Home ଜିଲ୍ଲା ପରିକ୍ରମା ଭଦ୍ରକ : ବିପୁଳ ପରିମାଣରେ ମଦ ଜବତ, ଜଣେ ଗିରଫ

ଭଦ୍ରକ : ବିପୁଳ ପରିମାଣରେ ମଦ ଜବତ, ଜଣେ ଗିରଫ

90

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଭଦ୍ରକରେ ପୁରୁଣାବଜାର ପୁଲିସ୍ ପକ୍ଷରୁ ୨୦୦ ଲିଟର ଆସ୍କାଫର୍ଟି ସହ ଲକ୍ଷାଧିକ ଟଙ୍କାର ମଦ ଓ ଏଥିରେ ସଂପୃକ୍ତ ଏକ ଟେମ୍ପୋକୁ ଜବତ ସହ ଜଣକୁ ଗିରଫ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ପୁରୁଣାବଜାର ପୁଲିସ୍ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଉକ୍ତ ଥାନା ଅଂଚଳର ଛଡାକମହଲାରେ ଏକ ଟେମ୍ପୋ ଯୋଗେ ମଦ ଯାଉଥିବା ଖବର ପାଇଥିଲେ । ପରେ ପୁଲିସ୍ ସେମାନଙ୍କ ଉପରେ ଚଢାଉ କରି ବିପୁଳ ପରିମାଣରେ ମଦ ସହ ଜଣକୁ ଗିରଫ କରିଛି । ଏହିଭଳି ଭାବେ ଦେଶୀ ଓ ବିଦେଶୀ ମଦର ଚୋରା କାରବାର ଭଦ୍ରକରେ ବ୍ୟାପକ ମାତ୍ରାରେ ବଢି ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.