Home ଜିଲ୍ଲା ପରିକ୍ରମା ମୂଲ୍ୟବାନ ଗଛକାଟି ବିକ୍ରି ବେଳେ ଫରେଷ୍ଟରଙ୍କ ଦ୍ୱାରା କାଠ ଜବତ

ମୂଲ୍ୟବାନ ଗଛକାଟି ବିକ୍ରି ବେଳେ ଫରେଷ୍ଟରଙ୍କ ଦ୍ୱାରା କାଠ ଜବତ

55

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରିବେଶ ପ୍ରଦ୍ୟୁଷଣ ମୁକ୍ତ ପାଇଁ ଗଛ ଲଗାଇବାର ଆବଶ୍ୟକତା ଥିବାରୁ ଏ ନେଇ ସରକାରଙ୍କ ସମେତ ବିଭିନ୍ନ ସ୍ୱେଚ୍ଚାସେବୀ, ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ଚାରାରୋପଣ କରାଯାଉଥିବାବେଳେ ଜଣେ ସରକାରୀ କର୍ମଚାରୀ ମୂଲ୍ୟବାନ ଗଛକୁ ବେଆଇନ୍ ଭାବରେ କାଟି ବିକ୍ରି କରିବା ଧାମନଗର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଥାଉକି ଦୋବଲ ପଂଚାୟତ ସୋଧ ଗ୍ରାମ ନିକଟସ୍ଥ ନିତିଆନନାଗଡ଼ା ନିକଟରେ ଦୁଇଟି ବୃହତ ପୁଣ୍ଟିଆ ଗଛକୁ ୭୦ହଜାର ଟଙ୍କା ମୂଲ୍ୟରେ ସ୍ଥାନୀୟ ଅଂଚଳର ଏକ କାଠ ବେପାରିକୁ ବିକ୍ରି କରାଯାଉଥିବା ବେଳେ ସ୍ଥାନୀୟ ଅଂଚଳର କରୁଣାକର ସାହୁ ସମେତ ଗ୍ରାମର କେତେକ ଗ୍ରାମବାସୀମାନେ ସ୍ଥାନୀୟ ଫରେଷ୍ଟର ରାଜକିଶୋର ନାୟକଙ୍କ ନିକଟରେ ଅଭିଯୋଗ କରିବା ପରେ ଗତକାଲି ଫରେଷ୍ଟର ଶ୍ରୀ ନାୟକ ସମେତ ଅନ୍ୟକର୍ମଚାରୀ ମାନେ ପହଂଚି କଟା ହୋଇଥିବା ୩୪ପିସ ମୂଲ୍ୟବାନ କାଠକୁ ସିଜ୍ କରି ସ୍ଥାନୀୟ ଅଂଚଳର ଗ୍ରାମରଖି ନିକଟରେ ଜିମା ଦେଇଥିଲେ । ତେବେ ଉକ୍ତ କଟାଯାଇଥିବା ଗଛ ସ୍ଥାନୀୟ ଅଂଚଳର ଶିକ୍ଷକ ସନ୍ତୋଷ ଦ୍ୱିବେଦୀଙ୍କ ନିଜ ଜାଗାରେ ଗଛ ଥିବାରୁ ଏହାକୁ ବିକ୍ରି କରିଥିବା ଫରେଷ୍ଟର ଶ୍ରୀ ନାୟକ କହିଥିଲେ । ତେବେ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଉକ୍ତ ଗଛଟି ରାସ୍ତା କଡ଼କୁ ଲାଗି ସରକାରୀ ଜାଗାରେ ଥିବାରୁ ତାକୁ ବେଆଇନ୍ ଭାବରେ ବ୍ରିକ୍ରି କରାଯାଇଛି ତେବେ ଉକ୍ତ ଗଛଟି ପ୍ରକୃତରେ କାହାର ସେନେଇ ୭ଦିନ ମଧ୍ୟରେ ସରକାରୀ ମାପ ମାଧ୍ୟମରେ ଚିହ୍ନଟ ପରେ କାଠକୁ ସିଜ କରିବା ସହ ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ଫରେଷ୍ଟର ଶ୍ରୀନାୟକ ମଧ୍ୟ କହିଛନ୍ତି । ତେବେ ଗଛଟି ଯାହାରହେଉ ବେଆଇନ୍ ଭାବରେ ବିନା ପରିମିସନରେ ଏହି କାର୍ଯ୍ୟ ଯିଏ କରିଛି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠା ପାଇଁ ସ୍ଥାନୀୟ ଅଂଚଳର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.