Home ଜିଲ୍ଲା ପରିକ୍ରମା ଭଦ୍ରକ ମହାବିଦ୍ୟାଳୟର ୭୫ ତମ ବାର୍ଷୀକ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି, ସ୍ୱାଧିନତାର ହୀରକ ଜୟନ୍ତୀ...

ଭଦ୍ରକ ମହାବିଦ୍ୟାଳୟର ୭୫ ତମ ବାର୍ଷୀକ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି, ସ୍ୱାଧିନତାର ହୀରକ ଜୟନ୍ତୀ ବର୍ଷରେ ଆଲୁମିନି ସଂଘର ବୈଠକ

31

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୭୫ ତମ ସ୍ୱାଧିନତା ଦିବସ ଅବସରରେ ରାଜ୍ୟର ଦ୍ୱିତୀୟ ସର୍ବ ପୁରାତନ ଭଦ୍ରକ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ପାଇଁ ପାଇଁ ଏକ ପ୍ରସ୍ତୁତି ବୈଠକ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ହୀରକ ଜୟନ୍ତୀ ଉତ୍ସବକୁ ଐତିହାସିକ ଓ ସ୍ମରଣୀୟ କରିବା ନିମନ୍ତେ ୩ଶହରୁ ଉର୍ଦ୍ଧ୍ୱ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ଠାରୁ ବିଭିନ୍ନ ପରାମର୍ଶ ଲୋଡ଼ାଯାଇଥିଲା । ଏହି ବୈଠକରେ ୫୦ ବର୍ଷ ତଳର ପୁରୁଣା ଛାତ୍ରମାନେ ମଧ୍ୟ ଉପସ୍ଥିତ ଥିଲେ । ପ୍ରାକ୍ତନ ଛାତ୍ର ତଥା ଯୁବନେତା ରାକେଶ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା ପାଇଁ ଜ୍ୟୋତିପ୍ରକାଶ ମହାନ୍ତିଙ୍କ ନାମ ପ୍ରସ୍ତାବ ରଖିଥିଲେ । ସେହି ଅନୁଯାୟୀ ଶ୍ରୀ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ବୈଠକକୁ ସୁଧିର ଦ୍ୱିବେଦୀ, ପ୍ରକାଶଜ୍ୟୋତି ମହାକୁଡ଼, ଧର୍ମେନ୍ଦ୍ର ମଲ୍ଲିକ, ମାନସ ସାହୁ, ଅକ୍ଷୟ ଦାସ, ଅଂଶୁମାନ ମହାନ୍ତି, ଅଭିଷେକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ଆଗାମୀ ହୀରକ ଜୟନ୍ତୀ ପାଳନ ଉଦ୍ଦେଶ୍ୟରେ ଦୀର୍ଘ ମିଆଦି କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନାରେ ଉପସ୍ଥିତ ଶତାଧିକ ପ୍ରାକ୍ତନ ଛାତ୍ର ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ରାଜ୍ୟ, ରାଜ୍ୟ ବାହାର ଓ ଦେଶ ବାହାରେ ଥିବା ଯେଉଁ ଇଛୁକ ପ୍ରାକ୍ତନ ଛାତ୍ରମାନେ ବୈଠକରେ ଯୋଗ ଦେଇ ପାରିନାହାନ୍ତି, ସେମାନଙ୍କୁ ଖୂୁବଶୀଘ୍ର ଭର୍ଚୁଆଲ ମାଧ୍ୟମରେ, ଏହି ସ୍ମରଣୀୟ କାର୍ଯ୍ୟକ୍ରମରେ ଯୋଡ଼ିବା ସହ ସେମାନଙ୍କ ଗଠନମୂଳକ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିବାକୁ ନିଷ୍ପତି ନିଆଯାଇଥିଲା । ଏହି ହୀରକ ଜୟନ୍ତୀ ଦୀର୍ଘ ୫ଦିନ ଧରି ପାଳିତ ହେବାକୁ ଥିବାବେେଳେ, ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଉଦ୍ଦେଶ୍ୟରେ ୭୫ ହଜାର ପୁରାତନ ଛାତ୍ରଙ୍କୁ ଜୋଡ଼ିବାକୁ ବିଭିନ୍ନ ମାଧ୍ୟମରେ ଯୋଗଯୋଗ କରିବାକୁ ଚେଷ୍ଟା କରଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମଧ୍ୟରେ ଯୁବ ମହୋତ୍ସବ ପାଇଁ ରାଜ୍ୟ ଓ ତଥା ରାଜ୍ୟ ବାହାରର ବିଭିନ୍ନ ବିଶ୍ୱବିଦ୍ୟାଳୟସ୍ତରର ଛାତ୍ରଛାତ୍ରୀମାନଙ୍କୁ ସାମିଲ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା ।

