Home ଜିଲ୍ଲା ପରିକ୍ରମା ଭଦ୍ରକ ବ୍ଲକ୍ ଓ ମ୍ୟୁନସିପାଲଟି ପାଇଁ କଳାକାର ଦକ୍ଷତା ପରୀକ୍ଷା

ଭଦ୍ରକ ବ୍ଲକ୍ ଓ ମ୍ୟୁନସିପାଲଟି ପାଇଁ କଳାକାର ଦକ୍ଷତା ପରୀକ୍ଷା

35

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଜିଲାର ବିଭିନ୍ନ ବ୍ଲକ୍‌ରେ ଗତକାଲି ଠାରୁ କଳାକାର ଦକ୍ଷତା ପରୀକ୍ଷା କାର୍ଯ୍ୟକ୍ରମ ଚାଲୁ ରହିଛି । ଜିଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭଦ୍ରକ ବ୍ଲକ୍ ଓ ପୌର ପରିଷଦ ପାଇଁ ଜିଲା ସଂସ୍କୃତି ଭବନରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇଦିନ ଧରି ଏହି ଦକ୍ଷତା ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୨୦ ତାରିଖରେ ଆମ୍ବରୋଳି, ଅଣ୍ଡାଇପଲୀ, ଅର୍ଣ୍ଣପାଳ, ବି.ପି.ବିନ୍ଧା, ବହୁଦରଡା, ବନ୍ଧଗାଁ, ବଣିଆ, ବାଣିତିଆ, ବାଉଦପୁର, ବେନ୍ତାଳ, ବେତରା, ବ୍ରହ୍ମପୁର, ଚଣ୍ଡିଗାଁ, ଦଇସିଂ, ଏରଡା, ଏରେଇଁ, ଗେଲପୁର, ଗେଲଟୁଆ, ଗୁଜିଦରଡା, ହରିପୁର, ଜଗଦଲପୁର, କଲେଇ, କାଉପୁର ଗ୍ରାମପଞ୍ଚାୟତ ପାଇଁ ବୈଧ ତାଲିକାରେ ନାମ ଥିବା ଆବେଦନକାରୀମାନେ ଦକ୍ଷତା ପରୀକ୍ଷା ଦେଇପାରିବେ । ସେହିପରି ୨୧ ତାରିଖରେ କେଦାରପୁର, ଖଣ୍ଡତଡା, କୋର୍କରା, କୋଡବରୁଆଁ, ଲାଙ୍ଗୁଡି, ଓଲଙ୍ଗ, ପରସିଙ୍ଗା, ରମ୍ଭିଳା, ରହଣିଆ, ରାନ୍ଦିଆ, ସାବରଙ୍ଗ, ସାହାଡା ଏବଂ ଭଦ୍ରକ ମ୍ୟୁନସିପାଲଟିର ଆବେଦନକାରୀମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁ ରହିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.