Home ଜିଲ୍ଲା ପରିକ୍ରମା ଭଦ୍ରକ ମହାବିଦ୍ୟାଳୟ ଖୁବଶୀଘ୍ର ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବାକୁ ଯାଉଛି – ବିଧାୟକ ସଂଜୀବ ମଲ୍ଲିକ

ଭଦ୍ରକ ମହାବିଦ୍ୟାଳୟ ଖୁବଶୀଘ୍ର ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବାକୁ ଯାଉଛି – ବିଧାୟକ ସଂଜୀବ ମଲ୍ଲିକ

43

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ମହାବିଦ୍ୟାଳୟ ୧୯୪୭ ମସିହା ଜୁଲାଇ ୬ ତାରିଖରେ ପ୍ରତିଷ୍ଠିତ ହୋଇଥିବାରୁ ଏହି ଐତିହ୍ୟ ସଂପନ୍ନ ଶିକ୍ଷାନୁଷ୍ଠାନ ତାର ୭୫ ବର୍ଷ ଆସନ୍ତା ୨୦୨୨ ମସିହା ଜୁଲାଇ ୬ ତାରିଖରେ ପୂରଣ କରିବାକୁ ଯାଉଛି । ଏହି ଅବସରରେ ଆଜି ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଭଦ୍ରକ କଲେଜ ଛାତ୍ର ସଂସଦ ଗ୍ୟାଲେରୀରେ ପୂର୍ତ୍ତି ଉତ୍ସବର ପ୍ରସ୍ତୁତି ବୈଠକରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଲେଜର ସର୍ବାଙ୍ଗୀନ ଉନ୍ନତିର ଦାୟିତ୍ୱ ନିଜେ ବହନ କରିବାକୁ ଘୋଷଣା କରିଛନ୍ତି । ଏହି ଅବସରରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରାତନ ଛାତ୍ର ସଂସଦର ସଭାପତି ତଥା କଲେଜର ପୂର୍ବତନ ପ୍ରାଧ୍ୟାପକ ଡ. ଦେବେନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପୁରାତନ ଛାତ୍ର ସଂସଦର ସଂପାଦକ ଅଜୟ ନାୟକ ସଂଯୋଜନା କରିଥିଲେ । ଅଧିବକ୍ତା ଦିବ୍ୟସିଂହ ନାୟକ କଲେଜର ଅସୁବିଧା ତଥା ଆବଶ୍ୟକତାକୁ ଦାବି ଆକାରରେ ବିଧାୟକଙ୍କ ନିକଟରେ ଉପସ୍ଥାପନ କରିଥିବାବେଳେ ପୁରାତନ ଛାତ୍ର ତଥା ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡ. ଶୈଳେନ୍ଦ୍ର ମହାପାତ୍ର ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବାକୁ ସରକାରଙ୍କ ପାଖରେ ପୂର୍ବରୁ କରିଥିବା ଦାବିକୁ ଦୋହରାଇଥିଲେ । ପୁରାତନ ଛାତ୍ର ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପୁରାତନ ଛାତ୍ର ଓ ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କ ସହାୟତା ହୀରକ ଜୟନ୍ତୀ ପାଳନ ପାଇଁ ଲୋଡିଥିଲେ ।

