁ। ସେମି କଣ୍ଡକ୍ଟର କ୍ଷେତ୍ରର ସାମର୍ଥ୍ୟ ଉପରେ ସୂଚନାଦେଇ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ କହିଥିଲେ ଯେ ଏହି କ୍ଷେତ୍ର ଦୂରସଞ୍ଚାର, ସୂଚନା ଓ ପ୍ରଯୁକ୍ତିବିଦ୍ୟା ହାର୍ଡୱେର, ଯାନବାହାନ, ଇସ୍ପାତ ଓ ଭାରୀ ଯନ୍ତ୍ରପାତି ନିମନ୍ତେ ମୂଳପିଣ୍ଡ ସଦୃଶ। ଆମର ଲକ୍ଷ୍ୟ ହେଉଛି ଆମର ମେଧା ବୃଦ୍ଧି କରି ଆମ ଦେଶରେ ସେମି କଣ୍ଡକ୍ଟର ଶିଳ୍ପ ନିର୍ମାଣ କରିବା ଓ ନିରବଚ୍ଛିନ୍ନ ଭାବେ ଆଗାମୀ ୧୦ରୁ ୧୫ ବର୍ଷ ମଧ୍ୟରେ ଏହାକୁ ଉନ୍ନୀତ କରିବା। ସରକାର ଏ ଦିଗରେ କେତେକ ଉତ୍ତମ ପଦକ୍ଷେପ ନେଇଛନ୍ତି ଓ ଶିଳ୍ପ କ୍ଷେତ୍ରରୁ ଏ ବାବଦ ଭଲ ସନ୍ଦେଶ ମିଳୁଛି ବୋଲି ସେ କହିଛନ୍ତି।

ପବ୍ଲିକ୍ ପ୍ଲାଟଫର୍ମକୁ ନେଇ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ସରକାର ୟୁପିଆଇ, କୋୱିନ ଓ ଡିଜିଲକର ଢାଞ୍ଚାରେ ପବ୍ଲିକ ଡିଜିଟାଲ ପ୍ଲାଟଫର୍ମ୍ ସୃଷ୍ଟି ପାଇଁ ଯୋଜନା କରୁଛନ୍ତି। ଥରେ ସୃଷ୍ଟି ହୋଇଗଲେ ଏହି ପ୍ଳାଟଫର୍ମ୍ ଷ୍ଟାର୍ଟଅପ ଗୋଷ୍ଠୀ ଓ ଶିଳ୍ପାନୁଷ୍ଠାନ ନିମନ୍ତେ ଉପଭୋକ୍ତା ଭିତ୍ତିକ ପ୍ରୟୋଗ ପାଇଁ ଖୋଲା ହୋଇପାରିବ। ସରକାର ଏକ ଜାତୀୟ ତଥ୍ୟ ବ୍ୟବସ୍ଥା ମଧ୍ୟ କରିବେ। ଜନସାଧାରଣଙ୍କ ଅଣ ବ୍ୟକ୍ତିଗତ ତଥ୍ୟ ସେମାନଙ୍କ ଉନ୍ନତ ସେବା ପ୍ରଦାନ ନିମନ୍ତେ ପ୍ରଦାନ କରାଯିବ। ରେଳବାଇ, ପ୍ରତିରକ୍ଷା ଓ ଇସ୍ପାତ ଇତ୍ୟାଦି ବୃହତ କ୍ଷେତ୍ରର ଡିଜିଟାଇଜେସନ୍ ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରି ଶ୍ରୀ ବୈଷ୍ଣବ କହିଥିଲେ ଯେ ଏହି ସବୁ କ୍ଷେତ୍ରର ଡିଜିଯାଇଜେସନ ଆହୁରି ପୂର୍ବାପେକ୍ଷା ଦୃତ ହେବା ଦରକାର। ଶିଳ୍ପର ସହଭାଗିଦା ସହ ସରକାର ଏ ଦିଗରେ କେତେକ ପଦକ୍ଷେପ ମଧ୍ୟ ନେଉଛନ୍ତି। ଦୂରସଞ୍ଚାର/୪/ ୫G ଓ ଡିଜିଟାଲ ବିଶ୍ୱର ମିଶ୍ରଣ ନେଇ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଡିଜିଟାଲ୍ ସେବାର ପ୍ରାଥମିକ ବ୍ୟବହାର ପଦ୍ଧତି ହେଲା ମୋବାଇଲ ଫୋନ୍। ଆମେ ଏହାକୁ ଅଧିକ ବ୍ୟବହାର ଉପଯୋଗୀ କରିବା ସହ ସାଇବାର ନିରାପତା ଆହ୍ୱାନକୁ ଆଖି ଆଗରେ ରଖି ଏହାର ସୁରକ୍ଷା ପାଇଁ ମଧ୍ୟ ଧ୍ୟାନ ଦେବା।

ଏହି ବହୁ ଭାଗିଦାରୀ ସମ୍ପନ୍ନ ଶିଖର ସମ୍ମିଳନୀ “ସଂକଳ୍ପ ସେ ସିଦ୍ଧି’ ଭାରତୀୟ ଶିଳ୍ପ ମହାସଂଘ ଇଣ୍ଡିଆ ୭୫ ପ୍ରତିଷ୍ଠାନ ଓ ସଂସ୍କୃତି ମନ୍ତ୍ରଣାଳୟ ସହ ମିଶି ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ଆୟୋଜିତ ହୋଇଛି। ଦେଶର ବିଭିନ୍ନ କ୍ଷେତ୍ରରେ ହୋଇଥିବା ବିକାଶ ସମ୍ପର୍କରେ ବିଭିନ୍ନ ଅଂଶୀଦାର ଏହି ଦୁଇଦିନିଆ ସମ୍ମିଳନୀରେ ଆଲୋଚନା କରିବେ। ଅଶ୍ୱିନୀ ବୈଷ୍ଣବଙ୍କ ବ୍ୟତୀତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗଜ ସିଂ ଠାକୁର, ବିର୍ହିବ୍ୟାପାର ଓ ସଂସ୍କୃତିମନ୍ତ୍ରୀ ଶ୍ରୀମତୀ ମିନାକ୍ଷୀ ଲେଖି ମଧ୍ୟ ସେମାନଙ୍କ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ସଂକଳ୍ପ ସେ ସିଦ୍ଧି ସରକାରୀ ଗଣ୍ୟମାନ୍ୟ ଅଧିକାରୀ, ନିଷ୍ପତି ଓ ନୀତି ନିର୍ଦ୍ଧାରକ, ଚେତନଶୀଳ ବ୍ୟକ୍ତିତ୍ୱ, ଶିଳ୍ପ ନେତୃବୃନ୍ଦ ପ୍ରମୁଖ ନବଭାରତର ଅଭିବୃଦ୍ଧି ନେଇ ନିଜସ୍ୱ ମତ ରଖିଥିଲେ । ଇଣ୍ଡିଆ @୭୫ ଉତ୍ସବ ପାଳନ ସହ ଇଣ୍ଡିଆ @୨୦୪୭ର ଭବିଷ୍ୟତ ଗଠନର ଦୃଶ୍ୟପଟ ପ୍ରସ୍ତୁତ କରିବା ଏହି ବୈଠକର ମୂଳଲକ୍ଷ୍ୟ ରହିଛି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.