Home ଜିଲ୍ଲା ପରିକ୍ରମା କଳାକାର ସଂଘ ଓ ନବନିର୍ମିତ କୃଷକ ସଂଗଠନର ବୈଠକ

କଳାକାର ସଂଘ ଓ ନବନିର୍ମିତ କୃଷକ ସଂଗଠନର ବୈଠକ

26

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଳାକାର ସଂଘ ଓ ନବନିର୍ମିତ କୃଷକ ସଂଗଠନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । କରୋନା ସମୟରେ ଜୀବିକା ହରାଉଥିବା ବିଭିନ୍ନ ବର୍ଗର ଲୋକମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ଭତ୍ତା ଦେଇଆସୁଥିବାବେଳେ କଳାକାର, ବିୟୁଟି ପାର୍ଲର ଓ ନବ ନିର୍ମାଣ କୃଷକ ମାନଙ୍କୁ ଅଣଦେଖା କରୁଛନ୍ତି । ସରକାର ୫୦ ପ୍ରତିଶତ ଲୋକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେଇଥିବାବେଳେ ରାତି ୮ଟା ଠାରୁ ସମଗ୍ର ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି । ଫଳରେ ରାତି ସମୟରେ କିପରି ଯାତ୍ରା ପରିବେଷଣ କରିବୁ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯାତ୍ରା କଳାକାରମାନେ । ଯାହାକୁ ନେଇ ନବନିର୍ମାଣ କୃଷକ ସଂଗଠନ, କଳାକାର ସଂଘ ଓ ବିୟୁଟି ପାର୍ଲର ପକ୍ଷରୁ ୧୧ ଶହ କୋଟି ଟଙ୍କାର ପ୍ୟାକେଜ ଦାବି କରିଛନ୍ତି । ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କ୍‌ୁମାରଙ୍କ ନେତୃତ୍ୱରେ କଳାକାର ସଂଘର ସଦସ୍ୟ ଓ ବିଉଟି ପାର୍ଲରର ସଦସ୍ୟାମାନେ ଉପସ୍ଥିତ ରହି ସରକାର ସେମାନଙ୍କ ଦାବି ନଶୁଣିଲେ ଆସନ୍ତା ୯ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ବୈଠକରେ ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର, ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ, ଯାତ୍ରା କଳାକାର କର୍ମଚାରୀ ସଂଘର ଭଦ୍ରକ ଜିଲା ସଭାପତି ପପୁ ପଣ୍ଡା, ଯାତ୍ରା ଜଗତର ଚର୍ଚ୍ଚିତ କମେଡିଆନ ପଦ ରାଉତ ଓ ବ୍ରଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.