ମହାବିଦ୍ୟାଳୟର ବହୁ ପୁରାତନ ଛାତ୍ର ଦେଶ ଓ ଦେଶ ବାହାରେ ବିଭିନ୍ନ ଉଚ୍ଚ ପଦବପବୀରେ ଥିବା ସମୟରେ ବା ଥିଲେ ଓ ଯେଉଁମାନେ, ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ସଫଳ କରିବାକୁ ଚାହୁଁଛନ୍ତି ସେମାନଙ୍କ ପ୍ରସ୍ତାବ ରଖାଯାଇଥିଲା । ପୁରାତନ ଛାତ୍ର ସଂସଦର ସଭାପତି ଓ ସଂପାଦକଙ୍କୁ ବିଭିନ୍ନ କମିଟିରେ ସ୍ଥନୀତ କରିବାକୁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଥିଲା । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପୂର୍ବରୁ ପୁରାତନ ଛାତ୍ର ସଂସଦ ପକ୍ଷରୁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କୁ ଆଭ୍ୟର୍ଥନା କମିଟିର ଅଧ୍ୟକ୍ଷ କରାଯିବା ପ୍ରସ୍‌ାବକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା । ଅନୁରୂପ ପ୍ରତ୍ୟେକ କମିଟିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସଂପାଦକ ରହିବେ ବୋଲି ସର୍ବସମ୍ମତ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗିଂତ ହେବାକୁ ଥିବା ସମସ୍ତ କମିଟିରେ ପୁରାତନ ଛାତ୍ର ତଥା ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସାଂସଦ ମଞ୍ଜୁଲତା ମଣ୍ଡଳ, ବିରୋଧୀ ଦଳର ଉପନେତା ତଥା ପ୍ରାକ୍ତନ ଛାତ୍ର ବିଷ୍ଣୁ ସେଠୀ, ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ, ବିଷ୍ଣୁବ୍ରତ ରାଉତରାୟ, ପ୍ରାକ୍ତନ ମନ୍ତ୍ରୀ ମନେମୋହନ ସାମଲ, ପ୍ରାକ୍ତନ ଛାତ୍ର ତଥା ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ପ୍ରାକ୍ତନ ବିଧାୟକ ପ୍ରଭାତ ତ୍ରିପାଠୀ, ମୁକ୍ତିକାନ୍ତ ମଣ୍ଡଳ, ନରେନ ପଲେଇ, ଯୁଗଳ କିଶୋର ପଟ୍ଟନାୟକ, ଭଦ୍ରକ ଜିଲ୍ଲାପାଳ, ଏସପି, ପ୍ରାକ୍ତନ ସେବାନିବୃତ ବରିଷ୍ଠ ପ୍ରଶାସକ ହୃଶିକେଶ ପଣ୍ଡା, ରବି ସେନାପତି, ବିଜୟ ନାୟକ, ଦିଗମ୍ବର ମହାନ୍ତି ପ୍ରମୁଖଙ୍କୁ କମିଟିରେ ସାମିଲ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ବୈଠକରେ ଭଦ୍ରକର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଡା. ପ୍ରଦୀପ ନାୟକ, ନଳିନୀ ମହାନ୍ତି, ଡା. ପ୍ରଭାସ ମହାନ୍ତି, ଲକ୍ଷ୍ମୀକାନ୍ତ ମହପ।।ତ୍ର, ଲଲାଟେନ୍ଦୁ ମହାନ୍ତି, ଅଭୟ ଦ୍ୱିବେଦୀ, ଆଇନଜୀବୀ ଶ୍ୟାମସୁନ୍ଦର ଦାସ, ପବନ ଶର୍ମା, ଅରୁଣ ଚାନ୍ଦ, କଲ୍ୟାଣ ଚାନ୍ଦ, ତାହେର ମହମ୍ମଦ, ବିଷ୍ଣୁମୋହନ ମହାପାତ୍ର, ହିମାଂଶୁ ମହାନ୍ତି, ସୂର୍ଯ୍ୟ ମହାନ୍ତି, ଅଶୋକ ନାୟକ, ପ୍ରାଧ୍ୟାପକ ବିଜୟ ଜେନା, ଶିଳ୍ପପତି ବିଶ୍ୱନାଥ ଅଗ୍ରୱାଲ, ବିଜୟ ପତି, କଲ୍ଲୋଳ ଲେଙ୍କା, ମିହିର ଚାନ୍ଦ, ବଳାରାମ ରାଉତ୍‌, ପ୍ରଫୁଲ୍ଲ ପୃଷ୍ଟି, ଜିବିତେଶ ପଣ୍ଡା, ସମୀର ସ୍ୱାଇଁ, ମୋ କଲେଜ ଅଭିଯାନର ନିର୍ମାଲ୍ୟ ମହାକୁଡ, ରାକେଶ ନାୟକ, ଲକ୍ଷ୍ମୀଧର ବିଶ୍ୱାଳ, ନରେଶ ଜେନା, ଅମ୍ବିକା ଦାସ, ଦୀପକ ବେହେରା, ସତ୍ୟ ମହାନ୍ତି, ସୌମ୍ୟରଂଜନ ବାରିକ, ଅରୁଣ ବାରିକ, ଜ୍ଞାନ ରଂଜନ ମହାନ୍ତି, ଅମିତାଂଶୁ କିର୍ତିମାନ, ଅଶିତ ସ୍ୱାଇଁ, ଜୟପ୍ରକାଶ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ମହାବିଦ୍ୟାଳୟର ପ୍ରାକ୍ତନ ସାଧାରଣ ସଂପାଦକ ବିଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.