Home କେନ୍ଦୁଝର ଓରାଳିରେ ବିଜେପିର ସାଂଗଠନିକ ବୈଠକ ଓ କର୍ମୀ ସମ୍ମିଳନୀ

ଓରାଳିରେ ବିଜେପିର ସାଂଗଠନିକ ବୈଠକ ଓ କର୍ମୀ ସମ୍ମିଳନୀ

70

ହାଟଡିହି -୧୯/୧୨, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ଠାରେ ବିଜେପିର ସାଂଗଠନିକ ବୈଠକ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଞ୍ଚୋ ମଣ୍ଡଳ ସଭାପତି ଶଶିକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକକୁ ଜିଲ୍ଲା କୃଷକ ମୋର୍ଚ୍ଚାର ସାଧାରଣସମ୍ପାଦକ ହରମୋହନ ଶାସିନି ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଆଲୋକ ସେଠୀ, ରାମଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଓବିସି ମୋର୍ଚ୍ଚାର ଉପସଭାପତି ମଧୁସୁଦନ ରାଉତ, ଶାଳଣିଆଁ ମଣ୍ଡଳ ସଭାପତି ବଳଭଦ୍ର ବାରିକ, ଓରାଳିର ବରିଷ୍ଠ ନେତା ମନୋଜ ବେହେରା, ନଗେନ ପଣ୍ଡା, ପୁନମ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଗାମି ପଞ୍ଚାୟତ ନିର୍ବାଚନରେ ବିଜେପି କିପରି ସଫଳତା ହାସଲ କରିବ ସେନେଇ ଆଲୋକପାତ କରିଥିଲେ । ପଞ୍ଚାୟତ ସଭାପତି ଗୋଲକ ପୁହାଣ, ତପୁ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଦୁଇଶହରୁ ଉର୍ଦ୍ଧ ଭିନ୍ନ ଭିନ୍ନ ଦଳର କର୍ମୀ ବିଜେପିରେ ସାମିଲ ହୋଇଥିଲେ । ନବାଗତ ମାନଙ୍କୁ ଦଳୀୟ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ ସେମାନଙ୍କୁ ଦଳୀୟ ଟେପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.