ପୁରାତନ ଛାତ୍ର ତଥା ରାଜ୍ୟ ସଂସ୍କୃତି ବିଭାଗର ପୂର୍ବତନ ସଚିବ ବିଜୟ ନାୟକ, ପୁରାତନ ଛାତ୍ର ଜଗନ୍ନାଥ ସ୍ୱାଇଁ, ସମାଜସେବୀ ଏସ.ଏମ. ଫାରୁକ, ଶିକ୍ଷକ ନେତା ଗୋଲକ ନାୟକ, ଡାକ୍ତର ହରେକୃଷ୍ଣ ନାୟକ, କଲେଜର ଅଧ୍ୟକ୍ଷ ଡ. ଉମାକାନ୍ତ ସାମଲ, ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ, ଛାତ୍ରନେତା ଜ୍ୟୋତିପ୍ରକାଶ ମହାନ୍ତି, ଡାକ୍ତର ଦୁର୍ଯ୍ୟୋଦନ ଦାସ, ବିକାଶ ସାମଲ, କଳ୍ପତରୁ ଜେନା ପ୍ରମୁଖ ପୁରାତନ ଛାତ୍ରମାନେ ହୀରକ ଜୟନ୍ତୀକୁ ଧୁମଧାମରେ ପାଳନ କରିବାକୁ ସମସ୍ତ ପ୍ରକାର ସହାୟତା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ପୂର୍ବରୁ କେତେକ ଛାତ୍ରଛାତ୍ରୀ ସମାନ୍ତରାଳ ଭାବେ ଅନ୍ୟ ଏକ ହୀରକ ଜୟନ୍ତୀ ପାଳନ କରିବାକୁ ଆୟୋଜନ କରୁଥିବାରୁ ପୁରାତନ ଛାତ୍ର ସଂସଦ ସହ ମିଶି ଗୋଟିଏ ମଂଚରେ ଏକାଠି ଏହି ଉତ୍ସବ ପାଳନ କରିବାକୁ ଅଭ୍ୟର୍ଥନା କମିଟିର ସଭାପତି ତଥା ବିଧାୟକ ସଂଜୀବ ମଲ୍ଲିକ ଆହ୍ୱାନ ଦେଇଥିଲେ । ଭଦ୍ରକ କଲେଜର ହୀରକ ଜୟନ୍ତୀ ପାଳନ ପୂର୍ବରୁ ସମସ୍ତ ଆବଶ୍ୟକତାକୁ ପୂରଣ କରି ଏହି ପଲ୍ଲୀ ଭାରତୀ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଖୁବଶୀଘ୍ର ସରକାର ଦେବାକୁ ଯାଉଛନ୍ତି ବୋଲି ବିଧାୟକ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ । ଏହି ବୈଠକରେ ଶିକ୍ଷୟିତ୍ରୀ ଚାରୁଲତା ମହାପାତ୍ର ପ୍ରାରମ୍ଭରେ ମଂଚ ଆହ୍ୱାନ କରିଥିବାବେଳେ ଅଧିବକ୍ତା ଗଦାଧର ବଳ ଧନ୍ୟବାଦ ଅର୍ପଣ କରିଥିଲେ । ପୁରାତନ ଛାତ୍ର ଅମରେନ୍ଦ୍ର ବିଶ୍ୱାଳ, ପଙ୍କଜ ବଳ, ରାକେଶ ପଣ୍ଡାଙ୍କ ସହଯୋଗରେ ଅନୁଷ୍ଠିତ ଏହି ସଭାରେ ପୁରାତନ ଛାତ୍ର ଅଧିବକ୍ତା ଯତିକାନ୍ତ ନାୟକ, ନିତ୍ୟାନନ୍ଦ ଦାସ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ରୂପକ ରାୟ, ସମୀର ଦାସ, ରାଧା ଦାସ, ଧି. ରାଜଲକ୍ଷ୍ମୀ, ରବିନାରାୟଣ ପଣ୍ଡା, ଲକ୍ଷ୍ମୀ ମହାପାତ୍ର, ଅକ୍ଷୟ ଦାସ, ଅମିତାଭ ଖିଲାର, ଶିଳାଦିତ୍ୟ ନାୟକ, ପ୍ରିନ୍ସ ରାକେଶ ନାୟକ, ଅତିଶ ବେହେରା, ତାହେର ମହମ୍ମଦ, ବିଷ୍ଣୁମୋହନ ମହାପାତ୍ର, ସୁରଜିତା ନାୟକ, ପଦ୍ମନ କୁମାର ରାୟ, ଲଲାଟେନ୍ଦୁ ମହାନ୍ତି, ରାଧାରାଣୀ ମହାପାତ୍ର ପ୍ରମୁଖ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଭଦ୍ରକ ତଥା ଜିଲା ବାହାରୁ ଅନେକ ଛାତ୍ରଛାତ୍ରୀ ଯୋଗଦେଇ କଲେଜର ଐତିହ୍ୟ ଗାରିମା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.